Advertisment

ଅରୁଣାଚଳ ପ୍ରଦେଶ ସୀମାରେ ବଦମାସୀ କଲା ଚୀନ୍‌, ଉତ୍ତମ ମଧ୍ୟମ ଦେଲା ଭାରତ

ଗୋଟିଏ ପଟେ ଗଲୱାନ୍‌ ଘାଟିରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରୁଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
India China Border Fight In Tawang

India - China

LACରେ ପୁଣି ବଦମାସୀ କଲା ଚୀନ ସେନା । ଅରୁଣାଚଳ ପ୍ରଦେଶର ତାୱଙ୍ଗ ସେକ୍ଟରରେ କଲା ବଦମାସୀ । ଭାରତୀୟ ସେନା ସହ ମୁହାଁମୁହିଁ ହେଲା ଚୀନ ସେନା । ଧସ୍ତାଧସ୍ତି ମଧ୍ୟରେ ଉଭୟ ପକ୍ଷର କିଛି ସୈନିକ ଆହତ ହୋଇଥିବା ସୂଚନା । ଗତ ୯ ତାରିଖରେ ଏହି ଘଟଣା ଘଟିଥିଲା । ଏଥିରେ ଭାରତ ପକ୍ଷରୁ ପିଏଲଏକୁ ମୁହଁତୋଡ଼ ଜବାବ ଦିଆଯାଇଥିଲା । ଏଥିରେ ପ୍ରାୟ ୩୦ ଣ ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

Advertisment

ଏହି ଘଟଣା ପରେ ଉଭୟ ପକ୍ଷର କମାଣ୍ଡରସ୍ତରୀୟ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । କମାଣ୍ଡରସ୍ତରୀୟ ବୈଠକ ପରେ ଉଭୟ ପକ୍ଷର ସୈନ୍ୟଙ୍କୁ ହଟାଇ ନିଆଯାଇଥିବା ଜଣାପଡ଼ିଛି । ତେବେ ପୁଣି ଚୀନ୍‌ର ଏଭଳି ଆଚରଣକୁ ନେଇ ସନ୍ଦେହ ଉପୁଜିଛି । କାହିଁକି ଚୀନ୍‌ ସୈନିକମାନଙ୍କ ଏଭଳି ଆଚରଣ ତାକୁ ନେଇ ପ୍ରଶ୍ନ ଉଠୁଛି । କ’ଣ ଚାହୁଁଛି ଚୀନ୍ ।

Advertisment

ଗୋଟିଏ ପଟେ ଗଲୱାନ୍‌ ଘାଟିରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରୁଛି । 

ସୂଚନାଯୋଗ୍ୟ, ଜୁନ୍‌ ୨୦୨୨ରେ ଲଦାଖର ଗଲୱାନରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହେବା ପରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ ଅଗଷ୍ଟରେ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦଠାରେ ଭାରତ ଓ ଚାଇନା ସେନା ମଧ୍ୟରେ ଅନୁରୂପ ମୁଥ ମରାମରି ହୋଇଥିଲା। ସାମରିକ ପ୍ରୋଟୋକଲ୍‌ ଅନୁଯାୟୀ ଯବାନମାନେ ଆପୋସ ବୁଝାମଣାରେ ଏହାର ସମାଧାନ କରିଥିଲେ। ଦୁଇଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ରହିଛି। ଭାରତର କେତେକ ଅଞ୍ଚଳକୁ ଚାଇନା ନିଜର ବୋଲି ଦାବି କରିଆସୁଛି।

ଏହାକୁ ନେଇ ବେଳେବେଳେ ଦୁଇଦେଶର ସେନା ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ସୂଚନାଯୋଗ୍ୟ ୨୦୧୭ରେ ଡୋକଲାମଠାରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ସୀମାକୁ ନେଇ ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ପରିସ୍ଥିତ ଲାଗି ରହିଥିଲା। ଭାରତ ଓ ଚାଇନା ମଧ୍ୟରେ ୩,୪୮୮ କିଲୋମିଟର ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ରହିଛି। ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ଚାଇନା ଏହାକୁ ଦକ୍ଷିଣ ତିବ୍ବତ୍‌ର ଏକ ଅଂଶ ବୋଲି ଦାବି କରିଆସୁଛି।

PLA Indian Army China India China Border Dispute
Advertisment
Advertisment