Advertisment

Deep Depression Movement: ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି ଗଭୀର ଅବପାତ; ଆଜି ସ୍ଥଳଭାଗ ଛୁଇଁବ

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ବର୍ତ୍ତମାନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି। ଏହା ପଶ୍ଚିମବଙ୍ଗର ବସିରହାଟରୁ ୫୦ କିମି ଦୂରରେ ଏବଂ ବାଂଲାଦେଶର ଢାକା ଠାରୁ ୧୫୦ କିମି ଦୂରରେ ରହିଛି।

author-image
Tapaswini Nayak
Weather

Weather

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ବର୍ତ୍ତମାନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଘଣ୍ଟାପ୍ରତି ୧୮ କିମି ବେଗରେ ଗତି କରୁଛି। ଏହା ପଶ୍ଚିମବଙ୍ଗର ବସିରହାଟରୁ ୫୦ କିମି ଦୂରରେ ଏବଂ ବାଂଲାଦେଶର ଢାକା ଠାରୁ ୧୫୦ କିମି ଦୂରରେ ରହିଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଅଧିକ ପଢନ୍ତୁ: ୧୫ ଦିନ ଆଗୁଆ ଓଡ଼ିଶା ଛୁଇଁଲା ମୌସୁମୀ, ସପ୍ତାହେ ଭିତରେ ଭିଜିବ ସାରା ରାଜ୍ୟ

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗଭୀର ଅବପାତଟି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ। ପରେ ଏହା ୨୪ ଘଣ୍ଟା ମଧ୍ୟରେ  ଦୁର୍ବଳ ହୋଇଯିବ।

Advertisment

ଅନ୍ୟପକ୍ଷରେ ଓଡ଼ିଶା ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇଛି। ମୌସୁମୀ ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାକୁ ସଂପୂର୍ଣ୍ଣ ଭାବେ ଛୁଇଁ ଥିବା ବେଳେ ନବରଙ୍ଗପୁର, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଭାଗକୁ ଛୁଇଁଛି। ସେହିପରି କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ଆଂଶିକ ଭାବେ ସ୍ପର୍ଶ କରିଛି ମୌସୁମୀ ବାୟୁ। ମୌସୁମୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଜି ସକାଳେ ମଧ୍ୟ ରାଜଧାନୀରେ ଝିପିଝିପି ବର୍ଷା ହୋଇଛି।

ଅଧିକ ପଢନ୍ତୁ: ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ; ୱାର୍ଣ୍ଣିଂ ଜାରି

Rain Warning Weather Weather Update
Advertisment
Advertisment