ବିମାନ ଯାତ୍ରା ବେଳେ ହ୍ୟାଣ୍ଡ ବ୍ୟାଗ୍ ଓଜନରେ କଟକଣା । ଆଉ ମନ ଇଛା ସୁଟକେସ୍ କି ଓଜନିଆ ବ୍ୟାଗ୍ ସାଙ୍ଗରେ ନେଇ ଯାଇପାରିବେନି ଯାତ୍ରୀ । ଲଗେଜ ବାଦ୍ ଆଉ ବଡ଼ ସୁଟକେସ୍ ନୁହେଁ କେବଳ ଗୋଟିଏ ଛୋଟ ହ୍ୟାଣ୍ଡ ବ୍ୟାଗ୍ ସାଙ୍ଗରେ ନେଇ ପାରିବେ ଯାତ୍ରୀ, ଏପରିକି ୭ କିଲୋରୁ ଅଧିକ ଓଜନର ହ୍ୟାଣ୍ଡବ୍ୟାଗ୍ ନେଉଥିଲେ ଲାଗିବ ଡବଲ୍ ଚାର୍ଜ । ଏଭଳି ନିୟମ ଲାଗୁ ହେବାକୁ ଯାଉଛି ।
Also Read
ବିମାନ ଯାତ୍ରା ଆଗରୁ ନିଜ ବ୍ୟାଗ୍ ଓଜନ ଚେକ୍ କରନ୍ତୁ । ସାଙ୍ଗରେ ନେଉଥିବା ବ୍ୟାଗରେ କେତେ କିଲୋ ସାମାନ ଅଛି । ୭ କିଲୋରୁ ଅଧିକ ହେଲେ, ଲାଗିବ ଡବଲ ଚାର୍ଜ । ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଦିଆଯାଇଛି ଏମିତି ପ୍ରସ୍ତାବ । ଯାହାକି ସବୁ ଯାତ୍ରୀ ଅବଗତ ହେବା ନିହାତି ଜରୁରୀ । ବିମାନଯାତ୍ରା ବେଳେ କ୍ୟାବିନ୍ ଓ ଲଗେଜରେ ସାମଗ୍ରୀ ଚେକ ଇନ୍ ପାଇଁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଯେଉଁଥିରେ ଆଉ ବଡ଼ ସୁଟକେସ୍ ନୁହେଁ କେବଳ ଗୋଟିଏ ଛୋଟ ହ୍ୟାଣ୍ଡ ବ୍ୟାଗ୍ ସାଙ୍ଗରେ ନେଇ ପାରିବେ ଯାତ୍ରୀ । ସିଭିଲ୍ ଆଭିଏସନ୍ ସିକ୍ୟୁରିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବରେ ହ୍ୟାଣ୍ଡ ବ୍ୟାଗ୍ ଉଚ୍ଚତା ୨୧.୬ ଇଞ୍ଚ, ଲମ୍ବ ୧୫.୭ ଇଞ୍ଚ ଏବଂ ଓସାର ୭.୮ ଇଞ୍ଚ ଭିତରେ ରହିବ । ବ୍ୟାଗ୍ ଓଜନ ୭ କିଲୋ ଭିତରେ ରହିବ ।
ଅଧିକ ପଢ଼ନ୍ତୁ: ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ନିଗମବୋଧ ଘାଟ ଲୋକାରଣ୍ୟ
ବହୁ ସମୟରେ ବିମାନ ଯାତ୍ରୀ ନିଜ ସହ ଏକାଧିକ ହାଣ୍ଡ ବ୍ୟାଗ୍ ନେଇ ଯାଉଥିବା ଦେଖିବାକୁ ମିଳିଥାଏ । ଏମିତି କି ଦୁଇରୁ ତିନିଟି ବ୍ୟାଗର ଓଜନ ୭ କିଲୋରୁ ବି ଅଧିକ ଥାଏ । ଏହାଦ୍ବାରା ଲଗେଜ୍ କ୍ୟାରିଂ ସମସ୍ୟା ସୃଷ୍ଟି ହୁଏ । ଯେମିତିକି ଅଯଥାରେ ପ୍ଲେନ୍ ଭିତରେ ଭିଡ଼ ହେବା ସହ ଅନ୍ୟ ଯାତ୍ରୀ ହଇରାଣ ହୁଅନ୍ତି । (୨) ଦୁର୍ଘଟଣାର ଅନ୍ୟତମ କାରଣ ବି ସାଜିଥାଏ (୩) ଦୁର୍ଘଟଣା ବେଳେ ପ୍ଲେନ୍ ସହ କ୍ୟାବିନ୍ ଅଲଗା ହୋଇପାରେନି । (୪) ରେସ୍କ୍ୟୁ ଅପରେସନ୍ ବେଳେ ବି ସମସ୍ୟା ଦେଖାଦିଏ । (୫) ସୁରକ୍ଷା ଯାଞ୍ଚ ବେଳେ ଅଯଥା ଅନେକ ସମୟ ନଷ୍ଟ ହୁଏ । ତେଣୁ ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି କଡ଼ା ନିୟମ ଲାଗୁ କରିବାକୁ ଯାଉଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।
ବଡ଼ ସୂଚନା କ୍ରମେ ୪ ମେ’ ୨୦୨୪ ପୂର୍ବରୁ ଅଗ୍ରୀମ ଟିକେଟ୍ କାଟିଥିବା ଯାତ୍ରୀଙ୍କ ପାଇଁ ଏ ନିୟମ ଲାଗୁ ହେବନି । ସେମାନଙ୍କ ପାଇଁ ପୂର୍ବ ଭଳି ଇକୋନମି କ୍ଲାସରେ ୮ କିଲୋ, ପ୍ରିମିୟମ୍ ଇକୋନମିରେ ୧୦ କିଲୋ, ଫାଷ୍ଟ କ୍ଲାସ ଓ ବିଜନେସ୍ କ୍ଲାସ୍ ୧୨ କେଜି ଯାଏଁ ବ୍ୟାଗ୍ ସାଙ୍ଗରେ ନେଇପାରିବେ ।
ଅଧିକ ପଢ଼ନ୍ତୁ: ଦରମା ମାତ୍ର ୧୩ ହଜାର!! କିନ୍ତୁ ଚଢ଼ୁଥିଲେ BMW, ପିନ୍ଧୁଥିଲେ ହୀରା ଚଷମା
- Reported by:
- ATULYA BOUT