• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଝଟକା । ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀ ବିରୋଧରେ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦାଏର ହୋଇଥିବା ଏହି ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଏହାପରେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ଏବେ ମାମଲା ଚାଲିବା ପ୍ରାୟତଃ ସ୍ପଷ୍ଟ ହୋଇଛି ।

ଘଟଣାକୁ ନେଇ ଆବେଦନକାରୀ ଓ ବିଭିନ୍ନ ପକ୍ଷ ସେଲିବ୍ରେସନ୍ ବି ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ କର୍ଣ୍ଣାଟକ କଂଗ୍ରେସ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ଅଭିଯୋଗ ଅନୁସାରେ ମହିଶୂରରେ ବେଆଇନ ଭାବେ ଜମି ହାତେଇଛନ୍ତି ସିଦ୍ଦରମୈୟାଙ୍କ ପତ୍ନୀ ବି.ଏମ୍. ପାବତ୍ରୀ । ମହିଶୂର ଅର୍ବାନ ଡେଭେଲପମେଣ୍ଟ ଅଥରିଟି (MUDA) ଜରିଆରେ ୧୪ଟି ପ୍ରିମିୟମ୍ ଜମିକୁ ଅତି ଶସ୍ତାରେ କିଣିଛନ୍ତି ।

ଯାହାଫଳରେ ରାଜ୍ୟ ସରକାର ରାଜସ୍ୱ ବାବଦକୁ ୪୫ କୋଟିରୁ ଅଧିକ କ୍ଷତି ସହିଛନ୍ତି । ଗତଥର କଂଗ୍ରେସ ଅମଳରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏଥିରେ ସଂପୃକ୍ତ ଥିବା ଅଭିଯୋଗ ରହିଛି । ଏହି ଅଭିଯୋଗର ତଦନ୍ତ ପାଇଁ ରାଜ୍ୟପାଳ ଥାବର ଚନ୍ଦ୍ର ଗେହୋଲଟ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସବୁ ଅଭିଯୋଗକୁ ଖଣ୍ଡନ କରିଛି କଂଗ୍ରେସ ।

OTV is now on Whatsapp

Join and get latest news update delivered to you via whatsapp

Join Now