Advertisment

Former Karnataka CM SM Krishna: କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ; ୯୨ ବର୍ଷ ବୟସରେ ପରଲୋକ...

୯୨ ବର୍ଷ ବୟସରେ ନିଜ ବାସଭବନରେ ଏସ୍‌ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଏସ୍‌ଏମ୍ କ୍ରିଷ୍ଣା ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ।

ଅଦ୍ୟତନ ହୋଇଛି
Former Karnataka CM SM Krishna

Former Karnataka CM SM Krishna

Advertisment

କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ । ୯୨ ବର୍ଷ ବୟସରେ ନିଜ ବାସଭବନରେ ଏସ୍‌ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ ହୋଇଛି । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଏସ୍‌ଏମ୍ କ୍ରିଷ୍ଣା ମହାରାଷ୍ଟ୍ରର ରାଜ୍ୟପାଳ ଥିଲେ। ୨୦୦୯ରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ୨୦୨୩ରେ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ ଏସ୍‌ଏମ୍ କ୍ରିଷ୍ଣା। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।

Advertisment

ଏକାଦଶ ବିଧାନସଭାରେ କଂଗ୍ରେସ ସରକାର ଗଢିଥିବା ବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏସ୍‌ଏମ୍ କ୍ରିଷ୍ଣା । ୧୧ ଅକ୍ଟୋବର ୧୯୯୯ରୁ ୨୮ ମେ’ ୨୦୦୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ ଏସ୍‌ଏମ୍ କ୍ରିଷ୍ଣା । ସେତେବେଳେ ୪ ବର୍ଷ ୨୩୦ ଦିନ ମୁଖ୍ୟମନ୍ତ୍ରୀ ରହିବା ସହ କର୍ଣ୍ଣାଟକକୁ ସ୍ଥିର ସରକାର ଦେଇଥିଲେ ।

ଅଧିକ ପଢ଼ନ୍ତୁ: ଯେମିତି ସ୍ପିଡ୍ ସେମିତି ଆତ୍ମଘାତୀ, ଭାରତୀୟ ସ୍ଥଳସେନାରେ 'ଖଡ୍ଗ'

ଏସ୍‌ଏମ୍ କ୍ରିଷ୍ଣାଙ୍କୁ ବେଙ୍ଗାଲୁରୁକୁ ଭାରତର ସିଲିକନ୍ ଭ୍ୟାଲିରେ ପରିଣତ କରିବାର ଶ୍ରେୟ ତାଙ୍କୁ ମିଳିଥିଲା। ୨୦୦୪ରୁ ୨୦୦୮ ଯାଏ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଅବସ୍ଥାପିତ ହୋଇଥିଲେ। ୨୦୨୩ରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।

Advertisment

ସୂଚନା ଅନୁସାରେ,୯୨ ବର୍ଷ ବୟସ୍କା ବରିଷ୍ଠ ରାଜନେତା ଏସ୍‌ଏମ୍ କ୍ରୀଷ୍ଣା ବେଶ କିଛି ଦିନ ହେବ ଅସୁସ୍ଥ ଥିଲେ। ସେ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ସକାଳ ୨ଟା ୪୫ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ମୃତଦେହକୁ ତାଙ୍କ ପୈତୃକ ଗାଁ ମଦଦୁରକୁ ନିଆଯିବାର ସମ୍ଭାବନା ରହିଛି। ସେଠାରେ ଅନ୍ତିମ ସଂସ୍କାର କରାଯିବ।

ଅଧିକ ପଢ଼ନ୍ତୁ: ବ୍ୟାଙ୍କ ପାଲଟିଲା ରଣଭୂମି; ମ୍ୟାନେଜରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାହକ, ଦେଖନ୍ତୁ ଭିଡିଓ...

Advertisment
Karnataka Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ