/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673249585.jpg)
Indigo flight shocker
ଫ୍ଲାଇଟ୍ରେ ପୁଣି ବୋବାଲ୍ । ଗୋ ଫାଷ୍ଟ ପରେ ବର୍ତ୍ତମାନ ଇଣ୍ଡିଗୋ ବିମାନରେ ଏୟାର ହୋଷ୍ଟେସଙ୍କ ସହ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି । ଦୁଇ ଜଣ ଯାତ୍ରୀ ମଦ ନିଶାରେ ଚୁର୍ ହୋଇ ଜଣେ ଏୟାର ହୋଷ୍ଟେସଙ୍କୁ ଅସଦାଚରଣ କରିବା ସହ ପାଇଲଟଙ୍କୁ ଆକ୍ରମଣ କରିଛନ୍ତି । ଦିଲ୍ଲୀରୁ ପାଟନା ଆସୁଥିବା ଇଣ୍ଡିଗୋର ଏକ ବିମାନରେ ଦୁଇଜଣ ଯାତ୍ରୀ ମଦ ପିଇ ଏପରି ହରକତ କରିଥିବା ଅଭିଯୋଗ ହୋଇଛି । ଗତ ରବିବାର ରାତିରେ ଏହି ଘଟଣା ଘଟିଛି ।
ଏହି ଘଟଣା ପରେ କ୍ରିଉ ମେମ୍ବର ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କୁ ଜଣାଇଥିଲେ । ଆଉ ତା’ପରେ ବିମାନ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ସିଆଇଏସଏଫ୍ ସହାୟତାରେ ମଦ ପିଇଥିବା ଦୁଇ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀରେ ବିମାନରେ ଚଢିବା ପୂର୍ବରୁ ସେମାନେ ମଦ ପିଇବା ସହ ବିମାନରେ ମଧ୍ୟ ମଦ ପିଇବାକୁ ଚେଷ୍ଟା କରିଥିଲେ ।
ବିମାନବନ୍ଦରରେ ମୁତୟନ ହୋଇଥିବା SHO ରବର୍ଟ ପିଟର, ମଦ୍ୟପ ଯାତ୍ରୀଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରିଛନ୍ତି । ଗିରଫ ହେବା ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯିବ । ଉଭୟ ଅଭିଯୁକ୍ତ ଇଣ୍ଡିଗୋର ବିମାନ ନମ୍ବର 6E-6383ରେ ଯାତ୍ରା କରୁଥିଲେ ।
ସୂଚନାନୁସାରେ, ୩ ଜଣ ଯାତ୍ରୀ ମଦ ପିଇ ଦିଲ୍ଲୀ ବିମାନବନ୍ଦରରୁ ଚଢ଼ିଥିଲେ । ଆକାଶରେ ଥିବାବେଳେ ଏୟାର ହୋଷ୍ଟେସଙ୍କୁ ଅସଦାଚାରରଣ କରିବା ସହ ପାଇଲଟଙ୍କୁ ଦୁର୍ବ୍ୟବହାର କରିଥିଲେ । ରାତି ପ୍ରାୟ ୯ଟାରେ ପାଟନାରେ ଅବତରଣ କରିଥିଲା ବିମାନ। ପରେ ପରେ ଅଭିଯୁକ୍ତମାନଙ୍କୁ ସିଏସ୍ଏଫକୁ ହସ୍ତାନ୍ତର କରାଯାଇଥିଲା, ଯେଉଁଠାରୁ ସେମାନଙ୍କୁ ପାଟନା ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଉଭୟ ଅଭିଯୁକ୍ତଙ୍କ ନାମ ରୋହିତ କୁମାର ଏବଂ ନିତିନ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)