• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପର୍ଯ୍ୟଟକଙ୍କୁ ଆକୃଷ୍ଠ କରୁଛି ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନ । ଅନେକ ପର୍ଯ୍ୟଟକ ଦକ୍ଷିଣ ଭାରତରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି । କିପରି ପର୍ଯ୍ୟଟକମାନଙ୍କ ଉପଭୋଗରେ ଅସୁବିଧା ନହେବ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ଚଳିତ ମାସ ଏପ୍ରିଲ ୨୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ‘ବିୟର ବସ୍‌’ ଗଡ଼ିବ ବୋଲି ସୂଚନା ଦିଆଯାଇଛି ।

ଫ୍ରେଞ୍ଚ କଲୋନୀ ଦେଖିବାକୁ ଯାଉଥିବା ପର୍ଯ୍ୟଟକମାନେ ବିୟର ବସ୍‌ର ମଜା ନେଇପାରିବେ । ପର୍ଯ୍ୟଟକମାନେ ଚେନ୍ନାଇରୁ ‘ବିୟର ବସ୍‌’ରେ ୟୁନିଅନ୍ ଟେରିଟୋରୀକୁ ଯାତ୍ରା କରିପାରିବେ । ଗୋଟିଏ ଥର ‘ବିୟର ବସ୍‌’ରେ ଯାତ୍ରା କଲେ ଯାତ୍ରୀଙ୍କୁ ୩୦୦୦ ଟଙ୍କା ଦେବାକୁ ପଡ଼ିବ ।

ପର୍ଯ୍ୟଟକମାନଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ପୁଡୁଚେରୀର ପ୍ରଥମ ମାଇକ୍ରୋବ୍ରେୱେରି କାଟାମାରାନ୍ ବ୍ରୁଇଂ କୋ ଦ୍ୱାରା ଏହି ବସ୍‌ ସେବା ଯୋଗାଇଦିଆଯିବା ନେଇ କୁହାଯାଉଛି ।

ଅଧିକ ପଢ଼ନ୍ତୁ: ଦେଶରେ ପ୍ରଥମ; ନଦୀ ତଳେ ଚାଲିଲା ଟ୍ରେନ୍‌

‘ବିୟର ବସ୍‌’ରେ ଯାତ୍ରା କରିବାକୁ ହେଲେ ଯାତ୍ରୀମାନଙ୍କୁ ୩,୦୦୦ଟଙ୍କା ଦେବାକୁ ହେବ । ଚେନ୍ନାଇରୁ ଯାତ୍ରୀମାନେ ରାଉଣ୍ଡ ଟ୍ରିପ୍‌ କରିବା ସହ ଏହି ବସ୍‌ରେ ଖାଦ୍ୟର ମଧ୍ୟ ସୁବିଧା ରହିଛି । ତାହା ସହ ଯାତ୍ରୀମାନଙ୍କୁ ଅନ୍ୟକିଛି ସୁବିଧା ଦିଆଯାଉଥିବା କୁହାଯାଇଛି । ୨୨ ଏପ୍ରିଲରୁ ‘ବିୟର ବସ୍‌’ ସେବା ଆରମ୍ଭ ହେବ । ଏଥିରେ ମୋଟ୍‌ ୪୦ ଜଣ ପର୍ଯ୍ୟଟକ ଏକାଠି ଯାତ୍ରା କରିପାରିବେ ।

ତେବେ ଆରମ୍ଭ ହେବାକୁ ଯାଉଥିବା ଏହି ‘ବିୟର ବସ୍‌’ର ନାଁ ବିୟର ରହିଥିବାବେଳେ ଏଥିରେ କିନ୍ତୁ ପର୍ଯ୍ୟଟକଙ୍କୁ ବିୟର ମିଳିବନାହିଁ । ଅର୍ଥାତ୍‌ ଏହି ବସ୍‌ରେ ପର୍ଯ୍ୟଟକଙ୍କୁ ବିୟର ଦିଆଯିବନାହିଁ । ହେଲେ ଏହା ବଦଳରେ ବିୟର ମିଳୁଥିବା ସ୍ଥାନରେ ଏହି ବସ୍‌ ଅଟକି ରହିବ ବୋଲି ପୁଡୁଚେରି ସରକାର କହିଛନ୍ତି । ‘ବିୟର ବସ୍‌’ର ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସ୍ପଷ୍ଟୀକରଣ ଦିଆଯାଇଛି ।