/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670913704.jpg)
Air Patrols
ସୀମାରେ ସଜାଗ ବାୟୁସେନା । ସୀମାରେ ସୁରକ୍ଷା ବଢାଇଲା ଭାରତୀୟ ବାୟୁସେନା । ଅରୁଣାଚଳ ପ୍ରଦେଶ ସୀମାରେ ବାୟୁସେନାର ପାଟ୍ରୋଲିଂ । ଲଢୁଆ ବିମାନ ଦ୍ୱାରା ବାୟୁସେନାର ପାଟ୍ରୋଲିଂ କରୁଛି । ଚୀନ ଦ୍ୱାରା ବାୟୁସୀମା ଉଲ୍ଲଂଘନ ଆଶଙ୍କାକୁ ଦେଖି ପଦକ୍ଷେପ ନିଆଯାଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ।
ସେପଟେ ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗରେ ଭାରତ-ଚୀନ୍ ସେନା ମୁହାଁମୁହିଁ ପ୍ରସଙ୍ଗରେ ଆଜି ବିବୃତି ରଖିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଦିନ ୧୨ଟାରେ ଲୋକସଭା ଓ ଅପରାହ୍ନ ୨ଟାରେ ସେ ରାଜ୍ୟସଭାରେ ବିବୃତି ରଖିବେ । ତା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଜରୁରୀ ବୈଠକ ଡାକିଛନ୍ତି । ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ସିଡିଏସ୍ ଜେନରାଲ ଅନୀଲ ଚୌହ୍ୱାନ ଓ ୩ ସେନାର ମୁଖ୍ୟମାନେ ଉପସ୍ଥିତ ଥିଲେ । ସେପଟେ ତଓ୍ୱାଙ୍ଗରେ ଭାରତ-ଚୀନ ସୈନ୍ୟ ପୁଣି ମୁହାଁମୁହିଁ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ । ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଅରୁଣାଚଳ ପ୍ରଦେଶ ସୀମାରେ ବଦମାସୀ କଲା ଚୀନ୍, ଉତ୍ତମ ମଧ୍ୟମ ଦେଲା ଭାରତ
#ପ୍ରତିରକ୍ଷା_ମନ୍ତ୍ରୀ_ଡାକିଲେ_ଜରୁରୀ_ବୈଠକ
ଅରୁଣାଚଳ ତଓ୍ୱାଙ୍ଗରେ ଭାରତ-ଚୀନ୍ ସେନା ମୁହାଁମୁହିଁ ପରେ ଜରୁରୀ ବୈଠକ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡାକିଲେ ଜରୁରୀ ବୈଠକ । ବୈଦେଶିକ ମନ୍ତ୍ରୀ, ସିଡିଏସ୍ ଓ ୩ ସେନାର ମୁଖ୍ୟ ରହିବେ ଉପସ୍ଥିତ । #OTVpic.twitter.com/3cZumekpAl— ଓଟିଭି (@otvkhabar) December 13, 2022
ସୂଚନାଯୋଗ୍ୟ ଗଲୱାନ ପରେ ଚୀନ ସେନାକୁ ପୁଣି କଡା ଜବାବ ଦେଇଛି ଭାରତୀୟ ସେନା । ଅରୁଣାଚଳ ପ୍ରଦେଶର ତାୱଙ୍ଗ ସେରରେ ଉଭୟ ଦେଶର ସୈନ୍ୟମାନେ ମୁହାଁମୁହିଁ ହୋଇଥିଲେ । ତାୱଙ୍ଗ ସେକ୍ଟରରେ ପ୍ରାୟ ୩ଶହରୁ ଅଧିକ ଚୀନ ସୈନ୍ୟ ଅସ୍ତ୍ରଶସ୍ତ୍ର ସହ ପୁରା ପ୍ରସ୍ତୁତ ହୋଇ ଆସିଥିଲେ । କିନ୍ତୁ ଭାରତୀୟ ସେନ୍ୟ ସେମାନଙ୍କୁ ମୁହଁତୋଡ ଜବାବ ଦେଇଥିଲେ । ଚୀନ ସୈନ୍ୟଙ୍କ ତୁଳନାରେ ଭାରତୀୟ ସୈନ୍ୟ କମ ଥିଲେ ମଧ୍ୟ ଭାରତୀୟ ଯବାନ ମାନେ କଡା ଯବାବ ଦେଇଥିଲେ । ଚୀନ ସୈନ୍ୟଙ୍କ ପାଇଁ ଭାରତର ଏଭଳି ଯବାବ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା ବୋଲି ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)