• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପଦ ଫେରିବାର ଗୋଟିଏ ଦିନ ପରେ ତାଙ୍କ ପାଖକୁ ଆସିଛି ବିବାହ ପ୍ରସ୍ତାବ । ଜନସାଧାରଣଙ୍କ ଠାରୁ ଆରମ୍ଭ କରି ରାଜନେତାମାନେ ସବୁବେଳେ ରାହୁଲଙ୍କୁ ହାତରୁ ଦୁଇ ହାତ ହେବାପାଇଁ ପରାମର୍ଶ ଦେଉଥିବା ବେଳେ ଏବେ ଜଣେ ବଲିଉଡ ଅଭିନେତ୍ରୀ ରାହୁଲଙ୍କୁ ବିବାହ କରିବା ପାଇଁ ରାଜି ହୋଇଛନ୍ତି । ସେହି ଅଭିନେତ୍ରୀ ତଥା ମଡେଲ୍ ଜଣକ ହେଲେ ଶେର୍ଲିନ୍ ଚୋପ୍ରା । ତାଙ୍କୁ ପ୍ରଶ୍ନ କରାଯାଇଥିଲା, ଆପଣ ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଚାହିଁବେ କି, ଏହି ପ୍ରଶ୍ନର ଉତ୍ତରେ ସେ ହଁ ମାରିଛନ୍ତି । ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଧିକ ପଢ଼ନ୍ତୁ: ଯେତେବେଳେ ମୁଁ ଠିକ୍ ଝିଅ ପାଇଯିବି ସେତେବେଳେ ମୁଁ ବିବାହ କରିବି - ରାହୁଲ ଗାନ୍ଧୀ

ନିକଟରେ ମୁମ୍ବାଇରର ବାନ୍ଦ୍ରାରେ ନଜର ଆସିଥିଲେ ଅଭିନେତ୍ରୀ ଶେର୍ଲିନ୍ । ଏହି ସମୟରେ ସେ ଗୋଲାପୀ ରଙ୍ଗର ଏକ ଫିଦର୍‌ ଟପ୍ ପିନ୍ଧିଥିଲେ । ଫ୍ୟାନ୍ସଙ୍କ ସହ ସେଲ୍ଫି ନେବାରେ ବ୍ୟସ୍ତ ଥିବାବେଳେ ତାଙ୍କୁ କେହି ରାହୁଲ ଗାନ୍ଧୀଙ୍କ ସହ ବିବାହ ନେଇ ପ୍ରଶ୍ନ କରିଥିଲେ । ଆଉ ଶେର୍ଲିନ୍ ଏହାର ଉତ୍ତରରେ କହିଥିଲେ, 'କାହିଁକି ନୁହେଁ, ମୁଁ ବିବାହ ପାଇଁ ରାଜି । କିନ୍ତୁ ବିବାହ ପରେ ମୁଁ ମୋ ସାଙ୍ଗିଆ ଚୋପ୍ରା ପରିବର୍ତ୍ତନ କରିବାକୁ ଚାହେଁନି।'

ତେବେ ଶେର୍ଲିନଙ୍କ ଏହି ପ୍ରତିକ୍ରିୟା ପରେ ରାହୁଲଙ୍କ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଆହୁରି ଜୋର ଧରୁଛି । ଅନ୍ୟପଟେ ରାହୁଲ ଗାନ୍ଧୀ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ଅଧିକ ପଢ଼ନ୍ତୁ: ରାହୁଲଙ୍କୁ ବାହା କରାଇବାକୁ ମହିଳା ଚାଷୀଙ୍କ ପରାମର୍ଶ : ସୋନିଆ ହସି ହସି କହିଲେ, ‘ତୁମେ ଝିଅଟିଏ ଖୋଜ..’

ଶେର୍ଲିନ ଚୋପ୍ରା କାହାକୁ ଭୟ ନକରି ମନକୁ ଯାହା ଆସେ ବୟାନ ଦିଅନ୍ତି । କେବଳ ଏତିକି ନୁହେଁ ତାଙ୍କ ବୋଲ୍ଡ ଲୁକ୍ ପାଇଁ ସେ ବେଶ ଚର୍ଚ୍ଚାରେ ଥାଆନ୍ତି। ଗତ ମାସରେ ସେ ଜୁହୁ ପୋଲିସ ଷ୍ଟେସନରେ ମୁମ୍ବାଇର ଜଣେ ଅର୍ଥ ପରିଚାଳକଙ୍କ ବିରୋଧରେ ଏକ ନିର୍ଯାତନା ମାମଲା ଦାୟର କରିଥିଲେ । ଭିଡିଓ ରେକର୍ଡିଂ ପାଇଁ ଟଙ୍କା ଦେବା ବାହାନାରେ ଜଣେ ଫାଇନାନ୍ସିଅର୍ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ।