Advertisment

FIR against Kejriwal: ଦିଲ୍ଲୀ ଭୋଟ୍ ପୂର୍ବରୁ କେଜରିୱାଲଙ୍କ ନାଁରେ ମାମଲା; ଜାଣନ୍ତୁ ପୂରା ଘଟଣା

ଜାନୁଆରୀ ୨୭ ତାରିଖରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହରିୟାଣା ଦ୍ୱାରା ଦିଲ୍ଲୀକୁ ଯୋଗାଇ ଦିଆଯାଉଥିବା ନିମ୍ନମାନର ପାଣି ପ୍ରସଙ୍ଗ ଉଠାଇଥିଲେ। କେଜରିୱାଲ କହିଥିଲେ, 'ଲୋକମାନଙ୍କୁ ପାନୀୟ ଜଳରୁ ବଞ୍ଚିତ କରିବାଠାରୁ ବଡ଼ ପାପ ଆଉ କିଛି ନାହିଁ।'

ଅଦ୍ୟତନ ହୋଇଛି
FIR against Arvind Kejriwal

FIR against Arvind Kejriwal

Advertisment

ଆରମ୍ଭ ହୋଇଛି ଦିଲ୍ଲୀ ଭୋଟ୍। ହେଲେ ଏହା ପୂର୍ବକୁ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଲାଗିଛି ବଡ଼ ଝଟକା। ମତଦାନ ଆରମ୍ଭ ହେବା ପୂର୍ବରୁ କେଜରିୱାଲଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି। ଏହି ମାମଲା ହରିୟାଣାର ଶାହବାଦ ଥାନାରେ ପଞ୍ଜିକୃତ ହୋଇଛି। ପ୍ରକୃତରେ ଦିଲ୍ଲୀ ରାଜନୀତିରେ ହଲଚଲ ସୃଷ୍ଟି କରିଥିବା ଯମୁନା ନଦୀ ପଲିଟିକ୍ସ ପାଇଁ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି।

Advertisment

ଯମୁନା ପାଣିରେ ବିଷ ମିଶାଯାଇଥିବା ଅଭିଯୋଗ କରିଥିଲେ କେଜରିୱାଲ। ଏହାକୁ ନେଇ ଆଡଭୋକେଟ୍ ଜଗମୋହନ ମନଚନ୍ଦା ଏହି ଏଫଆଇଆର ଦାୟର କରିଛନ୍ତି। ଜଗମୋହନ କେଜ୍ରିୱାଲଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରିବା ସହ ତାଙ୍କ ବକ୍ତବ୍ୟକୁ ଦଳୀୟ ରାଜନୀତି ବୋଲି କହିଥିଲେ। ଏହା ପରେ କେଜ୍ରିୱାଲଙ୍କ ବିରୋଧରେ BNS ଧାରା 192, 196(1), 197(1), 248(a), 299 ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ଯମୁନା ସମ୍ପର୍କରେ କଣ କହିଥିଲେ କେଜରିୱାଲ ?

ଜାନୁଆରୀ ୨୭ ତାରିଖରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହରିୟାଣା ଦ୍ୱାରା ଦିଲ୍ଲୀକୁ ଯୋଗାଇ ଦିଆଯାଉଥିବା ନିମ୍ନମାନର ପାଣି ପ୍ରସଙ୍ଗ ଉଠାଇଥିଲେ। କେଜରିୱାଲ କହିଥିଲେ, 'ଲୋକମାନଙ୍କୁ ପାନୀୟ ଜଳରୁ ବଞ୍ଚିତ କରିବାଠାରୁ ବଡ଼ ପାପ ଆଉ କିଛି ନାହିଁ।' ବିଜେପି ତାର ମଇଳା ରାଜନୀତି ଦ୍ୱାରା ଦିଲ୍ଲୀର ଲୋକମାନଙ୍କୁ ତୃଷାର୍ତ୍ତ ରଖିବାକୁ ଚାହୁଁଛି। ସେମାନେ ହରିୟାଣାରୁ ପଠାଯାଉଥିବା ପାଣିରେ ବିଷ ମିଶାଉଛନ୍ତି। କେଜରିୱାଲ ଆହୁରି କହିଥିଲେ, 'ଏହି ପ୍ରଦୂଷିତ ପାଣି ଏତେ ବିଷାକ୍ତ ଯେ ଏହାକୁ ଦିଲ୍ଲୀରେ ଥିବା ଜଳ ବିଶୋଧନ ପ୍ଲାଣ୍ଟ ସାହାଯ୍ୟରେ ବିଶୋଧନ କରାଯାଇପାରିବ ନାହିଁ।' ବିଜେପି ଦିଲ୍ଲୀବାସୀଙ୍କ ଗଣହତ୍ୟା କରିବାକୁ ଚାହୁଁଛି। କିନ୍ତୁ ଆମେ ଏହା ହେବାକୁ ଦେବୁ ନାହିଁ।'

Advertisment

ଅଧିକ ପଢ଼ନ୍ତୁ: ଭୋଟ୍ ଦେଉଛି ଦିଲ୍ଲୀ; ୭୦ ସିଟ୍‌ରେ ଚାଲିଛି ମତଦାନ

ଏହି ବୟାନ ପରେ, ନିର୍ବାଚନ କମିଶନ ତାଙ୍କୁ ଏହାର ଉତ୍ତର ମାଗିଥିଲେ। ଯାହା ପରେ କେଜରିୱାଲ ଏହାକୁ ଜନହିତରେ ଦିଆଯାଇଥିବା ମନ୍ତବ୍ୟ ବୋଲି ବର୍ଣ୍ଣନା କରିଥିଲେ। ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ନୋଟିସର ଜବାବରେ ସେ ଏହି କଥା କହିଛନ୍ତି। ନିର୍ବାଚନ କମିଶନର ନୋଟିସର ୧୪ ପୃଷ୍ଠାର ଉତ୍ତର ରଖିଥିଲେ କେଜରିୱାଲ। ଦିଲ୍ଲୀରେ ପାନୀୟ ଜଳର ଅତି ଖରାପମାନ ସହ ଜଡିତ ଚିନ୍ତାଜନକ ଜନସ୍ୱାସ୍ଥ୍ୟ ସଙ୍କଟ ସମ୍ପର୍କରେ ଏହି ମନ୍ତବ୍ୟ ଦିଆଯାଇଛି ବୋଲି ଆପର ଜାତୀୟ ସଂଯୋଜକ କହିଛନ୍ତି। କେଜରିୱାଲ କହିଛନ୍ତି ଯେ ଦିଲ୍ଲୀ ହରିୟାଣାରୁ ଯୋଗାଣ ହେଉଥିବା ପାଣି ଉପରେ ନିର୍ଭରଶୀଳ। ଏହି ପାଣିରେ ପ୍ରଦୂଷଣମାତ୍ରା ଅଧିକ ଓ ସେ ଏହି ବିଷୟରେ କହିଥିଲେ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ଦମ୍ଭୋକ୍ତି; ବିଦା ହେବ ଆପ ; ଆସିବ ବିଜେପି

Arvind Kejriwal AAP Yamuna River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ