• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମେଡିକାଲ ଯାଇଥିଲେ ଚିକିତ୍ସା କରାଇବାକୁ । କିନ୍ତୁ ତା’ପରେ ଯାହା ହେଲା ଜାଣିଲେ ଆପଣଙ୍କ ଦେହ ମଧ୍ୟ ଶିତେଇ ଉଠିବ । ଥିରୁଭାନନ୍ତପୁରମ୍‌ର ଘଟଣା । ମେଡିକାଲକୁ ଚେକ୍‌ଅପ୍ ପାଇଁ ଆସିଥିବା ୫୯ ବର୍ଷୀୟ ବୃଦ୍ଧ ଲିଫ୍ଟ ଭିତରେ ରହିଯାଇଥିଲେ । ପରେ ତାଙ୍କୁ ଦୁଇ ଦିନ ପରେ ଉଦ୍ଧାର କରାଯାଇଥିଲା ।

ଏପରି ଏକ ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଆଜି ସକାଳେ ଲିଫ୍ଟର ରୁଟିନ୍ ୱାର୍କ ପାଇଁ କର୍ମଚାରୀ ଆସିଥିବା ବେଳେ ସେମାନେ ବୃଦ୍ଧଙ୍କୁ ଦେଖିବାକୁ ପାଇଥିଲେ । ପରେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଥିଲା ଓ ଲିଫ୍ଟକୁ କାର୍ଯ୍ୟକ୍ଷମ କରାଯାଇଥିଲା । ତେବେ ଅତି ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ମେଡିକାଲ ଆସି ବୃଦ୍ଧ ଜଣକ ଲିଫ୍ଟରେ ଫଶିରହିଥିବା କଥା କେହି ମଧ୍ୟ ଜାଣିପାରିନଥିଲେ ।

ବୃଦ୍ଧ ଜଣକ ହେଲେ ଉଲ୍ଲୁର ବାସିନ୍ଦା ରବିନ୍ଦନ୍ ନାୟାର୍ । ସେ ଗତ ଶନିବାର ଦିନ ମେଡିକାଲକୁ ରେଗୁଲାର ଚେକ୍‌ଅପ୍‌ ପାଇଁ ଆସିଥିଲେ । କିନ୍ତୁ ଲିଫ୍ଟଟି ଠିକ୍ ସମୟରେ କାମ କରିନଥିଲା । ଫଳରେ ସେ ଲିଫ୍ଟ ଭିତରେ ଫଶି ରହିଥିଲେ । ତେବେ ରବିନ୍ଦ୍ରନ୍ ନିଜ ପତ୍ନୀଙ୍କ ସହ ହସପିଟାଲକୁ ଆସିଥିଲେ ।

ପରେ ପତ୍ନୀ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ । ସେ ସେହି ହସ୍ପିଟାଲରେ କାମ କରୁଥିବା ସୂଚନା ମିଳିଛି । ରବିନ୍ଦ୍ରନ କେରଳ ବିଧାନସଭାରେ କାର୍ଯ୍ୟରତ । ଚେକ୍‌ଅପ୍‌ ପରେ ସେ ଯିବାକୁ ବାହାରୁ ଥିବା ବେଳେ ଲିଫ୍ଟରେ ଅଟକି ଯାଇଥିଲେ । ସେ କହିଛନ୍ତି, ପ୍ରଥମ ମହଲାକୁ ଯିବା ପାଇଁ ଲିଫ୍ଟ ଭିତରକୁ ଯାଇଥିଲେ । କିନ୍ତୁ ଲିଫ୍ଟ କାମ କଲାନି । ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ ମଧ୍ୟ କେହି ଆସି ନଥିଲେ । ତାଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।

ପରେ ଖବର ନେବାରୁ ଜଣା ପଡ଼ିଥିଲା, ଏହି ଲିଫ୍ଟ ଦୁଇଟି ମହଲା ମଧ୍ୟରେ ଅଟକି ଯାଇଥିଲା । ତାଙ୍କ ଫୋନ୍ ମଧ୍ୟ ଖସି ପଡି ଭାଙ୍ଗି ଯାଇଥିଲା । ସେ କହିଛନ୍ତି ଯେ ସେ ଆଲାର୍ମ ଦବାଇ ଲିଫ୍ଟ ଭିତରେ ଫୋନ ବ୍ୟବହାର କରି କଲ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କେହି ଉତ୍ତର ଦେଇନଥିଲେ । ଅଧିକାରୀମାନେ କହିଛନ୍ତି ଯେ ସୋମବାର ସକାଳେ ଲିଫ୍ଟ ଅପରେଟର ମାନେ କାମ ଆରମ୍ଭ କରିଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି ।  ପ୍ରଶାସନ ପକ୍ଷରୁ ଏଭଳି ଅବ୍ୟବସ୍ଥା ବାବଦରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

OTV is now on Whatsapp

Join and get latest news update delivered to you via whatsapp

Join Now