Advertisment

Operation Sindoor: ମାଟି କାମୁଡ଼ି ଥିଲେ ପାକିସ୍ତାନର ୫ଟି ଯୁଦ୍ଧ ବିମାନ, ସୂଚନା ଦେଲେ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ମାର୍ଶାଲ ଏ ପି ସିଂ

ବେଙ୍ଗାଳୁରୁରେ ଆୟୋଜିତ ୧୬ତମ ଏୟାର ଚିଫ୍ ମାର୍ଶାଲ ଏଲ୍ ଏମ୍ କାତ୍ରେ ମେମୋରିଆଲ ଲେକଚର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବାୟୁସେନା ମୁଖ୍ୟ। ଅପରେସନ୍ ସିନ୍ଦୁର ପରେ ପାକିସ୍ତାନୀ ସେନାର ଯୁଦ୍ଧ ବିମାନକୁ ଭାରତୀୟ ମାଟିରେ ଖସାଇ ଦିଆଯିବା ନେଇ, ଭାରତୀୟ ସେନା ପକ୍ଷରୁ କୌଣସି ଉଚ୍ଚ ଅଧିକାରୀଙ୍କ ଏହା ପ୍ରଥମ ସରକାରୀ ବୟାନ ବୋଲି କୁହାଯାଉଛି।

author-image
Manasranjan Mohanty
Operation Sindoor

Operation Sindoor

ଭାରତୀୟ ସେନାର ଅପରେସନ୍ ସିନ୍ଦୁର ବେଳେ ମାଟି କାମୁଡ଼ି ଥିଲେ ପାକିସ୍ତାନର ୫ଟି ଯୁଦ୍ଧ ବିମାନ। ସେହିଭଳି ପାକ୍ ସେନାର ଆଉ ଗୋଟିଏ ବଡ଼ ଏୟାର କ୍ରାଫଟକୁ ମଧ୍ୟ ଖସାଇ ଦିଆଯାଇଥିଲା ବୋଲି କହିଛନ୍ତି ଭାରତୀୟ ବାସୁସେନା ମୁଖ୍ୟ ତଥା ଚିଫ୍ ଅଫ୍ ଏୟାର ଷ୍ଟାଫ୍ ମାର୍ଶାଲ ଏ ପି ସିଂ ।

Advertisment

ବେଙ୍ଗାଳୁରୁରେ ଆୟୋଜିତ ୧୬ତମ ଏୟାର ଚିଫ୍ ମାର୍ଶାଲ ଏଲ୍ ଏମ୍ କାତ୍ରେ ମେମୋରିଆଲ ଲେକଚର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ବାୟୁସେନା ମୁଖ୍ୟ। ଅପରେସନ୍ ସିନ୍ଦୁର ପରେ ପାକିସ୍ତାନୀ ସେନାର ଯୁଦ୍ଧ ବିମାନକୁ ଭାରତୀୟ ମାଟିରେ ଖସାଇ ଦିଆଯିବା ନେଇ, ଭାରତୀୟ ସେନା ପକ୍ଷରୁ କୌଣସି ଉଚ୍ଚ ଅଧିକାରୀଙ୍କ ଏହା ପ୍ରଥମ ସରକାରୀ ବୟାନ ବୋଲି କୁହାଯାଉଛି। ଅପରେସନ୍ ସିନ୍ଦୁରରେ ଭାରତୀୟ ସେନା, ପାକ ସେନାର ଆଉ କି କ୍ଷୟକ୍ଷତି ଘଟାଇଥିଲେ, ସେ ସମ୍ପର୍କର ମଧ୍ୟ ବାୟୁସେନା ମୁଖ୍ୟ ତଥ୍ୟ ରଖିଛନ୍ତି।...

ସେ କହିଛନ୍ତି, “ଆମେ ଅତିକମରେ ୫ ଯୁଦ୍ଧ ବିମାନ ଓ ଗୋଟିଏ ବିରାଟ ଏୟାରକ୍ରାଫ୍ଟ (ସମ୍ଭବତଃ ଇଏଲଆଇଏନଟି ବିମାନ କିମ୍ବା ଗୋଟିଏ ଆୱାକସ ବିମାନ)କୁ ଖସାଇଥିଲୁ। ୩୦୦ କିମି ଦୂରରୁ ଏହାକୁ ନଷ୍ଟ କରାଯାଇଥିଲା। ଏହା ବାସ୍ତବରେ ସବୁଠାରୁ ବଡ଼ ସ୍ଥଳ ଭାଗରୁ ଆକାଶ ପଥରେ କରାଯାଇଥିବା ଅପରେସନ।”

Advertisment

ବାୟୁ ସେନା ମୁଖ୍ୟ ଏପି ସିଂ ଅପରେସନ ସିନ୍ଦୂର ପୂର୍ବରୁ ଓ ପରେ ଆତଙ୍କବାଦୀ ଠିକଣାର ଅବସ୍ଥା କ’ଣ ହୋଇଥିଲା, ତା’ର ସ୍ୟାଟେଲାଇଟ ଛବି ମଧ୍ୟ ଜାରି କରିଛନ୍ତି। ପାକିସ୍ତାନର ବାହାବଲପୁରରେ ଥିବା ଜୈଶ-ଇ-ମହମ୍ମଦର ମୁଖ୍ୟାଳୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଛବିରୁ କ୍ଷୟକ୍ଷତିର ପରିଣାମ ସ୍ପଷ୍ଟ ହୋଇଛି।

ଟାର୍ଗେଟର ଆଖପାଖ ବିଲଡିଂ ସଂପୂର୍ଣ୍ଣ ଭାବେ ଅକ୍ଷତ ରହିଛି। କେବଳ ସ୍ୟାଟେଲାଇଟ ଛବି ନୁହେଁ, ବରଂ ସ୍ଥାନୀୟ ମିଡିଆ ଏହାକୁ ନିଶ୍ଚିତ କରିଛି। ସ୍ଥାନୀୟ ମିଡିଆ ଦ୍ୱାରା ଆମେ ଭିତରର ଛବି ମଧ୍ୟ ହାସଲ କରିପାରିଥିବା ଏୟାର ଚିଫ ମାର୍ଶଲ ଏପି ସିଂ କହିଛନ୍ତି।

India Pakistan Operation Sindoor
Advertisment
Related Articles
Advertisment