Advertisment

IIT Bombay Suspends Ties with Turkey: ତୁର୍କୀର ସବୁ ବିଶ୍ୱବିଦ୍ୟାଳୟକୁ ବ୍ୟାନ, ଚୁକ୍ତି ବାତିଲ କଲା IIT ବମ୍ବେ

ତୁର୍କୀକୁ ଆଉ ଏକ ଝଟକା । ତୁର୍କୀର ବିଶ୍ୱବିଦ୍ୟାଳୟମାନଙ୍କ ସହ ଥିବା ସମସ୍ତ ଚୁକ୍ତି ବାତିଲ କରିଛି IIT ବମ୍ବେ । ପାକିସ୍ତାନକୁ ସହଯୋଗ କରିଥିବା ତୁର୍କୀ ଉପରେ ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ନିଆଯାଉଛି ।

ଅଦ୍ୟତନ ହୋଇଛି
IIT Bombay Boycott Turkey

IIT Bombay Boycott Turkey

Advertisment

ତୁର୍କୀ ପ୍ରତି ବଢୁଛି ବିରୋଧାଭାସ । ତୁର୍କୀର ବିଶ୍ୱବିଦ୍ୟାଳୟ ଗୁଡ଼ିକ ସହ ଥିବା ସମସ୍ତ ଚୁକ୍ତି ବାତିଲ କଲା IIT ବମ୍ବେ । ଗୋଟିଏ ପରେ ଗୋଟିଏ ଶି‍କ୍ଷାନୁଷ୍ଠାନ ଏଭଳି ନିଷ୍ପତ୍ତି ନେଉଛନ୍ତି ।  JNU ଏବଂ ଜାମିଆ ମିଲିଆ ଇସଲାମିଆ ପରି ଆଇଆଇଟି ବମ୍ବେ ମଧ୍ୟ ସମାନ ନିଷ୍ପତ୍ତି ନେଇଛି । ତେବେ  IIT ବମ୍ବେ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ତୁର୍କୀର ବିଶ୍ୱବିଦ୍ୟାଳୟମାନଙ୍କ ସହ ଥିବା ସମସ୍ତ ଚୁକ୍ତି ବାତିଲ କରାଯାଇଛି । 

Advertisment

ସୂଚନାଯୋଗ୍ୟ, ପହଲଗାମ ଆଟାକ୍ ପରେ ଭାରତ ଅପରେସନ ସିନ୍ଦୂର ଲଞ୍ଚ କରିଥିଲା । ଏହାପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇ ଥିଲା । ପୂର୍ବରୁ ତୁର୍କୀକୁ ଭାରତ ବିଭିନ୍ନ ‍ ‍କ୍ଷେତ୍ରରେ ସହଯୋଗ କରିଥିଲେ ସୁଦ୍ଧା ତୁର୍କୀ ପାକିସ୍ତାନକୁ ସମର୍ଥନ ଜଣାଇଥିଲା । ଏପରିକି ପାକିସ୍ତାନକୁ ଡ୍ରୋନ ମଧ୍ୟ ଯୋଗାଇଥିଲା । ତୁର୍କୀ ନିଜ ଦେଶରୁ ସମସ୍ତ ଯୁଦ୍ଧାସ୍ତ୍ର ଦେଇ ମଧ୍ୟ ପାକିସ୍ତାନକୁ ସହଯୋଗ କରିଥିଲା । ଫଳରେ ଭାରତ ତୁର୍କୀକୁ ବ୍ୟାନ କରିଛି । ବିଭିନ୍ନ ‍କ୍ଷେତ୍ରରେ ତୁର୍କୀର ଅନୁଷ୍ଠାନମାନଙ୍କ ସହ ଥିବା ଚୁକ୍ତିନାମାକୁ ବାତିଲ କରାଯାଉଥିବା ଦେଖିବାକୁ ମିଳିଛି ।

ଅଧିକ ପଢନ୍ତୁ : ତୁର୍କୀକୁ ବଡ଼ ଝଟକା ଦେଲା ଭାରତ; ସେଲେବି ବିମାନବନ୍ଦର ସୁରକ୍ଷା କ୍ଲିୟରାନ୍ସ ବାତିଲ

Advertisment
IITM India Pakistan War Turkey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ