Advertisment

ଭାରତୀୟ ବିମାନକୁ ଖଲିସ୍ତାନୀ ଆତଙ୍କବାଦୀର ଚେତାବନୀ; ନଭେମ୍ବର ୧-୧୯ ଯାତ୍ରା ନ କରିବାକୁ ଧମକ

ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ ଧମକ ଦେଇଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Don't fly Air India from November 1-19: Khalistani terrorist Pannun's new threat. Khalistani terrorist Gurpatwant Singh Pannun warned

Air India

ପୁଣି ଭାରତୀୟ ବିମାନକୁ ଧମକ । ଏଥର ଅଜଣା ବ୍ୟକ୍ତି ନୁହେଁ ଖଲିସ୍ତାନୀ ଆତଙ୍କବାଦୀ ଦେଇଛନ୍ତି ଧମକ । ଯାହକୁ ନେଇ ଜୋର ଧରିଛି ଚର୍ଚ୍ଚା । ଲଗାତାର କିଛି ଦିନ ହେବ ଭାରତୀୟ ବିମାନକୁ ବୋମା ଧମକ ମିଳୁ ଥିବାବେଳେ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ ଧମକ ଦେଇଛି । ନଭେମ୍ବର ୧-୧୯ ଯାଏ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଛି ପନ୍ନୁନ । ଜାଣନ୍ତୁ କାହଁକି ଏମିତି ଧମକ ଦେଇଛି ପନ୍ନୁନ...

Advertisment

ଗତ ବର୍ଷ ମଧ୍ୟ ଏହି ସମୟରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନ କରିବାକୁ ଧମକ ଦେଇଥିଲା ପନ୍ନୁ। ଶିଖ୍ ହତ୍ୟାକାଣ୍ଡକୁ ୪୦ତମ ବାର୍ଷିକୀ ଅବସରରେ ଏୟାର ଇଣ୍ଡିଆ ବିମାନ ଉରେ ଆକ୍ରମଣ ହୋଇପାରେ ବୋଲି କହିଛି ଆତଙ୍କବାଦୀ ପନ୍ନୁନ । ପନ୍ନୁନ ପାଖରେ କାନାଡା ଓ ଆମେରିକାର ନାଗରିକତ୍ୱ ରହିଛି। ସେ ଶିଖ୍ ଫର୍ ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା। ୨୦୨୦ରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ତାକୁ ଆତଙ୍କବାଦୀ ଭାବେ ଘୋଷିତ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମଲା, ୭ ଜଣଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

Advertisment

କିଛି ଦିନ ହେବ ଭାରତର ଅନେକ ଏୟାରଲାଇନ୍ସକୁ ବୋମା ବିସ୍ଫୋରଣ ନେଇ ଧମକ ମିଳୁଛି। ଫଳରେ ଏକାଧିକ ବିମାନର ଜରୁରୀ ଅବତରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ସପ୍ତାହ ମଧ୍ୟରେ ପାଖାପାଖି ୧୦୦ଟି ଭାରତୀୟ ବିମାନକୁ ବୋମା ଧମକ ମିଳି ସାରିଲାଣି। ଉଡାଣ ଆରମ୍ଭର କିଛି ସମୟ ପରେ ଧମକ ମିଳୁଥିବାରୁ ଜରୁରୀ ଅବତରଣ କରାଯାଇ ଯାଞ୍ଚ କରାଯାଉଛି। ମାତ୍ର ସେପରି କୌଣସି ଆପତ୍ତିଜନକ ସାମଗ୍ରୀ ଠାବ ହେଉ ନାହିଁ। ପରେ ଏସବୁ ଫେକ୍ କଲ୍ ବୋଲି ଜଣାପଡୁଛି। ଏହି କାରଣରୁ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଏସବୁ ମଧ୍ୟରେ ଏୟାର ଇଣ୍ଡିଆ ବିମାନକୁ ନୂଆ ଚେତାବନୀ ଦେଇଛି ପନ୍ନୁ। 

ବିମାନରେ ବୋମା ଗୁଜବ ଘଟଣା ବଢି ଚାଲୁଥିବାରୁ ଏହାକୁ ଅତି ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ବିଭାଗୀୟ ମନ୍ତ୍ରୀ ରାମମୋହନ ନାଇଡୁଙ୍କ ଅଧ୍ୟକ୍ଷତାରେ ଡିଜିସିଏ କର୍ତ୍ତୃପକ୍ଷଙ୍କୁ ନେଇ ଏକ ଜରୁରୀ ବୈଠକ ବସିଥିଲା । ପରେ ପରେ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ମଧ୍ୟ ଏ ପ୍ରସଙ୍ଗରେ ଆଲୋଚନା କରିଥିଲା । କିଛି ଗୁଜବକାରୀଙ୍କ ସମ୍ପର୍କରେ ସୁରାକ ମିଳିଥିଲା । ସେପଟେ ଏ ଘଟଣାକୁ ଦୃଷ୍ଟିରେ ରଖି ବିମାନରେ ସ୍କାଏ ମାର୍ଶାଲଙ୍କ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସାଦା ପୋଷାକରେ ଅସ୍ତ୍ରଶସ୍ତ୍ର ସହ ସଜ୍ଜିତ ଥିବା ସ୍କାଏ ମାର୍ଶାଲ ହାଇଜାକ୍ ସମୟରେ ଯାତ୍ରୀଙ୍କୁ ସୁରକ୍ଷା ସହ ଅପହରଣକାରୀଙ୍କୁ ମୁକାବିଲା କରିବେ। ୧୯୯୯ କାନ୍ଦାହାର ବିମାନ ଅପହରଣ ଘଟଣା ପରେ ଯାତ୍ରୀବାହୀ ବିମାନରେ ସ୍କାଏ ମାର୍ଶାଲ ନିଯୁକ୍ତିର ବ୍ୟବସ୍ଥା ହୋଇଥିଲା। 

Air India Terrorist
Advertisment
Advertisment