• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରିଲାଏନ୍ସ ଗ୍ରୁପ୍‌ର ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ବିଶ୍ୱର ସବୁଠାରୁ ବଡ଼ ଧନୀଙ୍କ ମଧ୍ୟରୁ ଅନ୍ୟତମ । ଖାଲି ସେତିକି ନୁହେଁ ଅମ୍ବାନୀ ପରିବାର ବିଶ୍ୱର ଦ୍ୱିତୀୟ ଦାମୀ ଘରର ମାଲିକ । ବିଶ୍ୱର ଏକ ନମ୍ବର ଦାମୀ ଘର ବଙ୍କିଂହମ୍‌ ପ୍ୟାଲେସ୍ ପରେ ଅମ୍ବାନୀଙ୍କ ଆଣ୍ଟିଲିଆ ଘର ହେଉଛି ବିଶ୍ୱର ଦ୍ୱିତୀୟ ଦାମୀ ଘର । ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଜୀବନ ଶୈଳୀ ବିଷୟରେ କିଏ ବା ନଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ଗାଡ଼ି ଚଲାଉଥିବା ଡ୍ରାଇଭର କେତେ ଟଙ୍କା ଦରମା ନିଅନ୍ତି ?

ଆମକୁ ଏହା ଜାଣିରଖିବାକୁ ହେବ ଯେ, ମୁକେଶ ଅମ୍ବାନୀଙ୍କ ଗାଡ଼ିର ଡ୍ରାଇଭର ହେବା ସାଧାରଣ ଲୋକଙ୍କ ପକ୍ଷେ ଏତେ ସହଜ କଥା ବି ନୁହେଁ । ମୁକେଶ ଅମ୍ବାନୀଙ୍କ ଗାଡ଼ି ଡ୍ରାଇଭର ହେବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନିଂ ନେବାକୁ ପଡ଼ିଥାଏ । ଏହିଂ ଟ୍ରେନିଂରେ ବିଳାସପୂର୍ଣ୍ଣ ଗାଡ଼ି ଚଲେଇବା ସହ ଲୁକ୍‌ସ ଏବଂ ଆଉଟ୍‌ଫିଟ୍‌ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଏ । ଏମିତିକି କଥାବାର୍ତ୍ତାଠାରୁ ଆରମ୍ଭ କରି ପାଠପଢ଼ା ମଧ୍ୟ ଦେଖାଯାଇଥାଏ । ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌ ସହ ଖାପ ଖୁଆଇବା ଭଳି ଡ୍ରାଇଭରଙ୍କୁ ନିଯୁକ୍ତି କରାଯାଇଥାଏ ।

ତେବେ ଏକ ଘରୋଇ କମ୍ପାନୀ ଅମ୍ବାନୀଙ୍କୁ ଏଭଳି ଡ୍ରାଇଭର ଯୋଗାଇଥାଏ । ଏଥିପାଇଁ ଏକ ଚୁକ୍ତି ମଧ୍ୟ ହୋଇଛି । ଡ୍ରାଇଭର ମାନଙ୍କୁ କଣ୍ଟ୍ରାକକ୍‌ଚୁଆଲ ଭଳି ରଖାଯାଇଥାଏ । ସେମାନଙ୍କର ଦରମା ମାସିକ ଦୁଇ ଲକ୍ଷ ଟଙ୍କା ହୋଇଥାଏ । ଅନେକ ବଡ଼ ବଡ଼ କମ୍ପାନୀରେ ଚାକିରି କରୁଥିବା ବଡ଼ ବଡ଼ ଅଫିସର ମଧ୍ୟ ଅମ୍ବାନୀଙ୍କ ଡ୍ରାଇଭର ଭଳି ଦରମା ପାଉ ନାହାନ୍ତି ।