Advertisment

India-Pakistan Military Clash: ଭାରତର କାଉଣ୍ଟର ଆଟାକରେ ପାକିସ୍ତାନ ହାଲତ ଖରାପ, ଏୟାର ଡିଫେନ୍ସ ସିଷ୍ଟମ୍ ଆଗରେ ଫୁସ୍ ପାକିସ୍ତାନୀ ମିଶନ୍

ତିନି ସେନାର ପ୍ରଚଣ୍ଡ ପ୍ରହାରରେ ରକ୍ତ ଚାଉଳ ଚୋବାଇ ଘନଘନ ମିସାଇଲ୍ ମାଡ଼ କରୁଛି। କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦି ପାରୁ ନାହାନ୍ତି ପାକିସ୍ତାନ ମିସାଇଲ୍ କି ଡ୍ରୋନ୍। ମଝି ଆକାଶରେ କାମ ଖତମ କରୁଛି ବାୟୁସେନା। ଚୁଟକିରେ ଉଡ଼ାଇ ଦେଉଛି କ୍ଷେପଣାସ୍ତ୍ର ଓ ଡ୍ରୋନ୍। ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଛନ୍ତି S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ।

ଅଦ୍ୟତନ ହୋଇଛି
undefined

NBF

Advertisment

ଭାରତର କାଉଣ୍ଟର ଆଟାକରେ ପାକିସ୍ତାନର କିଲିବିଲି ଅବସ୍ଥା। ତିନି ସେନାର ପ୍ରଚଣ୍ଡ ପ୍ରହାରରେ ରକ୍ତ ଚାଉଳ ଚୋବାଇ ଘନଘନ ମିସାଇଲ୍ ମାଡ଼ କରୁଛି। କିନ୍ତୁ ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦି ପାରୁ ନାହାନ୍ତି ପାକିସ୍ତାନ ମିସାଇଲ୍ କି ଡ୍ରୋନ୍। ମଝି ଆକାଶରେ କାମ ଖତମ କରୁଛି ବାୟୁସେନା। ଚୁଟକିରେ ଉଡ଼ାଇ ଦେଉଛି କ୍ଷେପଣାସ୍ତ୍ର ଓ ଡ୍ରୋନ୍। ଭାରତର ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ସୁରକ୍ଷା ପ୍ରାଚୀର ଭଳି ଠିଆ ହୋଇଛନ୍ତି S400 ସୁଦର୍ଶନ ଚକ୍ର ସହ SAMAR, ଆକାଶ, ପେଚୋରା ଓ C-UAS ଗ୍ରୀଡ୍ ଏୟାର ଡିଫେନ୍ସ ସିଷ୍ଟମ।

Advertisment

ଭାରତର ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରି ମସ୍ତବଡ଼ ଭୁଲ କଲା ପାକିସ୍ତାନ। ଏବେ ଦେଖୁଛି ଭାରତୀୟ ସେନାର ରୌଦ୍ରରୂପ। ଭାରତର ଏୟାର ଡିଫେନ୍ସରେ ପାକିସ୍ତାନର ଅକଲ ଗୁଡୁମ୍। ଘନଘନ ମିସାଇଲ୍ ମାରୁଛି, କିନ୍ତୁ କାମ କରୁନି। ମାଟି ଛୁଇଁବା ଆଗରୁ ଫୁସ୍। ହମଲା ଉଦ୍ୟମକୁ ବାଏଁ ବାଏଁ ଉଡ଼ାଇ ଦେଉଛି ଭାରତ। ଆକାଶରେ ହିଁ ପାକିସ୍ତାନ ମିସାଇଲକୁ ମାରି ଖସାଇ ଦିଆଯାଉଛି। ବିଫଳ ହେଉଛି ଟାର୍ଗେଟ, ପଣ୍ଡ ହେଉଛି ପାକିସ୍ତାନର ଏକାଧିକ ମିଶନ। ଚୀନଠାରୁ କିଣିଥିବା ଶସ୍ତା ଓ ପୁରୁଣାକାଳିଆ ମିସାଇଲକୁ ଚୁଟକିରେ ଅକାମୀ କରି ଦେଉଛି ଭାରତର ସୁରକ୍ଷା ଢାଲ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ। ପାକିସ୍ତାନର ମିସାଇଲ୍, ରକେଟ୍ ଓ ଡ୍ରୋନର କୁ ଧୂଆଁବାଣ କରି ଉଡ଼ାଇ ଦେଉଛି। ଭାରତୀୟ ଭୂଖଣ୍ଡର ସୁରକ୍ଷା ପାଇଁ ଅଭେଦ୍ୟ ପ୍ରାଚୀର ଭଳି ଠିଆ ହୋଇଛନ୍ତି S-400 ସୁଦର୍ଶନ ଚକ୍ର ସମେତ ଏକାଧିକ ପ୍ରତିରକ୍ଷା ପ୍ରଣାଳୀ। ଶତ୍ରୁକୁ କଡ଼ା କାଉଣ୍ଟର ପାଇଁ ଭାରତୀୟ ବାୟୁସେନା ବିମାନ ନିରୋଧୀ ବନ୍ଧୁକ, ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରିପାରୁଥିବା ମିସାଇଲ୍ ଓ ସମନ୍ୱିତ କାଉଣ୍ଟର-UAS ଗ୍ରୀଡ୍ ବି ବ୍ୟବହାର କରିଛି।

ଅଧିକ ପଢ଼ନ୍ତୁ:ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ

ପଶ୍ଚିମ ଆକାଶକୁ ଛତା ଭଳି ଘୋଡ଼ାଇ ସୁରକ୍ଷା ଦେଉଛନ୍ତି ଭାରତର ଏକାଧିକ ଏୟାର ଡିଫେନ୍ସ ସିଷ୍ଟମ। ଏମିତି ଏକ ପ୍ରତିରକ୍ଷା ପ୍ରଣାଳୀ C-UAS ଗ୍ରୀଡ୍। ମାନବ ବିହୀନ ଏୟାରକ୍ରାଫ୍ଟର ମୁକାବିଲା ପାଇଁ ଡିଜାଇନ୍ ହୋଇଥିବା ଏହି ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନ ପଠାଇଥିବା ଡ୍ରୋନ୍ ଓ କ୍ଷେପଣାସ୍ତ୍ରକୁ ଟ୍ରାକ କରିବା ସହ ମଝି ଆକାଶରେ ଖସାଇ ଦେଇଥିଲା। ସେହିପରି ପାକିସ୍ତାନ ଡ୍ରୋନକୁ ଧୂଳି ଚଟାଇଛି ସ୍ବଦେଶୀ ଆକାଶ ମିସାଇଲ୍ ସିଷ୍ଟମ। ଘଣ୍ଟାପ୍ରତି ୩ହଜାରରୁ ଅଧିକ ବେଗରେ ଯାଇ ଶତ୍ରୁର କ୍ଷେପଣାସ୍ତ୍ରକୁ ଧ୍ବଂସ କରିଦେବ। ୧୮ହଜାର ମିଟର ଉଚ୍ଚତାରେ ୪୫ କିଲୋମିଟର ଦୂର ଯାଏଁ ବିମାନକୁ ଟାର୍ଗେଟ କରିପାରିବ। ଫାଇଟର ଜେଟ୍, କ୍ରୁଜ ଓ ବାଲିଷ୍ଟିକ୍ ମିସାଇଲକୁ ମାରି ଖସାଇବାର କ୍ଷମତା ରଖିଛି।

Advertisment

ପାକିସ୍ତାନୀ ଡ୍ରୋନକୁ ଅକାମୀ କରିଛି ବାୟୁସେନାର SAMAR ମିସାଇଲ୍। ଏହାକୁ ଭାରତୀୟ ବାୟୁସେନାର ସୁପରଷ୍ଟାର ବି କୁହାଯାଏ। ଛୋଟ କ୍ଷେପଣାସ୍ତ୍ର, କିନ୍ତୁ ବଡ଼ ଧମାକା କରିପାରୁଛି। ଏହି କ୍ଷେପଣାସ୍ତ୍ର ପାକିସ୍ତାନୀ ଡ୍ରୋନ ପାଇଁ ଆତ୍ମଘାତୀ ହୋଇଛି। ଏକ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର, ଯାହା ଆଖି ପିଛୁଳାକେ ଶତ୍ରୁ ପକ୍ଷର ଡ୍ରୋନ, ହେଲିକପ୍ଟର କିମ୍ବା ଲଢ଼ୁଆ ବିମାନକୁ ଧ୍ୱଂସ କରିପାରିବ। ଏହାର ସ୍ପିଡ ଆଗରେ ଶତ୍ରୁ ଆଣ୍ଠେଇ ପଡ଼ିବ। ଘଣ୍ଟାପ୍ରତି ଏହାର ବେଗ ୩୦୦୦ କିଲୋମିଟର। ଏଥିରୁ ଏକାସଙ୍ଗେ ଦୁଇଟି ମିସାଇଲ୍ ମାଡ଼ ହୋଇପାରିବ।

ସେହିପରି ପାକିସ୍ତାନ ଡ୍ରୋନ ଓ ମିସାଇଲ୍ ପାଇଁ ଘାତକ ହୋଇଛି ଭାରତର ଅନ୍ୟତମ ମିସାଇଲ୍ ସିଷ୍ଟମ ପେଚୋରା। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇପାରୁଥିବା ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଣାଳୀ। ଯାହା କମ୍ ଓ ମଧ୍ୟମ ଉଚ୍ଚତା ଲକ୍ଷ୍ୟକୁ ଟାର୍ଗେଟ କରିପାରିବ। ଏହା ଟାର୍ଗେଟକୁ ଚିହ୍ନଟ କରିବା, ଟ୍ରାକ୍ କରିବା ଓ ଲକ୍ କରିବା ପାଇଁ ପାଞ୍ଚଟି ପାରାବୋଲିକ୍ ଆଣ୍ଟିନା ସହିତ ସଜ୍ଜିତ 4R90 ୟାତାଗାନ୍ ରାଡାର ବ୍ୟବହାର କରେ। ଏମାନଙ୍କ ବ୍ୟତୀତ ବିଧ୍ବଂସକାରୀ S-400 ସୁଦର୍ଶନ ଚକ୍ର ପାକିସ୍ତାନ ମିସାଇଲ୍ ଓ ଡ୍ରୋନକୁ ଉତ୍ତର ଓ ପଶ୍ଚିମ ପ୍ରାନ୍ତରେ ଟୁକୁଡ଼ା ଟୁକୁଡ଼ା କରି ଦେଉଛି। ଏହା ଏକାଥରକେ ଛାଡ଼ି ପାରିବ ୭୨ଟି ଲଙ୍ଗରେଞ୍ଜ ମିସାଇଲ୍। ୪୦ରୁ ୪୦୦ କିଲୋମିଟର ରେଞ୍ଜରେ ହିଟ୍ କରିପାରୁଛି ଉଡ଼ନ୍ତା ଟାର୍ଗେଟ୍। ସେକେଣ୍ଡକୁ ୪ ହଜାର ୮ଶହ ମିଟର ସ୍ପିଡରେ ଲକ୍ଷ୍ୟଭେଦ କରିପାରୁଛି।

Advertisment

ଅଧିକ ପଢ଼ନ୍ତୁ: ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୭ ପାକିସ୍ତାନୀ ଆତଙ୍କବାଦୀ ନିପାତ

India Pakistan India Pakistan War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ