• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢ଼ିଲା EPFO ସୁଧହାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ EPFO ସୁଧହାର ବଢ଼ିଛି । ଫଳରେ କର୍ମଚାରୀମାନେ ଲାଭ ପାଇପାରିବେ । ଗତବର୍ଷ EPFO ସୁଧହାର ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା । ହେଲେ ଏହାକୁ ବର୍ତ୍ତମାନ ୮.୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସୁଧହାର ବୃଦ୍ଧି ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ: ବାହାଘର ପାଇଁ EPFOରୁ ଉଠାଇପାରିବେ ଟଙ୍କା; ଜାଣନ୍ତୁ ଆହୁରି ହେଲା ସହଜ

ସୂଚନା ମୁତାବକ ଗତକାଲି ଅର୍ଥାତ୍‌ ମଙ୍ଗଳବାର ଦିନ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ବୈଠକ ବସିଥିଲା । ଏହି ବୈଠକରେ ସୁଧହାର ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୨୦୨୨ ମାର୍ଚ୍ଚରେ EPFO ସୁଧହାର ଉପରେ ନିଷ୍ପତ୍ତି ନିଆଯାଇଥିଲା । EPFO ଉପରେ ସୁଧହାର ହ୍ରାସ କରାଯାଇ ୮.୧ ପ୍ରତିଶତ କରାଯାଇଥିଲା ।

ଏପରି ନିଷ୍ପତ୍ତି ଯୋଗୁଁ ପ୍ରାୟ ୫କୋଟି କର୍ମଚାରୀଙ୍କ ଉପରେ ପ୍ରଭାବ ପଡ଼ିଥିଲା । ସେହିପରି ୨୦୨୦-୨୧ରେ EPFO ସୁଧହାର ୮.୫ ପ୍ରତିଶତ ରହିଥିଲା । ହେଲେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ସର୍ବୋଚ୍ଚ ନିଷ୍ପତ୍ତି ନେଉଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ୨୦୨୨-୨୩ ପାଇଁ କର୍ମଚାରୀମାନଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।

ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିର ଏହି ନିଷ୍ପତ୍ତିକୁ ଅର୍ଥମନ୍ତ୍ରଣାଳୟକୁ ପଠାଯିବ । ଏହାକୁ ସରକାର ଅନୁମୋଦନ ଦେବା ପରେ କର୍ମଚାରୀଙ୍କ EPFO ଖାତାରେ ସୁଧରାଶି ଜମାହେବ । ୨୦୨୨-୨୩ ବର୍ଷ ପାଇଁ ଲାଗୁ କରାଯିବାକୁ ଥିବା ଏହି ସୁଧ ୫ କୋଟିରୁ ଅଧିକ କର୍ମଚାରୀ ଲାଭ ପାଇବାକୁ ଯାଉଛନ୍ତି । କେବଳ ଅର୍ଥମନ୍ତ୍ରଣାଳୟର ଗ୍ରୀନ ସିଗନାଲକୁ ଅପେକ୍ଷା ରହିଛି ।