• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାଇଦ୍ରାବାଦସ୍ଥିତ ଆର୍ଟିଲେରୀ ସେଣ୍ଟରରେ ଦେଶର ପ୍ରଥମ ବ୍ୟାଚ୍ ଅଗ୍ନିବୀର । ଏଠାରେ ଆରମ୍ଭ ହୋଇଛି ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ତାଲିମ୍ କାର୍ଯ୍ୟକ୍ରମ । ସେନାରେ ସାମିଲ ହେବା ପୂର୍ବରୁ ହାଇଦ୍ରାବାଦସ୍ଥିତ ସେନାର ୧୯୦୦ ଏକର ବିଶିଷ୍ଟ ବିଶାଳ ଆର୍ଟିଲେରୀ ସେଣ୍ଟରରେ ଏକାଠି ହୋଇଛନ୍ତି ଦେଶର କୋଣ ଅନୁକୋଣରୁ ଆସିଥିବା ୨ ହଜାର ୨୬୫ ଅଗ୍ନିବୀର ।

ଗତ ଜାନୁଆରୀ ୨ ତାରିଖରୁ ଏମାନଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆସନ୍ତା ୩୧ ସପ୍ତାହ ଲାଗି ଅଗ୍ନିବୀରମାନଙ୍କୁ ସେନାର କଳା, କୌଶଳ ସମ୍ପର୍କରେ ବିଭିନ୍ନ ସାମରିକ ତାଲିମ ପ୍ରଦାନ କରାଯିବ । ପ୍ରଥମେ ୧୦ ସପ୍ତାହର ସାଧାରଣ ତାଲିମ ପରେ ୨୧ ସପ୍ତାହର ଉନ୍ନତମାନର ଟ୍ରେନିଂ ନେବେ । ତା’ଭିତରେ ଯୁଦ୍ଧାସ୍ତ୍ର ଚାଳନା, ବନ୍ଧୁକ ଚାଳନାଠୁ ଆରମ୍ଭ କରି କଠିନ ପରିସ୍ଥିତିରେ ନିଜକୁ କିଭଳି ପ୍ରସ୍ତୁତ ରଖାଯାଇପାରେ, ସେ ସମ୍ପର୍କରେ ତାଲିମ ଦିଆଯିବ । ଏମାନଙ୍କ ପରେ ଆଉ ୩ ହଜାର ୩୦୦ ଅଗ୍ନିବୀରଙ୍କୁ ନେଇ ଆସନ୍ତା ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରୁ ଦ୍ୱିତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ଟ୍ରେନିଂ ଆରମ୍ଭ କରାଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଆହୁରି ଶକ୍ତିଶାଳି ହେବ ଭାରତ, ଚୀନ୍‌କୁ ଦେବ ଚକ୍‌ମା