• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ କେବେ ଚିନ୍ତା କରିଛନ୍ତି କି ମହାକାଶରେ ବୁଲିବା କଥା ? ଯଦି ଚିନ୍ତା କରି ନାହାନ୍ତି ତେବେ ଚିନ୍ତା କରିବା ଆରମ୍ଭ କରନ୍ତୁ । କାରଣ ଖୁବ୍‌ଶୀଘ୍ର ଏହି ଆଶା ସମସ୍ତଙ୍କର ପୁରଣ ହେବାକୁ ଯାଉଛି । ଆପଣ ଯେମିତି ପର୍ଯ୍ୟଟନ ସ୍ଥାନ ଗୁଡ଼ିକୁ ଗାଡ଼ି ଭଡ଼ା କରି ବୁଲିବାକୁ ଯାଆନ୍ତି ବା କୌଣସି ଟ୍ରାଭେଲ ଗାଇଡ୍‌ ଧରି ଦେଶ ବିଦେଶରେ ବୁଲିବାକୁ ଯାଆନ୍ତି, ଠିକ୍‌ ସେମିତି ମହାକାଶକୁ ମଧ୍ୟ ବୁଲି ଯାଇପାରିବେ । ଏନେଇ ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯାଉଛି ।

ଅଧିକ ପଢ଼ନ୍ତୁ: ବିପଦ ଆଣିବ କି ଉଲ୍‌କାପିଣ୍ଡ ? ୨୦୪୬ରେ ପୃଥିବୀକୁ ଦେଇପାରେ ଧକ୍କା

ସାଧାରଣତଃ ଆମ ସମସ୍ତଙ୍କ ମନରେ ଥାଏ ଯେ, ମହାକାଶକୁ କେବଳ ବୈଜ୍ଞାନିକ ତଥା ମହାକାଶଚାରୀ ହିଁ ଯାଆନ୍ତି । ଏଥିପାଇଁ ଅନେକ ଜ୍ୟାନ କୌଶଳ ଦରକାର ହୋଇଥାଏ । କିନ୍ତୁ ଏବେ ଏହା ସମସ୍ତଙ୍କ ପାଇଁ ସହଜ ହେବାକୁ ଯାଉଛି। ଯିଏ ଚାହିଁବ ସିଏ ମହାକାଶ ଯାଇପାରିବ । ଏଥିପାଇଁ କେବଳ ୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୨୦୩୦ ସୁଦ୍ଧା ଏହି ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଯାହା ପାଖରେ ଟଙ୍କା ଥିବ ସିଏ ମହାକାଶକୁ ଯାଇ ବୁଲି ଆସିପାରିବ । ଏନେଇ ଇସ୍ରୋର ଚେୟାରମ୍ୟାନ୍‌ ସୂଚନା ଦେଇଛନ୍ତି । ଭାରତ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ବ୍ୟବସ୍ଥା କରାଯାଉଛି ।

ଯେଉଁମାନେ ମହାକାଶ ବୁଲିବାକୁ ଯିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସ୍ପେସ୍‌ ସୁଟ୍‌ ତିଆରି ହେବ । ସେମାନଙ୍କୁ ରକେଟ ସାହାଯ୍ୟରେ ମହାକାଶକୁ ଛଡ଼ାଯିବ ।

ପୂର୍ବରୁ ସ୍ପେସ୍‌ ଏକ୍ସ ଭଳି ବେସରକାରୀ କମ୍ପାନୀମାନେ ପର୍ଯ୍ୟଟକଙ୍କୁ ମହାକାଶ ବୁଲାଇ ଆଣିସାରିଲେଣି । ତେବେ ଭାରତ ପକ୍ଷରୁ ଯେଉଁ ବ୍ୟବସ୍ଥା ହେବାକୁ ଯାଉଛି ତାହା ଅନ୍ତର୍ଜାତୀୟ ବଜାର ତୁଳନାରେ ପର୍ଯ୍ୟଟକଙ୍କୁ କମ୍‌ ଖର୍ଚ୍ଚ ପଡ଼ିବ।