Advertisment

ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡ଼ିଲା: ଗିରଫ ହେଲେ, ଚାକିରି ବି ଚାଲିଗଲା...

ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man who urinated on woman on plane arrested from Bengaluru

Man who urinated on woman on plane arrested from Bengaluru

ଗିରଫ ହେଲେ, ଚାକିରି ବି ଗଲା। ମହଙ୍ଗା ପଡ଼ିଲା ବିମାନ ଭିତରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା। ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରା ନାମକ ଯାତ୍ରୀଙ୍କୁ ଗତକାଲି ରାତିରେ ବେଙ୍ଗାଲୁରୁରୁ ଦିଲ୍ଲୀ ପୋଲିସ୍‌ ଗିରଫ କରିଛି। ଗିରଫ ପରେ ତାଙ୍କୁ ବେଙ୍ଗାଲୁରୁରୁ ଦିଲ୍ଲୀ ଆଣିଛି ପୋଲିସ୍‌। ଏହି ଘଟଣା ପାଇଁ ଶଙ୍କର ସମ୍ପୃକ୍ତ ମହିଳାଙ୍କୁ କ୍ଷମା ମାଗିବା ସହ ତାଙ୍କୁ କ୍ଷତିପୂରଣ ମଧ୍ୟ ଦେଇଥିଲେ। 

Advertisment

ଘଟଣା ପରେ ଶଙ୍କରଙ୍କ କୌଣସି ପତ୍ତା ମିଳିପାରୁ ନଥିଲା। ତାଙ୍କୁ ଟ୍ରାକ୍‌ କରିବା ପାଇଁ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଥିଲା। ଏପରିକି ଏୟାରପୋର୍ଟରେ ଆର୍ଲଟ କରାଯିବା ସହ ଫୋନ୍‌ ଟ୍ରେସ୍‌, ଡିଜିଟାଲ୍‌ ଫୁଟ୍‌ପ୍ରିଣ୍ଟସ୍‌ ଓ ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଉପରେ ପୁରା ନଜର ରଖାଯାଇଥିଲା। ଶେଷରେ ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଧରିବାରେ ପୋଲିସ୍‌ ସଫଳ ହୋଇଛି। 

ଘଟଣା ଦିନ ବିମାନ ଦାୟିତ୍ୱରେ ଥିବା ୪ ଜଣ Crew ମେମ୍ବର ଏବଂ ଜଣେ ପାଇଲଟଙ୍କୁ ଏୟାର ଇଣ୍ଡିଆ କାର୍ଯ୍ୟାନ୍ତର କରିଛି। ପୂର୍ବରୁ ସେମାନଙ୍କୁ ଘଟଣା ପ୍ରସଙ୍ଗରେ ଉତ୍ତର ରଖିବାକୁ ସମନ ଜାର କରିଥିଲା ପୋଲିସ୍‌। ସମନ ସତ୍ତ୍ୱେ ସେମାନେ ଉତ୍ତର ରଖି ନଥିଲେ। ତେଣୁ ସେମାନଙ୍କୁ ପୁଣି ଆଜି ହାଜର ହେବାକୁ ନୋଟିସ କରିଥିଲା ପୋଲିସ୍‌। 

Advertisment

ଅନ୍ୟପକ୍ଷେ, Wells Fargo କମ୍ପାନୀରେ କାର୍ଯ୍ୟ କରୁଥିବା ଶଙ୍କର ମିଶ୍ରାଙ୍କୁ କମ୍ପାନୀ ଚାକିରିରୁ ବିଦା କରିଛି। କମ୍ପାନୀ ପକ୍ଷରୁ ବିବୃତି ଜାରି କରାଯାଇ କୁହାଯାଇଛି ଯେ, କର୍ମଚାରୀଙ୍କଠୁ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଭାବେ ଭଲ ବ୍ୟବହାରର ଆଶା ରଖୁଛୁ। ଆସିଥିବା ଏହି ଅଭିଯୋଗକୁ ନେଇ ଆମେ ବିବ୍ରତ ଥିଲୁ। ତେଣୁ ତାଙ୍କୁ କାର୍ଯ୍ୟକ୍ଷେତ୍ରରୁ ଟର୍ମିନେଟ୍‌ କରାଯାଇଛି। ମାମଲାର ତଦନ୍ତରେ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ। 

ଅଭିଯୋଗ ଅନୁସାରେ, ଗତବର୍ଷ ନଭେମ୍ବର ୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜ୍‌ନେସ୍‌ କ୍ଲାସ୍‌ରେ ଏହି ଘଟଣା ଘଟିଥିଲା। ବିମାନରେ ଶଙ୍କର ମିଶ୍ରା ପାଖ ସିଟ୍‌ରେ ବସିଥିବା ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଏନେଇ ମହିଳା ଜଣଙ୍କ ବିମାନରେ ଥିବା କ୍ରିୟୁ ମେମ୍ବରଙ୍କୁ ଜଣାଇବା ସହ ତାଙ୍କ ପୋଷାକ, ଜୋତା ଓ ବ୍ୟାଗ ଓଦା ହୋଇଯାଇଥିବା ଅଭିଯୋଗ କରିଥିଲେ। ଘଟଣା ଘଟିବା ଦିନ ଶଙ୍କର ମଦ୍ୟପାନ କରିଥିଲେ।

Air India
Advertisment
Advertisment