Rajnath Singh
LACରେ ଚୀନ୍କୁ ଚେକ୍ ଦେବାକୁ ଆହୁରୀ ସଶକ୍ତ ହେବ ଭାରତୀୟ ସେନା । ଉଭୟ ସ୍ଥଳସେନା ଓ ନୌସେନାକୁ ମିଳିବ ହେଲିନା ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଜାଇଲ୍ ଓ ଏୟାର ଡିଫେନ୍ସ ସିଷ୍ଟମ । ଶତ୍ରୁ ଦେଶର ଯୁଦ୍ଧ ବିମାନ ଉପରେ ଭାରି ପଡ଼ିବାକୁ ଥିବା ଏହି ଅତ୍ୟାଧୁନିକ ଆଣ୍ଟି ମିଜାଇଲ ଓ ଏୟାର ଡିଫେନ୍ସ ଆମଦାନୀ ପ୍ରସ୍ତାବକୁ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମଂଜୁରୀ ମିଳିଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଡିଫେନ୍ସ ଆକ୍ୟୁଜିସନ୍ କାଉନସିଲ DAC ଏହି ପ୍ରସ୍ତାବକୁ ଅନୁମୋଦନ କରିଛି । ଏଥିପାଇଁ ୪ ହଜାର ୨ଶହ ୭୬ କୋଟି ଟଙ୍କା ଖର୍ଚ୍ଚ ହେବ । DAC ଦ୍ୱାରା ପାରିତ ୩ଟି ପ୍ରସ୍ତାବରୁ ଦୁଇଟି ସ୍ଥଳସେନା ଓ ଗୋଟିଏ ନୌସେନା ପାଇଁ ରହିଛି । ଏହାଦ୍ୱାରା ଭାରତୀୟ ସେନା ଅଧିକ ମଜବୁତ ହୋଇପାରିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ନୌସେନାର ଶିବାଲିକ ଶ୍ରେଣୀର ଜାହାଜ ଓ ନେକ୍ସଟ ଜେନେରେସନ୍ ମିଜାଇଲ ଭେସେଲ ପାଇଁ ବ୍ରହ୍ମୋସ ଲଞ୍ଚର ଓ ଫାୟାର କଣ୍ଟ୍ରୋଲ ସିଷ୍ଟମ କିଣା ପ୍ରସ୍ତାବକୁ ମଧ୍ୟ ଆଜି ଅନୁମୋଦନ କରିଛି ଡିଏସି । ପୂର୍ବ ଲଦାଖରେ ଚୀନ ସେନା ଭାରତୀୟ ସେନାର ମୁହାଁମୁହିଁ ସ୍ଥିତି ପରେ ସେନାବାହିନୀ ଲାଗି ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଲାଗି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)