ଭାରତର ପ୍ରଚଣ୍ଡ ପ୍ରହାର ପରେ ପାକିସ୍ତାନ କରୁଛି ପାଗଳର ପ୍ରଳାପ । ସଂସଦରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ହାସ୍ୟାସ୍ପଦ ଯୁକ୍ତି ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି ଅନ୍ୟ ସାଂସଦ । ଭାରତର ଡ୍ରୋନ୍ ଆଟାକ୍ କଥା ମାନିଛନ୍ତି ପାକିସ୍ତାନ ସଂସଦରେ । ଯୁକ୍ତି ବି କରିଛନ୍ତି । ଅଜବ ଯୁକ୍ତି କରି କହିଛନ୍ତି, ଆମ ଲୋକେସନ୍ ଲିକ୍ ନହେବା ପାଇଁ ଡ୍ରୋନ୍ ଇଣ୍ଟରସେପ୍ଟ କଲୁନି । ଏହା ଖୁବ ଟେକନିକାଲ୍ କଥା ବୋଲି କହି ଅଧିକ କିଛି କହିନଥିଲେ ଖ୍ବାଜା ଆସିଫ୍ । ତାଙ୍କର ଭାଷଣ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହାକୁ ଜୋକ୍ ବୋଲି କହି ଭାଇରାଲ୍ କରୁଛନ୍ତି ପାକିସ୍ତାନ ଲୋକ । ସୋସିଆଲ ମିଡିଆରେ ତାଙ୍କୁ କେହି ଜୋକର ବୋଲି ସିଧାସଳଖ କହିନଥିଲେ ମଧ୍ୟ ବହୁ ଲୋକ ସେଇ ଆଡକୁ ଇଙ୍ଗିତ କରି ଲେଖିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ସାଧାରଣ ଲୋକଙ୍କ ପାଖରେ ସେ ନିନ୍ଦିତ ହୋଇଛନ୍ତି । କେହି କେହି ଲେଖିଛନ୍ତି, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ ଏଭଳି କଥା ହାସ୍ୟାସ୍ପଦ ।
ଏଭଳି କଥା ସେ ପ୍ରଥମ ଥର କହିନାହାନ୍ତି । ଏକ ଟିଭି ଚାନେଲକୁ ସାକ୍ଷାତକାରରେ ସେ କହିଥିଲେ, ଗତ ୩୦ ବର୍ଷ ଧରି ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସୁଛି । ଏହା ପଛରେ କିଛି ପାଶ୍ଚାତ୍ୟ ରାଷ୍ଟ୍ର ଥିବାର ସେ କହିଥିଲେ । ସେ ସ୍ୱୀକାର କରିଥିଲେ ଯେ, ପାକିସ୍ତାନ ଆତଙ୍କବାଦୀଙ୍କ ସହ ରହିଛି ।
Also Read
ଅଧିକ ପଢ଼ନ୍ତୁ: ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ
ଭାରତ ଅପରେସନ ସିନ୍ଦୂରରେ ୯ଟି ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ କରିବା ପରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ମିଛ କଥା କହିଥିଲେ । ସେ କହିଥିଲେ, ଆମେ ୫ଟି ଫାଇଟର୍ ଜେଟକୁ ଖସେଇଦେଇଛୁ । କିନ୍ତୁ ସେ ବିଷୟରେ ଅଧିକ ପଚରାଯିବାରୁ ସେ କିଛି ବି କହିପାରିନଥିଲେ । କେବଳ ଏତିକି କହିଥିଲେ, ସୋସିଆଲ ମିଡିଆରୁ ମୁଁ ଜାଣିଛି । ସୋସିଆଲ୍ ମିଡିଆ ବିଷୟରେ କିଛି ଆଉ କୁହନ୍ତୁନି ବୋଲି କହି ଗଣମାଧ୍ୟମ ପ୍ରତିନିଧିଜଣକ କହିଥିଲେ, ଯଦି କିଛି ପ୍ରମାଣ ଅଛି କୁହନ୍ତୁ । ଧରା ପଡିଯାଇଥିଲା ଖ୍ବାଜା ଆସିଫଙ୍କ ମନଗଢ଼ା କଥା ।
ପାକିସ୍ତାନ ଉପରେ ଭାରତର ପ୍ରହାର ପରେ ସେ ଏବେ ବିଳି ବିଳୋଉଛନ୍ତି । ଅଜବ କଥାମାନ କହି ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ।