Advertisment

ଛାଡପତ୍ର ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ପୂର୍ବରୁ ଛାଡପତ୍ର ମାମଲାରେ ଫାମିଲି କୋର୍ଟ ଯାଇ ୬ ମାସ ଅପେକ୍ଷା କରିବାକୁ ପଡୁଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Supreme Court On Divorce

dissolve marriage on ground of irretrievable breakdown

ଛାଡପତ୍ର ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି। ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ସ୍ଥାପନ ଆଉ ସମ୍ଭବ ନୁହେଁ ତାହେଲେ ସର୍ବୋଚ୍ଚ ନ୍ୟାୟାଳୟ ବିବାହକୁ ରଦ୍ଦ କରିପାରିବେ। ଧାରା ୧୪୨ର ଉପଯୋଗ କରି ବିଶେଷ ଅଧିକାର ବଳରେ ଛାଡପତ୍ର ଉପରେ ରାୟ ଶୁଣାଇପାରିବେ। ଏହା ପୂର୍ବରୁ ଏହି ଅଧିକାର ବୈଧାନିକ ଭାବେ ମାନ୍ୟତା ପ୍ରାପ୍ତ ଆଧାର ନଥିଲା।

Advertisment

ଏହା ଦ୍ବାରା ଛାଡପତ୍ର ଫୈସଲା ପାଇଁ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡିବ ନାହିଁ। ପାରସ୍ପରିକ ସମ୍ମତି ସହିତ ଛାଡପତ୍ର ମାମଲାରେ ୬ ମାସ ଅପେକ୍ଷା କରିବାକୁ ଆଇନଗତ ବାଧ୍ୟତାମୂଳକ ଆବଶ୍ୟକ ହେବ ନାହିଁ। ପୂର୍ବରୁ ଛାଡପତ୍ର ମାମଲାରେ ଫାମିଲି କୋର୍ଟ ଯାଇ ୬ ମାସ ଅପେକ୍ଷା କରିବାକୁ ପଡୁଥିଲା।

ଏଇ ୱେଟିଂ ପିରିୟଡ ବିନା ପାରସ୍ପରିକ ସମ୍ମତିରେ ଛାଡପତ୍ର ରାୟ ଦେଇହେବ କି ନାହିଁ , ସେନେଇ ଆସିଥିବା ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ରାୟ ଶୁଣାଇଛନ୍ତି।

Advertisment

Divorce Supreme Court
Advertisment
Advertisment