Advertisment

Plane Crash Blaze Reached 1000 degree : ୧.୨୫ ଲକ୍ଷ ଲିଟର ଇନ୍ଧନ, ୧୦୦୦ ଡିଗ୍ରୀ ତାପମାତ୍ରା... କୁକୁର ପକ୍ଷୀ ବି ବଞ୍ଚିଲେନି

ଜଣେ ଏସିଡିଆରଏଫ ଅଧିକାରୀ ସୂଚନା ଦେଇଛନ୍ତି ତାଙ୍କ ଟିମ ୨ଟାରୁ ୨.୩୦ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲା । ସେତେବେଳକୁ କିଛି ସ୍ଥାନୀୟ ଲେ।କ କିଛି ଲେ।କଙ୍କୁ ଉଦ୍ଧାର କରି ବାହାରକୁ ଆଣିଥିଲେ ।.....

author-image
Otv Khabar Bureau
ଅଦ୍ୟତନ ହୋଇଛି
plane crash blaze reached 1000 degree

plane crash blaze reached 1000 degree

ଗୁରୁବାର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସ୍ଥଳରେ ତାପମାତ୍ରା ଏତେ ଅଧିକ ଥିଲା କି ଉଦ୍ଧାର କାର୍ଯ୍ୟ କରିବା ଅସମ୍ଭବ ହେ।ଇଯାଇଥିଲା । ଅଧିକାରୀ ମାନେ କହିଛନ୍ତି ବିମାନରେ ୧.୨୫ ଲକ୍ଷ ଲିଟର ଇନ୍ଧନ ଥିଲା । ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗିଯାଇଥିଲା । ଫଳରେ ତାପମାତ୍ରା ୧୦୦୦ଡିଗ୍ରୀ ସେଲସିୟସ ଯାଏ ପହଞ୍ଚିଯାଇଥିଲା।

Advertisment

ବିମାନଟି ଅହମଦାବାଦରୁ ଲଣ୍ଡନ ଯାଉଥିଲା । ମେ।ଟ ୨୪୨ଜଣ ଯାତ୍ରୀ ଥିଲେ । ଟେକ୍ ଅଫ୍ ର କିଛି ସମୟ ପରେ ବିମାନଟି କ୍ରାସ୍ ହେ।ଇଯାଇଥିଲା । ତେବେ ବିମାନରେ କେବଳ ଜଣେ ଯାତ୍ରୀଙ୍କୁ ଛାଡିଦେଲେ ବାକି ସମସ୍ତଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସାରା ଦେଶକୁ ଦେ।ହଲାଇ ଦେଇଛି । ଆଉ ସ୍ତବ୍ଧ ହେ।ଇଯାଇଛନ୍ତି ଦେଶବାସୀ ।

ଅଧିକ ପଢ଼ନ୍ତୁ: ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା, ୧୦ ମିନିଟ୍‌ ବିଳମ୍ବରୁ ବଞ୍ଚିଗଲେ ମହିଳା

Advertisment

ଜଣେ ଏସଡିଆରଏଫ ଅଧିକାରୀ କହିଛନ୍ତି ତାଙ୍କ ଟିମ ୨ଟାରୁ ୨ଟା ୩୦ ଭିତରେ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହା ପୂର୍ବରୁ ସ୍ଥାନୀୟ ଲେ।କ ଉଦ୍ଧାର କାମରେ ଲାଗିପଡିଥିଲେ । କିନ୍ତୁ ଉଦ୍ଧାରକାରୀ ଟିମକୁ କୌଣସି ଲେ।କ ଜୀବିତ ମିଳିନଥିଲେ ।

ବରିଷ୍ଠ ଅଗ୍ନିଶମ ଅଧିକାରୀ କହିଛନ୍ତି ବିମାନର ଟ୍ୟାଙ୍କରେ ବିସ୍ଫେ।ରଣ ହେବାରୁ ନିଆଁ ଏଭଳି ଲାଗିଥିଲା କି ତାପମାତ୍ରା ତୁରନ୍ତ ୧୦୦୦ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଏହି ତାପମାତ୍ରାରେ କେହି ବି ବଞ୍ଚିପାରିବେନି ।

ଆଉ ଜଣେ ଏସଡିଆରଏଫ୍ କର୍ମଚାରୀ କହିଛନ୍ତି ସେ ୨୦୧୭ରୁ ଏସଡିଆରଏଫରେ କାମ କରୁଛନ୍ତି । କିନ୍ତୁ ଏଭଳି ଭୟାନକ ସ୍ଥିତି ସେ ଚାକିରୀକାଳରେ କେବେ ଦେଖିନଥିଲେ । ସେ ଆହୁରି କହିଥିଲେ ଆମେ ପିପିଇ କିଟ୍ ପିନ୍ଧିଥିଲୁ । କିନ୍ତୁ ଗରମ ଏଭଳି ଥିଲା କି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିବା ଆମ ପାଇଁ ମୁସ୍କିଲ ହେ।ଇପଡିଥିଲା ।

ଚାରିପାଖରେ କେବଳ ଜଳୁଥିବା ଭଗ୍ନାବଶେଷ ଥିଲା । ସେ ୨୫ରୁ ୩୦ ଶବ କାଢିଥିଲେ । ଯେଉଁଥିରେ ଶିଶୁଙ୍କ ଶବ ବି ଥିଲା । ଶବ ଗୁଡିକର ଚିହ୍ନଟ କେବଳ ଡିଏନଏ ପରୀକ୍ଷା ଦ୍ବାରା ସମ୍ଭବ ହେ।ଇପାରିବ । ଏଥିରୁ ଅନୁମାନ କରୁଥିବେ ଦୁର୍ଘଟଣାସ୍ଥଳରେ ସ୍ଥିତି କିଭଳି ଥିଲା ।

ଅନ୍ୟ ଜଣେ ଏସଡିଆରଏଫ ଅଧିକାରୀ କହିଛନ୍ତି ଯେତେବେଳେ ଦୁର୍ଘଟଣା ଘଟିଲା ସେତେବେଳେ ସେଠାରେ ଥିବା କୁକୁର ଓ ପକ୍ଷୀଙ୍କୁ ବି ଯିବାକୁ ସମୟ ମିଳିଲାନି । ସେମାନେ ଘଟଣାସ୍ଥଳରେ ମରି ପଡିଥିଲେ । ସେ ସମୟରେ ସ୍ଥିତି ଖୁବ ଭୟଙ୍କର ଥିଲା । ଯାହା ଆଖିରେ ନଦେଖିଲେ ବିଶ୍ବାସ ହେବନି ।

ଅଧିକ ପଢ଼ନ୍ତୁ: ଏବେ ବି ଖୋଜା ଚାଲିଛି ଏୟାର ଇଣ୍ଡିଆ ବିମାନର ‘ବ୍ଲାକ୍‌ ବକ୍ସ’

Ahmedabad Air India Flight SDRF
Advertisment
Related Articles
Advertisment