/odishatv-khabar/media/post_attachments/uploadimage/library/16_9/16_9_0/firing_1756390813.jpg)
firing
ସାଙ୍ଗର ସ୍ତ୍ରୀକୁ ଧରି ବୁଲୁଥିଲେ ମନାଲି, ଖାଇଲେ ଗୁଳି । ରାଗରେ ସାଙ୍ଗକୁ ଗୁଳି କଲା ସାଙ୍ଗ । ବନ୍ଧୁକ ଧରି ଆସିଲା, ସମସ୍ତଙ୍କ ଆଖି ସାମ୍ନାରେ ଗୁଳି ମାରିଲା । ସାଙ୍ଗ ସ୍ତ୍ରୀକୁ ମନାଲି ବୁଲାଇନେବାର ଭୟଙ୍କର ଦଶା ଭୋଗିଲେ ମଦ ବ୍ୟବସାୟୀ । ।ଏହି ଜଘନ୍ୟ କାଣ୍ଡ ଘଟିଛି ହରିୟାଣାର ଫରିଦାବାଦରେ । ବୁଧବାର ସକାଳେ ସୁରେଶ ନାମକ ଜଣେ ମଦ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଛି । ଆଉ ଏହି ଗୁଳି କରିଛି ତାଙ୍କର ସାଙ୍ଗ ବିନୋଦ । କାରଣ ସୁରେଶ ବିନୋଦର ସ୍ତ୍ରୀକୁ ୪ ଦିନ ମନାଲି ଟ୍ରିପରେ ନେଇଥିଲେ ।
ସୁରେଶଙ୍କ ଘର ଫରିଦାବାଦ ସେକ୍ଟର ୧୦ରେ । ସେ ଜଣେ ଜଣାଶୁଣା ମଦ ବ୍ୟବସାୟୀ । ସହରରେ ତାଙ୍କର ଅନେକଗୁଡିଏ ମଦ ଦୋକାନ ସହ ସ୍ପା ସେଣ୍ଟର, ସାଲୋନ୍ ରହିଛି । ଅଭିଯୁକ୍ତ ବିନୋଦର ଘର ଫରିଦାବାଦ ବଲ୍ଲଭଗଡରେ । ତାଙ୍କର ବି ଏକ ରେସ୍ତୋରାଁ ଓ କ୍ୟାଫେ ଅଛି ।
ପୋଲିସ ସୂତ୍ରରୁ ଜଣାପଡିଛି ଯେ, ବର୍ଷକ ତଳେ ବିନୋଦ ଓ ମେଘାଙ୍କ ପ୍ରେମ ବିବାହ ହୋଇଥିଲା । ମେଘା ସୁରେଶଙ୍କ ସାଲୋନରେ ମ୍ୟାନେଜର ଭାବେ କାମ କରୁଥିଲେ । ଏଥିପାଇଁ ସୁରେଶଙ୍କ ସହ ତାଙ୍କର ମିଳାମିଶା ଥିଲା । ଅନେକ ସମୟରେ ଦୁହେଁ ଏକାଠି ବୁଲାବୁଲି କରୁଥିଲେ, ଯାହାକୁ ବିରୋଧ କରୁଥିଲା ବିନୋଦ ।
ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଏଥର ଯେତେବେଳେ ମେଘା ପୁଣି ସୁରେଶଙ୍କ ସହ ମନାଲି ଟ୍ରିପରେ ଗଲେ, ବିନୋଦ ମୁଣ୍ଡକୁ ପିତ ଚଢିଥିଲା । ସୁରେଶଙ୍କଠୁ ପ୍ରତିଶୋଧ ନେବାକୁ ରାଗରେ ଜଳୁଥିଲା ବିନୋଦ ।
ସୁରେଶ ନିଜ ବଡିଗାର୍ଡ ସୋନୁ, ତା ସ୍ତ୍ରୀ ଦୁରେଶ ଓ ମେଘାଙ୍କୁ ନେଇ ମନାଲି ଯାଇଥିଲେ । ସେଠି ୪ ଦିନ ବୁଲାବୁଲି କରି ଘରକୁ ଫେରିଥିଲେ । ଘର ପାଖରେ ଗାଡିରୁ ଲଗେଜ ଓ ଜିନିଷ ପତ୍ର ବାହାର କରୁଥିଲା ବେଳେ ଜଣେ ସହଯୋଗୀ ସହ ଆସି ସୁରେଶଙ୍କୁ ୩ ରାଉଣ୍ଡ ଗୁଳି କରି ଫେରାର୍ ହୋଇଯାଇଥିଲା ବିନୋଦ ।
ଗୁଳିମାଡରେ ସୁରେଶଙ୍କ ଅବସ୍ଥା ଗୁରୁତର ଅଛି । ତାଙ୍କ ବେକ, ଛାତି ଓ ପେଟରେ ଗୁଳି ବାଜିଛି । ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଅଭିଯୁକ୍ତ ବିନୋଦ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)