/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748441256.jpg)
Jyoti Malhotra
ସୁନ୍ଦରୀ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରୁ ଆରମ୍ଭ କରି ଚା' ଖଟି, ସବୁଠି ଜ୍ୟୋତି । ବସଷ୍ଟପରୁ ଛକ ବଜାର ପର୍ଯ୍ୟନ୍ତ ସବୁଠି ଜ୍ୟୋତି ବିଷୟରେ ଜାଣିବାକୁ ଚାହୁଁଛନ୍ତି ଲୋକେ । ଏମିତିକି ଜ୍ୟୋତିଙ୍କର ଏସବୁ କଥା ଜାଣିବାକୁ ପାଗଳ ପ୍ରାୟ ହୋଇ ଯାଇଛନ୍ତି ଲୋକେ ।
ସବୁଠି ଜ୍ୟୋତି । ଆଉ ଜ୍ୟୋତିଙ୍କୁ ନେଇ ଚର୍ଚ୍ଚା ଜୋରଦାର । ଜ୍ୟୋତି ବିବାହିତ ନା ଅବିବାହିତ, କେମିତି ସେ ପାକିସ୍ତାନ ସହ ଲିଙ୍କରେ ଆସିଲେ ଆଉ ଭାରତରେ ରହି କେମିତି ସେ ଦେଶଦ୍ରୋହୀ ସାଜିଲେ । ପହଲଗାମ ହମଲା ପରେ ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନୀ ଲିଙ୍କ ଜଣାପଡ଼ିଛି । ସେ ଗିରଫ ହେବା ପରେ ସାମାଜିକ ଜଣମାଧ୍ୟମରେ ଜ୍ୟୋତି ହୋଇଛନ୍ତି ଭାଇରାଲ୍ ।
ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର, ୬୯ ଟଙ୍କା ବଢିଲା ଧାନର MSP
ସୁନ୍ଦରୀ ଜ୍ୟୋତିକୁ ନେଇ ବିଭିନ୍ନ ଖବର ସାମ୍ନାକୁ ଆସୁଥିବା ବେଳେ ଲୋକେ କିନ୍ତୁ ଜ୍ୟୋତି ମାଲହୋତ୍ରାଙ୍କ ବାବଦରେ କିଛି ରୋଚକ କଥା ଜାଣିବାକୁ ଚାହୁଁଛନ୍ତି । ଯେଉଁଥିପାଇଁ ଗୁଗୁଲର ସାହାରା ନେଇ ଜ୍ୟୋତି ବାବଦରେ ଏସବୁ ସର୍ଚ୍ଚ କରୁଛନ୍ତି। ପ୍ରଥମେ ତାଙ୍କ ଇନଷ୍ଟାଗ୍ରାମ ଭିଡିଓ ଦେଖୁଥିଲେ । ହେଲେ ଜ୍ୟୋତିଙ୍କ ଇନଷ୍ଟା ବନ୍ଦ ହୋଇଯିବା ପରେ ଲୋକ ତାଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଖୋଜି ବିଭିନ୍ନ ଭିଡିଓ ଦେଖୁଛନ୍ତି ।
ତେବେ ସବୁଠାରୁ ମଜା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଗୁଲରେ ଲୋକମାନେ ଜ୍ୟୋତି ମାଲହୋତ୍ରାଙ୍କ ବୟସ କେତେ ବୋଲି ସର୍ଚ୍ଚ କରୁଛନ୍ତି। ଖାଲି ସେତିକି ନୁହେଁ, ଜ୍ୟୋତି ବିବାହିତ ନା ଅବିବାହିତ ତାହା ଜାଣିବାକୁ ଚାହୁଁଛନ୍ତି । ଏହା ସହ ଜ୍ୟୋତିଙ୍କ ସ୍ୱାମୀଙ୍କ ନାଁ କଣ, ତାଙ୍କ ସ୍ୱାମୀ କିଏ ? ଜ୍ୟୋତି ମାଲହୋତ୍ରାଙ୍କ ଅସଲ ନାଁ କଣ ? ଏମିତି ଅନେକ ତଥ୍ୟ ଜାଣିବାକୁ ଚେଷ୍ଟା କରୁଥିବା ଗୁଗୁଲ ଟ୍ରେଣ୍ଡସରୁ ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)