Advertisment

ଏମିତି ମଦ ନିଶା ! ଫ୍ଲାଇଟ୍‌ରୁ ଓହ୍ଲାଇଲେ, ସିଧା ଯାଇ ଏୟାରପୋର୍ଟ ଡିପାର୍ଚର ଗେଟ୍‌ରେ ପରିସ୍ରା କଲେ...

ଫ୍ଲାଇଟ୍‌ରୁ ଓହ୍ଲାଇଲେ, ସିଧା ଯାଇ ବିମାନବନ୍ଦରର ଡିପାର୍ଚର ଗେଟ୍‌ରେ ପରିସ୍ରା କଲେ। ତା’ବି ପୁଣି ସର୍ବସମ୍ମୁଖରେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Pees At Delhi Airport Departure Gate

Drunk passenger Publicly Urinates At Departure Gate In Delhi Airport

ଫ୍ଲାଇଟ୍‌ରୁ ଓହ୍ଲାଇଲେ, ସିଧା ଯାଇ ବିମାନବନ୍ଦରର ଡିପାର୍ଚର ଗେଟ୍‌ରେ ପରିସ୍ରା କଲେ। ତା’ବି ପୁଣି ସର୍ବସମ୍ମୁଖରେ। ଏସବୁ ନକରିବା ପାଇଁ ଅନ୍ୟ ଯାତ୍ରୀମାନେ ମନା କରିଥିଲେ ମଧ୍ୟ ସମ୍ପୃକ୍ତ ଯାତ୍ରୀ କାହା କଥା ଶୁଣିନଥିଲେ। ବରଂ ଝଗଡ଼ା କରିଥିଲେ। ହେଲେ ଏଭଳି ବ୍ୟବହାର ଉକ୍ତ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଏଥିପାଇଁ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ଦିିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏଭଳି କିଛି ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ଜାନୁଆରୀ ୮ ତାରିଖ ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ୍‌ରେ ଏହି ଘଟଣା ଘଟିଥିଲା। ବିମାନବନ୍ଦରର ଟର୍ମିନାଲ୍‌-୩ ଡିପାର୍ଚର ଗେଟ୍ ନମ୍ବର-୬ ନିକଟରେ ଅଲି ଖାନ୍‌ ନାମକ ଜଣେ ଯାତ୍ରୀ ପରିସ୍ରା କରୁଥିବା ପୋଲିସ୍‌କୁ ଖବର ମିଳିଥିଲା।  ଏସବୁ ନକରିବା ପାଇଁ ଅନ୍ୟ ଯାତ୍ରୀମାନେ ତାଙ୍କୁ ମନା କରିଥିଲେ। ହେଲେ ସେ କାହା କଥା ଶୁଣିନଥିଲେ। ବରଂ ସେମାନଙ୍କ ସହ ଝଗଡ଼ା କରିଥିଲେ। ସେହି ସମୟରେ ସେ ମଦ୍ୟପାନ କରିଥିଲେ ବୋଲି ଜଣାପଡ଼ିଛି। ଖବରପାଇ ଦିଲ୍ଲୀ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। 

ଅଧିକ ପଢ଼ନ୍ତୁ: ମଝି ଆକାଶରେ ଏୟାର ହୋଷ୍ଟେସଙ୍କୁ ଟଣାଓଟରା କଲେ ଦୁଇ ଯାତ୍ରୀ, ଓହ୍ଲାଇବା ପରେ...

Advertisment

ଅଲି ଦିଲ୍ଲୀରୁ ସାଉଦି ଆରବର ଦମ୍ମାମ ପାଇଁ ଯିବା ପାଇଁ ଆସିଥିଲେ। ହେଲେ ଅନ୍ୟ ଯାତ୍ରୀମାନେ ଯେତେବେଳେ ତାଙ୍କୁ ଖୋଲାରେ ପରିସ୍ରା କରିବା ଦେଖିଥିଲେ ସେତେବେଳେ ତାଙ୍କୁ ମନା କରିଥିଲେ। କିନ୍ତୁ ସେ କାହା କଥା ଶୁଣି ନଥିଲେ।। ଶେଷରେ ଏନେଇ ପୋଲିସ୍‌କୁ ଗିରଫ କରିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଲିଙ୍କୁ ଗିରଫ କରିଥିଲା। କିନ୍ତୁ ପରେ ତାଙ୍କୁ ଜାମିନ ମିଳିଯାଇଥିଲା। 

ସୂଚନାଥାଉ କି, କିଛି ଦିନ ପୂର୍ବେ ଏଭଳି ହିଁ ଏକ ମାମଲା ସାମ୍ନାକୁ ଆସିଥିଲା। ନ୍ୟୁୟର୍କ-ନୂଆଦିଲ୍ଲୀର ଏୟାର ଇଣ୍ଡିଆ ବିମାନର ବିଜନେସ୍ କ୍ଲାସରେ ବସିଥିବା ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ଜଣେ ୭୦ ବର୍ଷୀୟା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ଘଟଣାକୁ ନେଇ ପୁରା ହଇଚଇ ହୋଇଥିଲା। ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରା ନାମକ ଯାତ୍ରୀଙ୍କୁ ବେଙ୍ଗାଲୁରୁରୁ ଦିଲ୍ଲୀ ପୋଲିସ୍‌ ଗିରଫ କରିଥିଲା। ଏହି ଘଟଣା ପାଇଁ ଶଙ୍କର ସମ୍ପୃକ୍ତ ମହିଳାଙ୍କୁ କ୍ଷମା ମାଗିବା ସହ ତାଙ୍କୁ କ୍ଷତିପୂରଣ ମଧ୍ୟ ଦେଇଥିଲେ। 

Delhi Airport
Advertisment
Advertisment