/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681375251.jpg)
underwater journey
ପ୍ରତୀକ୍ଷାର ଅନ୍ତ । କୋଲକାତା ମେଟ୍ରୋ ରଚିଲା ଇତିହାସ । ଭାରତରେ ପ୍ରଥମ ଥର ପାଇଁ ନଦୀ ତଳେ ଚାଲିଲା ମେଟ୍ରୋ ଟ୍ରେନ୍ । ବୁଧବାର ଦିନ କୋଲକାତା ମେଟ୍ରୋ ହୁଗୁଳି ନଦୀ ତଳ ଦେଇ ଚଳାଚଳ କରି ଇତିହାସ ସୃଷ୍ଟି କରିଛି । ଦୀର୍ଘ ସମୟ ଅପେକ୍ଷା ପରେ ଦେଶର ପ୍ରଥମ ମେଟ୍ରୋ ଟ୍ରେନ୍ ହୁଗୁଳି ନଦୀ ତଳେ ଚାଲିଛି । ଏହି ମେଟ୍ରୋ ପାଣି ତଳ ଦେଇ କୋଲକାତାରୁ ହାୱଡ଼ା ଅଭିମୁଖେ ଯାତ୍ରା କରିଛି । ଏହା ହେଉଛି ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ପ୍ରକଳ୍ପ ।
ମେଟ୍ରୋ ରେଳବାଇର ଜେନେରାଲ୍ ମ୍ୟାନେଜର ପି ଉଦୟ କୁମାର ରେଡ୍ଡୀ( Metro Rail's general manager P Uday Kumar Reddy) ଟ୍ରେନ୍ ନଂ ୬୧୨ରେ ଯାତ୍ରା କରିଥିଲେ । ତାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ମେଟ୍ରୋ ଟ୍ରେନରେ ଉପସ୍ଥିତ ଥିଲେ । ଏହି ରେଳ ସକାଳ ୧୧.୫୫ ରେ ହୁଗଲି ନଦୀ ପାର ହୋଇଗଲା । କୋଲକାତା ମେଟ୍ରୋ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛି ।
Kolkata Metro creates History!For the first time in India,a Metro rake ran under any river today!Regular trial runs from #HowrahMaidan to #Esplanade will start very soon. Shri P Uday Kumar Reddy,General Manager has described this run as a historic moment for the city of #Kolkata. pic.twitter.com/sA4Kqdvf0v
— Metro Rail Kolkata (@metrorailwaykol) April 12, 2023
ଟ୍ରେନଟି ଏସପ୍ଲାନେଡ ଷ୍ଟେସନରୁ ହାୱଡା ମଇଦାନ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲା । ହାୱଡା ଷ୍ଟେସନରେ ପହଞ୍ଚିବା ପରେ ରେଡ୍ଡୀ ମେଟ୍ରୋ ଟ୍ରେନର ପୂଜା କରିଥିଲେ । ଏଭଳି ଭାବେ ଆଜି ଦୁଇଟି ମେଟ୍ରୋ ଟ୍ରେନ୍ ନଂ ୬୧୨ ଓ ୬୧୩ ହୁଗଳି ନଦୀ ଦେଇ ହାୱଡା ମଇଦାନ ଷ୍ଟେସନକୁ ସ୍ଥାନାନ୍ତରିତ ହୋଇଛି ।
ତେବେ ଏନେଇ ମେଟ୍ରୋ ପ୍ରକଳ୍ପ ଜେନେରାଲ୍ ମ୍ୟାନେଜର କହିଛନ୍ତି, ମେଟ୍ରୋ ରେଳବାଇ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । କାରଣ ଅନେକ ବାଧାବିଘ୍ନ ଅତିକ୍ରମ କରିବା ପରେ ହୁଗଳି ନଦୀ ତଳେ ରେଳ ଚଳାଇବାରେ ସକ୍ଷମ ହୋଇଛୁ । କୋଲକାତା ଏବଂ ଏହାର ଉପାନ୍ତ ଅଞ୍ଚଳର ଲୋକଙ୍କୁ ଆଧୁନିକ ପରିବହନ ବ୍ୟବସ୍ଥା ଯୋଗାଇବା ଦିଗରେ ଏହା ଏକ ବୈପ୍ଳବିକ ପଦକ୍ଷେପ । ବାଙ୍ଗଲା ନୂଆ ବର୍ଷରେ ଭାରତୀୟ ରେଳବାଇ ପକ୍ଷରୁ ଏହା ଏକ ବିଶେଷ ଉପହାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)