• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ବହୁତ ଆଗକୁ ଯାଇଛି । ଅନେକ ସମୟରେ ଟେକ୍ନୋଲୋଜିକୁ ବ୍ୟବହାର କରି ମଣିଷ ବିପଦ ମୁହଁରେ ମଧ୍ୟ ପଡ଼ିଛି । ଏପରି ସମୟରେ ଆମେ କହିବାକୁ ଚାହିଁବୁ ଆପଣ ଦୈନିକ ବ୍ୟବହାର କରୁଥିବା ମୋବାଇଲର କଥା ।

କାରଣ ମୋବାଇଲ୍‌ ଯୋଗୁଁ ଯାଇପାରେ ଆପଣଙ୍କ ଦୃଷ୍ଟିଶକ୍ତି । ଆପଣ ନିଶ୍ଚୟ ଭାବୁଥିବେ ଆମେ ଏପରି କାହିଁକି କହୁଛୁ ? ଆଜ୍ଞା ହଁ ନିକଟରେ ଜଣେ ମହିଳା ମୋବାଇଲ ପାଇଁ ତାଙ୍କ ଦୃଷ୍ଟିଶକ୍ତି ହରାଇଛନ୍ତି । ଆଉ ବର୍ତ୍ତମାନ ତାଙ୍କ ଜୀବନ ଅନ୍ଧକାର ହୋଇଯାଇଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ...

ଅଧିକ ପଢ଼ନ୍ତୁ: ବନ୍ଦ ଆଖିରେ କେବେ ଦେଖିଛନ୍ତି କି ବିଭିନ୍ନ ରଙ୍ଗ; ଏମିତି କାହିଁକି ହୁଏ…

ଏପରି ଏକ ଘଟଣା ଘଟିଛି ହାଇଦ୍ରାବାଦରେ । ଘଟଣାର ସମସ୍ତ କଥା ନିଜର ଟ୍ୱିଟ୍‌ରେ ସେୟାର କରିଛନ୍ତି ଡାକ୍ତର ସୁଧୀର କୁମାର । ସୁଧୀର ତାଙ୍କ ଟ୍ୱିଟରରେ ଟ୍ୱିଟ୍‌ କରି ସବୁ କିଛି ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଅନ୍ଧାର ରାତିରେ ଜଣେ ମହିଳା ଫୋନ୍‌ ଦେଖିବା ଯୋଗୁଁ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଛି । ମହିଳାଙ୍କ ଘର ହାଇଦ୍ରାବାଦ ହୋଇଥିବା ବେଳେ ତାଙ୍କ ନାଁ ମଞ୍ଜୁ ବୋଲି ସୂଚନା ଦେଇଛନ୍ତି ଡାକ୍ତର ସୁଧୀର ।

TweetTweet

ଡାକ୍ତର ସୁଧୀର କହିଛନ୍ତି, ତାଙ୍କର ଦେଖିବା ନେଇ ବିଶେଷ ଅସୁବିଧା ହେଉଥିଲା । ତାଙ୍କର ଆଖି ପରୀକ୍ଷା କରାଯିବା ପରେ ସେ ‘ସ୍ମାର୍ଟଫୋନ୍ ଭିଜନ୍ ସିଣ୍ଡ୍ରୋମ’ ବା SVS ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା । ଏହି ରୋଗର କାରଣ ଅନ୍ଧାରରେ ଫୋନରେ ଅଧିକ ସମୟ ଅତିବାହିତ କରିବା । ମୁଁ ଏହାକୁ ନେଇ ପୂର୍ବରୁ ଅନେକ ଅନୁଧ୍ୟାନ କରିଛି । ଅନ୍ଧାର ରାତିରେ ସ୍ମାର୍ଟଫୋନ୍ ବ୍ୟବହାର ଯୋଗୁଁ ଏପରି ହୋଇଥିବା ଡାକ୍ତର ସୁଧୀର ଟ୍ୱିଟ୍ କରିଛନ୍ତି ।

ବର୍ତ୍ତମାନ ମଞ୍ଜୁଙ୍କ ଚିକିତ୍ସା କରାଯାଉଛି । ଅନେକ ଲୋକ ସ୍ମାର୍ଟଫୋନ୍ ଭିଜନ ସିଣ୍ଡ୍ରୋମ (SVS) ରୋଗରେ ପୀଡ଼ିତ ହେଉଛନ୍ତି । କମ୍ପ୍ୟୁଟର ଭିଜନ ସିଣ୍ଡ୍ରୋମ (CVS)ରେ ମଧ୍ୟ କିଛି ଲୋକ ପୀଡିତ ହେଉଥିବା ଆଶଙ୍କା ରହିଛି । ତେଣୁ ଏହା ଦୃଷ୍ଟି ଶକ୍ତି ନେଇପାରେ ବୋଲି ଡାକ୍ତର ସୁଧୀର କହିଥିବା ବେଳେ ଲୋକମାନେ ମୋବାଇଲ୍‌ ଓ କମ୍ପ୍ୟୁଟକୁ ଆବଶ୍ୟକ ମୁତାବକ ବ୍ୟବହାର କରିବାକୁ ସେ ଅପିଲ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now