Advertisment

ଦିନେ ମୋଟାପଣ ପାଇଁ କରାଯାଇଥିଲା ବାରଣ; ଏବେ ସବୁଠୁ ଲୋକପ୍ରିୟ କପିଲ୍ ଶର୍ମା

ଦିନେ କେହି ଜଣେ କପିଲ ଶର୍ମାଙ୍କୁ କହିଥିଲେ ଯେ ସେ ବହୁତ ମୋଟା, ପ୍ରଥମେ ତାଙ୍କୁ ଓଜନ କମେଇବାରେ ଅଛି। ଏ କଥା ତ କପିଲଙ୍କୁ ନିଶ୍ଚିତ ଖରାପ ଲାଗିଲା, କିନ୍ତୁ ଏହା ହିଁ ତାଙ୍କ ଭାଗ୍ୟକୁ ବଦଳେଇ ଦେଲା। ଏଇଠୁ ଆସିଲା ‘କମେଡି ନାଇଟ୍ସ ୱିଥ୍ କପିଲ’ର ଚିନ୍ତାଧାରା। ଜାଣନ୍ତୁ କେମିତି ଏମିତି ହେଲା….

author-image
Pramod Behera
Kapil Sharma success is very motivational

Kapil Sharma success is very motivational

କପିଲ ଶର୍ମାଙ୍କ ପାଇଁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। କପିଲଙ୍କ କମେଡି ଶୋ’ 'ଦି କପିଲ ଶର୍ମା ଶୋ' କେବଳ ଦର୍ଶକଙ୍କ ମଧ୍ୟରେ ନୁହେଁ ସେଲିବ୍ରେଟିମାନଙ୍କ ମଧ୍ୟରେ ମଧ୍ୟ ବହୁତ ଲୋକପ୍ରିୟ। ଶୋ’ର ହୋଷ୍ଟ୍‌ କପିଲ ଶର୍ମାଙ୍କ ଚମତ୍କାର ହାସ୍ୟ ଦର୍ଶକଙ୍କୁ ବାନ୍ଧିରଖେ ଆଉ ଖୁବ ହସାଇଥାଏ।

Advertisment

କପିଲଙ୍କ ଏହି ଶୋ’ର ନାମ ପୂର୍ବରୁ ‘କମେଡି ନାଇଟ୍ସ ୱିଥ୍ କପିଲ’ ଥିଲା, ପରେ ଏହାର ନାମ ‘କପିଲ ଶର୍ମା ଶୋ’ରେ ପରିବର୍ତ୍ତନ କରାଯାଇଥିଲା। ବଲିଉଡ୍‌ରୁ ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଜଣାଶୁଣା ସେଲିବ୍ରେଟିମାନେ ଏହି ଶୋ’ରେ ଅଂଶଗ୍ରହଣ କରନ୍ତି ଏବଂ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରନ୍ତି। ଶୋ’ରେ ଅନେକ ସେଲିବ୍ରେଟି ସେମାନଙ୍କର ଆଗାମୀ ଚଳଚ୍ଚିତ୍ରକୁ ନେଇ ମଜାଳିଆ ଧଙ୍ଗ ପ୍ରଚାର କରୁଥିବା ମଧ୍ୟ ଦେଖିବାକୁ ମିଳେ। କପିଲ କିପରି ଏହି ପ୍ରସିଦ୍ଧ ହାସ୍ୟରସର ଚିନ୍ତାଧାରା ପାଇଲେ ତାହା ନିହାତି ଏକ କୌତୁହଳପୂର୍ଣ୍ଣ।

କୁହାଯାଏ ଯେ ଭଗବାନ ଆମ ସମସ୍ତଙ୍କ ପାଇଁ କିଛି ନା କିଛି ପ୍ଲାନକରି ରଖିଥାନ୍ତି। ବୋଧହୁଏ ଏହି କାରଣରୁ ଆମେ ଯାହା କିଛି କରିବାକୁ ଯାଉ, ତାହା ନ ହୋଇ ଅନ୍ୟ କିଛି ହୋଇଯାଏ। କିଛି ବର୍ଷ ପୂର୍ବରୁ କପିଲ ଶର୍ମାଙ୍କ ସହ ମଧ୍ୟ ଏମିତି କିଛି ହୋଇଥିଲା।

Advertisment

ପ୍ରଥମେ କପିଲ ଶର୍ମା ଡ୍ୟାନ୍ସ ରିଅଲିଟି ଶୋ’ 'ଝଲକ ଦିଖ୍‌ଲା ଜା'ର ହୋଷ୍ଟ୍ ପାଇଁ ଅଫର ପାଇଥିଲେ। କପିଲ ଯେତେବେଳେ ଚ୍ୟାନେଲର କାର୍ଯ୍ୟାଳୟରେ ପହଞ୍ଚିଲେ ସେତେବେଳେ ତାଙ୍କୁ କୁହାଯାଇଥିଲା ଯେ ସେ ମନୀଷ ପାଲଙ୍କ ସହ ମିଶି ଶୋ’ର ହୋଷ୍ଟ କରିବେ। ଯେତେବେଳେ କପିଲ ରାଜି ହୋଇଗଲେ, ତାଙ୍କୁ ବିବିସିର ପ୍ରଡକ୍ସନ୍ ହାଉସକୁ ଯିବାକୁ କୁହାଗଲା।

ଏକ ସାକ୍ଷାତକାରରେ କପିଲ ଶର୍ମା କହିଥିଲେ ଯେ ଯେତେବେଳେ ସେ ପ୍ରଡକ୍ସନ୍ ହାଉସ୍‌ରେ ପହଞ୍ଚିଲେ ତାଙ୍କୁ ଦେଖି ସେଠାରେ କେହି ଜଣେ କହିଥିଲେ ଯେ ସେ ବହୁତ ମୋଟା, ପ୍ରଥମେ ତାଙ୍କୁ ଓଜନ କମେଇବାରେ ଅଛି। ଏ କଥା ତ କପିଲଙ୍କୁ ନିଶ୍ଚିତ ଖରାପ ଲାଗିଲା, କିନ୍ତୁ ଯେତେବେଳେ ସେ କଲର୍ସ ଚ୍ୟାନେଲକୁ ଏ ବିଷୟରେ ଜଣାଇଲେ, ଚ୍ୟାନେଲ ପ୍ରଡକ୍ସନ୍ ହାଉସକୁ କହିଥିଲେ ଯେ ପିଲାଟି ଜଣେ ଭଲ ହୋଷ୍ଟ୍‌, ସେ ଶୋ’କୁ ହୋଷ୍ଟ୍‌ କରିବେ, ପରେ ଓଜନ ବି କମେଇଦେବେ।

ଏସବୁ ଶୁଣିବା ପରେ କପିଲଙ୍କ ମନରେ ଏକ ଧାରଣା ଆସିଲା। ସେ ଚ୍ୟାନେଲ ଲୋକଙ୍କୁ କହିଥିଲେ ତୁମେ କାହିଁକି ଏକ କମେଡି ଶୋ’ କରୁନାହଁ? ଏହା ଉପରେ କପିଲଙ୍କଠାରୁ ହିଁ ଶୋ’ର ଚିନ୍ତାଧାରା ବିଷୟରେ ପଚରାଯାଇଥିଲା।

କପିଲ ଶର୍ମାଙ୍କ କମେଡି ଶୋ’ର ଚିନ୍ତାଧାରା ଚ୍ୟାନେଲବାଲାଙ୍କୁ ପସନ୍ଦ ଆସିଥିଲା। ଶୋ’ର ଫର୍ମାଟ୍ କରିବାକୁ କପିଲଙ୍କୁ ଦୁଇ ଦିନ ସମୟ ଦିଆଯାଇଥିଲା। ଉପସ୍ଥାପନା ପ୍ରସ୍ତୁତି ପାଇଁ କପିଲ କଠିନ ପରିଶ୍ରମ କରିଥିଲେ ଏବଂ ଯେତେବେଳେ ସେ ତାଙ୍କ ଚାଟ୍ ଶୋ’ର ଧାରଣା ଉପସ୍ଥାପନ କରିଥିଲେ, ଚ୍ୟାନେଲବାଲା ଏହାକୁ ଏତେ ପସନ୍ଦ କରିଥିଲେ ଯେ ଏହି ଶୋ’ ‘କମେଡି ନାଇଟ୍ସ ୱିଥ୍‌ କପିଲ’ ନାମରେ ପ୍ରସାରିତ ହୋଇଥିଲା। ବାକି ସବୁକିଛି ଇତିହାସ। ସମୟ ସହିତ କମେଡି ଶୋ ମଧ୍ୟ ଲୋକପ୍ରିୟ ହେଲା ଏବଂ କପିଲଙ୍କ ଚେହେରା ମଧ୍ୟ ବଦଳିଗଲା।

Kapil Sharma The Kapil Sharma Show Comedy Nights With Kapil
Advertisment
Advertisment