Advertisment

India-Pakistan Border Tensions: LOCରେ ରାତିସାରା ଫାୟାରିଂ; ମୁହଁତୋଡ଼ ଜବାବ ଦେଲା ଭାରତ

ପହଲଗାମ୍ ନରସଂହାର ପରଠୁ ଅଶାନ୍ତ ହୋଇଛି LOC। ଦିନରାତି ନିୟନ୍ତ୍ରଣ ରେଖାରେ ଚାଲିଛି ଉଭୟ ପଟୁ ଗୁଳିବର୍ଷା। ଜମ୍ମୁର ସୁଚେତଗଡ଼ଠାରେ ଥିବା ଭାରତ-ପାକିସ୍ତାନ ସୀମାକୁ ମଧ୍ୟ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସୀମାରେ ବି ଅଧିକ ସଜାଗ ହୋଇପଡ଼ିଛି ଭାରତୀୟ ସେନା।

firing

firing

Advertisment

ପେହଲଗାମ ଆତଙ୍କୀ ଆକ୍ରମଣ ପରେ LOCରେ ଚାଲିଛି ଫାୟାରିଂ। । LOCରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ । LOCରେ ରାତିତମାମ ଗୁଳି ମାଡ଼ କରୁଛି ପାକିସ୍ତାନ। ଯାହାର ମୁହଁତୋଡ ଜବାବ ଦେଉଛି ଭାରତୀୟ ସେନା। ପାକ ଆର୍ମି ପୋଷ୍ଟରୁ ଗୁଳିମାଡ଼ ହେଉଥିବା ସୂଚନା ମିଳିଛି। ତୁତମାରି ଗଲି ଓ ରାମପୁର ସେକ୍ଟରରେ ଗୁଳିମାଡ଼ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।.

Advertisment

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର

ପହଲଗାମ୍ ନରସଂହାର ପରଠୁ ଅଶାନ୍ତ ହୋଇଛି LOC। ଦିନରାତି ନିୟନ୍ତ୍ରଣ ରେଖାରେ ଚାଲିଛି ଉଭୟ ପଟୁ ଗୁଳିବର୍ଷା। ଜମ୍ମୁର ସୁଚେତଗଡ଼ଠାରେ ଥିବା ଭାରତ-ପାକିସ୍ତାନ ସୀମାକୁ ମଧ୍ୟ ସାଧାରଣ ନାଗରିକଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ସୀମାରେ ବି ଅଧିକ ସଜାଗ ହୋଇପଡ଼ିଛି ଭାରତୀୟ ସେନା।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଥିଲା । ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ବଡ଼ କଥା ହେଲା, ନାଁ ଓ ଧର୍ମ ପଚାରି ଅଣ-ମୁସଲମାନ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଏହି ପହଲଗାମ୍ ନରସଂହାରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର ହୋଇଛି କୁଟନୈତିକ ଯୁଦ୍ଧ । ଭାରତ ଅଟାରୀ-ୱାଘା ବର୍ଡର ବନ୍ଦ କରିବା ସହ ସିନ୍ଧୁ ଜଳଚୁକ୍ତି ସ୍ଥଗିତ ଘୋଷଣା କରିଛି ।

Advertisment

ଅଧିକ ପଢ଼ନ୍ତୁ: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଚେତାବନୀ, ଖୋଜି ଖୋଜି ଧରିବୁ, ସଜା ଦେବୁ

LoC Terror Attack In Kashmir Pak Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ