• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୃଷକଙ୍କ ଆୟବୃଦ୍ଧି କରିବାକୁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଚାଷୀମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । କୃଷକମାନଙ୍କୁ କୃଷି ବ୍ୟବସାୟ ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ PM Kisan FPO ଯୋଜନା ଆଣିଛନ୍ତି । ୨୦୨୩-୨୪ ସୁଦ୍ଧା ୧୦,୦୦୦ FPO କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ।

ଏହି ଯୋଜନା ଅନୁସାରେ ସରକାର ନୂତନ କୃଷି ବ୍ୟବସାୟ ଆରମ୍ଭ କରିବାକୁ ଚାଷୀମାନଙ୍କୁ ୧୫ ଲକ୍ଷ ଟଙ୍କା ଅର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ଇ-ନାମ ପ୍ଲାଟ୍‌ଫର୍ମରେ ୨୩୮୯ FPO ରହିଛି । ଏହି ଆର୍ଥିକ ରାଶିକୁ ସରକାର ୩ ବର୍ଷ ମଧ୍ୟରେ ପ୍ରଦାନ କରିବେ ।

ଅଧିକ ପଢ଼ନ୍ତୁ: ପ୍ରାକୃତିକ ଚାଷ ପାଇଁ ୧ କୋଟି ଚାଷୀଙ୍କୁ ମିଳିବ ସହାୟତା

ଏହି ସ୍କିମ୍‌ର ଫାଇଦା କିଏ ପାଇପାରିବେ ?

ଯେଉଁ କୃଷକ ମାନେ କୃଷିଜାତ ଦ୍ରବ୍ୟ ଉତ୍ପାଦନ କରନ୍ତି, ସେମାନେ ଗୋଷ୍ଠୀ ଗଠନ କରିପାରିବେ । କୃଷକ ଉତ୍ପାଦନ ସଂଗଠନ ବା FPOରେ ଅତି କମ୍‌ରେ ୧୧ଜଣ କୃଷକ ରହିବେ । ସବୁଠାରୁ ବଡ଼ କଥା ହେଉଛି FPOରେ ରହିଥିବା ସମସ୍ତ ୧୧ଜଣ କୃଷକ PM Kisan ଯୋଜନାର ହିତାଧିକାରୀ ହୋଇଥିବା ଜରୁରୀ ।

କାରଣ PM Kisan ଯୋଜନାର ହାତାଧିକାରୀମାନେ ଏହି ଯୋଜନାର ଲାଭ ପାଇପାରିବେ । ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଚାଷ ସମ୍ବଦ୍ଧୀୟ ଉପକରଣ, ସାର, ବିହନ ଓ ଔଷଧ କିଣିପାରିବେ ।

PM Kisan FPO ଯୋଜନା ପାଇଁ କିପରି ଆବେଦନ କରିବେ?

୧. ପ୍ରଥମେ ଆପଣଙ୍କୁ ଜାତୀୟ ଅଫିସିଆଲ ସାଇଟ୍‌ www.enam.gov.inକୁ ଲଗ୍‌ଇନ୍‌ କରିବାକୁ ହେବ ।

୨. ସାଇଟ୍‌ଟି ଖୋଲିବା ପରେ FPO ବିକଳ୍ପ ଉପରେ କ୍ଲିକ୍‌ କରିବେ । ପରେ ପଞ୍ଜୀକରଣ ପାଇଁ ଆବେଦନ କରିହେବ ।

୩. ପେଜ୍‌ଟି ଖୋଲିବା ପରେ ଆବେଦନ ପାଇଁ ଫର୍ମ ଆସିବ । ଆପଣ ସେହି ଫର୍ମରେ ସମସ୍ତ ତଥ୍ୟ ଦେବେ ।

୪. ଅବେଦନ ସମୟରେ ସେଠାରେ ପାସ୍‌ବୁକ୍‌ ସହ କିଛି ଡକ୍ୟୁମେଣ୍ଟ ଅପଲୋଡ କରିବେ । ଡକ୍ୟୁମେଣ୍ଟ ଦେବା ପରେ ଆପଣଙ୍କ ପଞ୍ଜୀକରଣ ଶେଷ ହେବ ।

FPO ପଞ୍ଜୀକରଣ ପାଇଁ ନାଁ, ଠିକଣା, ଇ-ମେଲ୍‌ ID ଏବଂ FPO ମ୍ୟାନେଜରଙ୍କ ଯୋଗାଯୋଗ ନମ୍ବର ଦେବାକୁ ହେବ । ତାହାସହ ବ୍ୟାଙ୍କ ଆକାଉଣ୍ଟ ସହ IFSC କୋଡ୍‌ ଏବଂ FPOର ବରିଷ୍ଠ ଅଧିକାରୀଙ୍କ ବିବରଣୀ ମଧ୍ୟ ଦେବାକୁ ପଡ଼ିବ ।