/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735282510.jpg)
Youth Defrauds
ଠିକା ଚାକିରି, ପୋଷ୍ଟ କଂପ୍ୟୁଟର ଅପରେଟର୍, ଦରମା ମାତ୍ର ୧୩ ହଜାର । ହେଲେ ଜଣେ ଯୁବକ ନିଜେ ଚାକିରି କରିଥିବା ସଂସ୍ଥାରୁ କେତେ ଠକିଛନ୍ତି ଜାଣିଛନ୍ତି ? ୬ ମାସରେ ଲଗାଇଛି ୨୧ କୋଟି ଟଙ୍କାର ଚୂନ । କିଣିଛନ୍ତି ୧ କୋଟି ୨୦ ଲକ୍ଷ ଟଙ୍କାର BMW କାର୍, ୧ କୋଟି ୩୦ ଲକ୍ଷ ଟଙ୍କାର SUV, ୩୨ ଲକ୍ଷ ଟଙ୍କାର BMW ବାଇକ୍ ।
ଖାଲି ଏତିକି ନୁହେଁ, ଗର୍ଲଫ୍ରେଣ୍ଡକୁ ଗିଫ୍ଟ କରିଛନ୍ତି ଏକ 4 BHK ଫ୍ଲାଟ୍ । ଏଥିସହ ଏକ ହୀରା ଖଚିତ ଚଷମା ବି ଗର୍ଲଫ୍ରେଣ୍ଡ ପାଇଁ ଅର୍ଡର କରିଥିଲେ ୨୩ ବର୍ଷୀୟ ହର୍ଷଲ କୁମାର କ୍ଷୀରସାଗର । ହେଲେ କେମିତି ସେ କଲେ ଏତେ ବଡ଼ ଠକେଇ ? ସୂଚନା ଅନୁସାରେ, ହର୍ଷଲ ମହାରାଷ୍ଟ୍ରର ଛତ୍ରପତି ସାମ୍ଭାଜୀନଗରର ସରକାରୀ ସ୍ପୋର୍ଟସ୍ କଂପ୍ଲେକ୍ସରେ କଂପ୍ୟୁଟର ଅପରେଟର୍ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ ।
ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ଯାଇଥିଲା ଜେଲ୍, ଏବେ ହାତୁଡ଼ିରେ ପିଟି ପିଟି ସାଙ୍ଗକୁ ମାରିଦେଲା
ତେବେ ସ୍ପୋର୍ଟସ କଂପ୍ଲେକ୍ସର ଏକ ପୁରୁଣା ଲେଟର୍ ହେଡ୍କୁ ବ୍ୟବହାର କରି ସେ ବ୍ୟାଙ୍କକୁ ଏକ ଆବେଦନ କରିଥିଲେ । ସେଥିରେ ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍ ଥିବା ପୁରୁଣା ଇମେଲ୍ ଆଇଡି ବଦଳାଇବାକୁ ଦରଖାସ୍ତ ଦେଇଥିଲେ ହର୍ଷଲ । ପୁରୁଣା ଇମେଲ୍ ଆଇଡିର କେବଳ ଗୋଟିଏ ଅକ୍ଷର ବଦଳାଇ ସେ ନିଜେ ତିଆରି କରିଥିବା ଏକ ଫେକ୍ ଇମେଲ୍ ଆଇଡିକୁ, ସ୍ପୋର୍ଟସ କଂପ୍ଲେକ୍ସର ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ କରାଇବାରେ ସଫଳ ହୋଇଥିଲେ ।
ଏହାପରେ ବିନା ବାଧାରେ ଆକାଉଣ୍ଟରୁ ମନଇଚ୍ଛା ଟଙ୍କା ଉଠାଇଥିଲେ ଯୁବକ ଜଣକ । କାରଣ ତାଙ୍କ ପାଖକୁ ଆସୁଥିଲା ଓଟିପି ଓ ଟ୍ରାଞ୍ଜାକ୍ସନ ସଂପର୍କିତ ସମସ୍ତ ତଥ୍ୟ । ଚଳିତବର୍ଷ ଜୁଲାଇ ୧ରୁ ଡିସେମ୍ବର ୭ ଭିତରେ ସେ ୨୧ କୋଟି ୬୦ ଲକ୍ଷ ଟଙ୍କା ଉଠାଇ ୧୩ଟି ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିବା ଜାଣିବାକୁ ପାଇଛି ପୋଲିସ । ହର୍ଷଲ୍ ଏବେ ଫେରାର୍ ଥିବା ବେଳେ, ତାର ଗାଡ଼ି ଜବତ କରିବା ସହିତ ଠକେଇରେ ସାମିଲ ଅଭିଯୋଗରେ ସହକର୍ମୀ ଯଶୋଦା ସେଠୀ ଓ ତାଙ୍କ ସ୍ୱାମୀ ବି.କେ. ଜୀବନଙ୍କୁ ଗିରଫ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)