• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରିଲାଏନ୍ସ ଗ୍ରୁପ୍‌ର ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ବିଶ୍ୱର ସବୁଠାରୁ ବଡ଼ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ । ଖାଲି ସେତିକି ନୁହେଁ ଅମ୍ବାନୀ ପରିବାର ବିଶ୍ୱର ଦ୍ୱିତୀୟ ଦାମୀ ଘରର ମାଲିକ । ବିଶ୍ୱର ଏକ ନମ୍ବର ଦାମୀ ଘର ବଙ୍କିଂହମ୍‌ ପ୍ୟାଲେସ୍ ପରେ ଅମ୍ବାନୀଙ୍କ ଆଣ୍ଟିଲିଆ ଘର ହେଉଛି ବିଶ୍ୱର ଦ୍ୱିତୀୟ ଦାମୀ ଘର । ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଜୀବନ ଶୈଳୀ ବିଷୟରେ କିଏ ବା ନଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ପାଇଁ ରୋଷେଇ କରୁଥିବା ରୋଷେୟା ମାସିକ କେତେ ଟଙ୍କା ଦରମା ନିଅନ୍ତି ?

ଅଧିକ ପଢ଼ନ୍ତୁ: ଏତେ ସହଜ ନୁହେଁ ଅମ୍ବାନୀଙ୍କ ଗାଡ଼ିର ଡ୍ରାଇଭର ଚାକିରି ପାଇବା !

ଆମକୁ ଏହା ଜାଣିରଖିବାକୁ ହେବ ଯେ, ମୁକେଶ ଅମ୍ବାନୀଙ୍କ ରୋଷେୟା ହେବା ସାଧାରଣ ଲୋକଙ୍କ ପକ୍ଷେ ଏତେ ସହଜ କଥା ନୁହେଁ । ମୁକେଶ ଅମ୍ବାନୀଙ୍କ ରୋଷେୟା  ହେବାକୁ ହେଲେ ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନିଂ ନେବାକୁ ପଡ଼ିଥାଏ । ଏହି ଟ୍ରେନିଂରେ ବିଭିନ୍ନ ଦେଶର ଖାଦ୍ୟ ପ୍ରସ୍ତୁତ କରିବା ଶିଖାଯିବା ସହ ରୋଷେୟାର ଲୁକ୍‌ସ ଏବଂ ଆଉଟ୍‌ଫିଟ୍‌ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଏ । ଏମିତିକି କଥାବାର୍ତ୍ତାଠାରୁ ଆରମ୍ଭ କରି ପାଠପଢ଼ା ମଧ୍ୟ ଦେଖାଯାଇଥାଏ । ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌ ସହ ଖାପ ଖୁଆଇବା ଭଳି ରୋଷେୟାଙ୍କୁ ନିଯୁକ୍ତି କରାଯାଇଥାଏ ।

ତେବେ ଅମ୍ବାନୀ ୭୦ ମସିହାରେ ନିଜ ପଢ଼ା ସମୟରୁ ଆମିଷ ଖାଇବା ବନ୍ଦ କରିଦେଇଛନ୍ତି । ସେ ସାଧା ଖାଇ ବାକୁ ପସନ୍ଦ କରନ୍ତି । ଆମିଷ ମଧ୍ୟରେ କେବଳ ଅଣ୍ଡା ଖାଇଥାନ୍ତି । ସେ କୌଣସି ପ୍ରକାର ମାଂସ ଖାଇବାକୁ ଭଲ ପାଆନ୍ତି ନାହିଁ । ଏମିତିକି ସେ କୌଣସି ଉତ୍ସବରେ ନିଶା ସେବନ ମଧ୍ୟ କରିନଥାନ୍ତି । ଅମ୍ବାନୀ ସବୁବେଳେ ସାଧାରଣ ଖାଦ୍ୟ ଖାଇବା ପାଇଁ ଭଲ ପାଆନ୍ତି । ଧନି ଲୋକମାନେ କେବେ ବି ରାସ୍ତା କଡ଼ ଖାଇବାକୁ ଖରାପ କହିନଥାନ୍ତି । ମୁକେଶ ଅମ୍ବାନୀ ସାଧା ଭାତ ଡାଲି ରୁଟି ଆଦି ଖାଇବାକୁ ପସନ୍ଦ କରନ୍ତି । ଅମ୍ବାନୀଙ୍କ ଖାଇବା ଷ୍ଟାଇଲ ଅନେକଙ୍କୁ ପ୍ରେରଣା ଦେଇଥାଏ ।

ଅନ୍ୟପଟେ ମୁକେଶଙ୍କୁ ଥାଇ ଖାଇବା ମଧ୍ୟ ପସନ୍ଦ । ଆଉ ରବିବାର ସେ ସାଉଥ ଇଣ୍ଡିଆନ୍‌ ଖାଦ୍ୟ ଖାଇଥାନ୍ତି । ଯେମିତିକି ଇଡ୍‌ଲି ଦୋସା ସମ୍ବର । ସବୁଠାରୁ ବଡ଼ କଥା ହେଲା, ମୁକେଶ ସବୁବେଳେ ନିଜ ପରିବାର ସହ ଡିନର କରିବାକୁ ଭଲ ପାଆନ୍ତି । ବିଶେଷ କରି ପତ୍ନୀ ନୀତାଙ୍କ ସହ ଡିନର ପାଇଁ ସେ ଅଧିକ ଆଗ୍ରହୀ । ମୁକେଶଙ୍କ ଡାଏଟ ପ୍ଲାନ୍‌ ତାଙ୍କ ଜୀବନରେ ଏକ ବଡ଼ ଭୁମିକା ନେଇଛି ।

ତେବେ ଆପଣ ଜାଣନ୍ତି କି ମୁକେଶ ଅମ୍ବାନୀଙ୍କ ପାଇଁ ରୋଷେଇ କରୁଥିବା ରୋଷେୟାର ଦରମା କେତେ ? ଏମିତିରେ ସମସ୍ତେ ଜାଣନ୍ତି ମୁକେଶ ଅମ୍ବାନୀଙ୍କ ପାଖରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ସେ ଭଲ ବେତନ ଦେଇଥାନ୍ତି । ନିକଟରେ ତାଙ୍କର ଡ୍ରାଇଭର ମାସିକ କେତେ ଟଙ୍କା ବେତନ ନେଇଥାନ୍ତି ତାର ପର୍ଦ୍ଦାଫାସ୍‌ ହୋଇଥିଲା । ଆଉ ଡ୍ରାଇଭରର ଦରମା କଥା ପର୍ଦ୍ଦାପାସ୍‌ ହେବା ପରେ ଅନେକ ଆଶ୍ଚର୍ଯ୍ୟ ହୋଇଥିଲେ । ଡ୍ରାଇଭରର ଦରମା ଥିଲା ମାସିକ ୨ଲକ୍ଷ ଟଙ୍କାରୁ ଅଧିକ ।

ତେବେ ଥରେ ଭାବନ୍ତୁ ମୁକେଶଙ୍କ ପାଇଁ ରୋଷେଇ କରୁଥିବା ରୋଷେୟାର ଦରମା କେତେ ହୋଇଥିବ । ମିଳିଥିବା ସୂଚନା ଅନୁଯାୟୀ, ଅମ୍ବାନୀଙ୍କ ଆଣ୍ଟାଲିଆ ଘରେ ଖାଦ୍ୟ ପ୍ରସ୍ତୁତ ପାଇଁ ନିଯୁକ୍ତ ମୁଖ୍ୟ ରୋଷେୟାର ବେତନ ମାସିକ ଦୁଇ ଲକ୍ଷ ଟଙ୍କା । ଏହା ବ୍ୟତୀତ ତାଙ୍କ ଅଧିନରେ ଥିବା ଅନ୍ୟ ରୋଷେୟାଙ୍କ ଦରମା ମଧ୍ୟ କିଛି କମ୍‌ ନୁହେଁ । ପ୍ରତ୍ୟେକ ରୋଷେୟାଙ୍କର ଲାଇଫ୍‌ ଇନ୍‌ସ୍ୟୁରାନ୍ସ ବ୍ୟବସ୍ଥା ମଧ୍ୟ କରିଛନ୍ତି ମୁକେଶ । ଖାଲି ସେତିକି ନୁହେଁ, ଅଣ୍ଟାଲିଆରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ପିଲାମାନେ ବିଦେଶରେ ପାଠ ପଢ଼ିଥାନ୍ତି ।

ଦେଖିବାକୁ ଗଲେ, ଅମ୍ବାନୀଙ୍କ ପାଖରେ କାମ କରୁଥିବା କର୍ମଚାରୀଙ୍କ ଦରମା, ଦିଲ୍ଲୀର ଜଣେ ବିଧାୟକଙ୍କ ଦରମାଠାରୁ ଖୁବ୍‌ ଅଧିକ । ଦିଲ୍ଲୀରେ ବିଧାୟକଙ୍କ ଦରମା ବୃଦ୍ଧି ପରେ ଏବେ ସେମାନେ ପାଉଛନ୍ତି ୯୦ ହଜାର ଟଙ୍କା ।