• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଓଡ଼ିଶାରେ ୮୯୦ SBI ଶାଖାରେ ନୋଟ୍  ବଦଳର ବ୍ୟବସ୍ଥା ହୋଇଛି । ନୋଟ୍ ବଦଳାଇବା ପାଇଁ ୧୨ ହଜାର କୋଟି ଟଙ୍କା ରହିଛି । ଏନେଇ ସୂଚନା ଦେଇଛନ୍ତି SBI ଭୁବନେଶ୍ବର ମଣ୍ଡଳ ସିଜିଏମ୍ ଚନ୍ଦ୍ରଶେଖର ଶର୍ମା । ଯଦି ଅଧିକ ଟଙ୍କା ଦରକାର ପଡ଼ିଲେ ଘଣ୍ଟାକ ଭିତରେ RBI ଆବଶ୍ୟକ ଟଙ୍କା ଏସବିଆଇକୁ ଦେବା ଖାଲି ଏତିକି ନୁହେଁ ଜଣେ ବ୍ୟକ୍ତି ଥରକରେ ୧୦ଟି ନୋଟ୍ ବଦଳ କରିପାରିବେ । ଯଦି ବ୍ୟାଙ୍କ ଖାଲି ଥାଏ ତା’ହେଲେ ଏକାଧିକ ଥର ବଦଳ କରିପାରିବେ ।  ତା’ସହ ନୋଟ୍ ବଦଳ ପାଇଁ କୌଣସି ଆଇଡି ପ୍ରମାଣ ଦେବାକୁ ପଡ଼ିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଆଜିଠୁ ୨ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା,ସମସ୍ତ ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କରେ ମିଳିବ ସୁବିଧା

ଆଜିଠୁ ଆରମ୍ଭ ହେଉଛି ୨ ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା । ଆଜିଠାରୁ ବ୍ୟାଙ୍କରେ ଲୋକେ ଜମା କରିପାରିବେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍ । ଲୋକେ ଚାହିଁଲେ ବ୍ୟାଙ୍କରେ ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇ ମଧ୍ୟ ପାରିବେ । ୨ ହଜାର ଟଙ୍କିଆ ବଦଳରେ ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଭଳି ଅନ୍ୟ ନୋଟ୍ ଆଣି ପାରିବେ। ନଚେତ ନିଜ ଖାତାରେ ଲିକ୍ୱିଡ୍ ଆକାରରେ ରଖି ପାରିବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଗୋଲାପି ନୋଟ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବା ବେଳେ ଆଜି ଠାରୁ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏହି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ହାତରେ ପ୍ରାୟ ୪ ମାସ ସମୟ ଥିବାରୁ ଅଯଥାରେ ଲୋକେ ଛାନିଆ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଦେଶରେ ଥିବା ଆରବିଆଇର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କ ଗୁଡିକରେ ଲୋକେ ଏହି ବଡ ଅଙ୍କର ନୋଟ୍ ଅଦଳବଦଳ କରିପାରିବେ।

କିଛି ଦିନ ତଳେ ମାର୍କେଟରୁ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ସେପଟେମ୍ବର ୩୦ ମଧ୍ୟରେ ଲୋକେ ବ୍ୟାଙ୍କରେ ଏହି ନୋଟକୁ ଡିପୋଜିଟ କରିପାରିବେ କିମ୍ବା ବଦଳାଇ ଅନ୍ୟ ନୋଟ୍ ନେଇପାରିବେ ବୋଲି RBI କହିଛି ।

RBI ଗଭର୍ଣ୍ଣର କହିଛନ୍ତି, ନୋଟ ବଦଳ ପାଇଁ ଲୋକଙ୍କ ପାଖରେ ୪ ମାସ ସମୟ ଅଛି । ତେଣୁ ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ ଓ ବ୍ୟାଙ୍କକୁ ଯାଇ ନୋଟ୍‌ ବଦଳାଇବା ପାଇଁ ଭିଡ଼ କରନ୍ତୁ ନାହିଁ । ଆପଣମାନେ ସମୟ ବାହାର କରି ଏହି ୪ ମାସ ମଧ୍ୟରେ ବ୍ୟାଙ୍କକୁ ଯାଇ ନୋଟ୍‌ ବଦଳାଇ ପାରିବେ । ‘ଯଦି ଆମେ କୌଣସି ସମୟ ଧାର୍ଯ୍ୟ କରିବୁ ନାହିଁ, ତା’ହେଲେ ଲୋକମାନେ ଏହାକୁ ଗମ୍ଭୀରତାର ସହ ନେବେ ନାହିଁ’ ବୋଲି RBI ଗଭର୍ଣ୍ଣର କହିଛନ୍ତି ।

ଅଧିକ ପଢ଼ନ୍ତୁ: ମାତ୍ର ଗୋଟିଏ ଷ୍ଟାମ୍ପରେ ଅଚଳ ହୋଇଯିବ ଆପଣଙ୍କ ନୋଟ୍‌ !