Advertisment

ଜଳିଗଲା INS ବ୍ରହ୍ମପୁତ୍ର; ନାବିକ ନିଖୋଜ..ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ନୌସେନା ମୁଖ୍ୟ

ଏହି ଦୁର୍ଘଟଣା ପରେ ନୌସେନାର ଜଣେ କନିଷ୍ଠ ନାବିକ ନିଖୋଜ ଅଛନ୍ତି। ଅନ୍ୟ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ ବି ତାଙ୍କର ପତ୍ତା ମିଳୁନାହିଁ । ନିଖୋଜ ଜୁନିଅର ସେଲରଙ୍କ ସନ୍ଧାନ ଜାରିଥିବା ବେଳେ, ଏହି ଅଘଟଣ କେମିତି ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ନୌସେନା।

author-image
Sonali Ojha
ଅଦ୍ୟତନ ହୋଇଛି
INS Brahmaputra catches fire

INS ବ୍ରହ୍ମପୁତ୍ର

INS ବ୍ରହ୍ମପୁତ୍ରରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ. ତ୍ରିପାଠୀ । ରାଜନାଥ ନିଖୋଜ ନାବିକଙ୍କ ନିରାପତ୍ତା ପାଇଁ ପ୍ରାର୍ଥନା କରିବା ସହିତ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ନୌସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ରବିବାର ଭାରତୀୟ ନୌସେନାର ଯୁଦ୍ଧପୋତ INS ବ୍ରହ୍ମପୁତ୍ର ମରାମତି ପାଇଁ ମୁମ୍ବାଇ ଡକୟାର୍ଡରେ ଲଙ୍ଗର୍ ପକାଇ ଥିବାବେଳେ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଯୁଦ୍ଧପୋତ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଗୋଟିଏ ପଟକୁ ଢଳିଯାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଯେଉଁ ଖବର ଆସୁଥିଲା। ତେବେ ଏବା ସତ ବୋଲି ସ୍ପଷ୍ଟ ହୋଇଛି। ବହୁ ଚେଷ୍ଟା ପରେ ଯୁଦ୍ଧପୋତକୁ ସିଧା କରିହେଉନାହିଁ । ଏହା ବନ୍ଦର ଆଡ଼କୁ ଅଧିକରୁ ଅଧିକ ଢଳିବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ଚେକ୍‌ଅପ୍‌ ପାଇଁ ଯାଇଥିଲେ ମେଡିକାଲ; ଚାଲିଲାନି ଲିଫ୍ଟ, ଫଶି ରହିଲେ ଦୁଇ ରାତି !

Advertisment

ଏହି ଦୁର୍ଘଟଣା ପରେ ନୌସେନାର ଜଣେ କନିଷ୍ଠ ନାବିକ ନିଖୋଜ ଅଛନ୍ତି। ଅନ୍ୟ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ ବି ତାଙ୍କର ପତ୍ତା ମିଳୁନାହିଁ । ନିଖୋଜ ଜୁନିଅର ସେଲରଙ୍କ ସନ୍ଧାନ ଜାରିଥିବା ବେଳେ, ଏହି ଅଘଟଣ କେମିତି ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ନୌସେନା। ତେବେ ନିଖୋଜ ନାବିକଙ୍କ ସୁରକ୍ଷା ନେଇ ପ୍ରାର୍ଥନା କରିଛନ୍ତି ରାଜନାଥ ସିଂ।

INS ବ୍ରହ୍ମପୁତ୍ର ହେଉଛି ପ୍ରଥମ ସ୍ୱଦେଶୀ ନିର୍ମିତ 'ବ୍ରହ୍ମପୁତ୍ର' ଶ୍ରେଣୀ ଗାଇଡ୍ ମିସାଇଲ୍ ଯୁଦ୍ଧ ଜାହାଜ । ୨୦୦୦ ମସିହା ଏପ୍ରିଲ ମାସରେ ଏହାକୁ ଭାରତୀୟ ନୌସେନାରେ ସାମିଲ୍ କରାଯାଇଥିଲା। ଏହି ଜାହାଜରେ ୪୦ ଜଣ ଅଧିକାରୀ ଏବଂ ୩୩୦ ନାବିକ ଅଛନ୍ତି। INS ବ୍ରହ୍ମପୁତ୍ରର ଓଜନ ପ୍ରାୟ ୫,୩୦୦ ଟନ୍, ଲମ୍ବ ୧୨୫ ମିଟର, ମୋଟେଇ ୧୪.୪ ମିଟର ଏବଂ ୨୭ନଟ୍ ରୁ ଅଧିକ ବେଗରେ ଗତି କରିବାକୁ ସକ୍ଷମ ।

ଏହା ମଧ୍ୟମ ଦୂର, ନିକଟ ଓ ଆଣ୍ଟି-ଏୟାରକ୍ରାଫ୍ଟ ତୋପ, ଭୂପୃଷ୍ଠରୁ ଭୂପୃଷ୍ଠ ଏବଂ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ଟର୍ପେଡୋ ଲଞ୍ଚର୍ ସହିତ ସଜ୍ଜିତ ।ଏହି ଜାହାଜରେ ସାମୁଦ୍ରିକ ଯୁଦ୍ଧର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରୁଥିବା ବିଭିନ୍ନ ପ୍ରକାରର ସେନ୍ସର, ସିକିଙ୍ଗ ଏବଂ ଚେତକ ହେଲିକପ୍ଟର ସଂଚାଳିତ କରିବାର କ୍ଷମତା ରହିଛି।

Sailor Indian Navy
Advertisment
Advertisment