• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଶ୍ଚର୍ଯ୍ୟ ! ହଠାତ୍‌ ଟ୍ରାଫିକ୍‌ ଲାଇଟ୍‌ ଗୋଲ୍‌ ବଦଳରେ ହୋଇଗଲା ହାର୍ଟସେପ୍‌ । ଆପଣ ବିଶ୍ୱାସ କରୁନଥିବେ । ତାହା ବି ଠିକ୍ । କାରଣ ଏହା ବିଶ୍ୱାସ କରିବା ବି ଏତେ ସହଜ ନୁହେଁ । ଆମେ ଆମ ରାଜ୍ୟରେ କେବେ ବି ଏମିତି କିଛି ଦେଖିନାହାନ୍ତି । ଦେଶରେ ବି ଏଭଳି ଘଟଣା ଘଟିବାର ଆମର ନଜିର ନାହିଁ । ତେବେ ଆପଣ ଭାବୁଥିବେ ଏହି ଘଟଣା ଦେଶ ବାହାରେ କେଉଁଠି ହୋଇଥିବ । ଯଦି ଆପଣ ଏହା ଭାବୁଛନ୍ତି । ତେବେ ସମ୍ପୂଣ୍ଣ ଭୁଲ ଭାବୁଛନ୍ତି ।

ଆମ ଦେଶର ଆଇଟି ହବ୍‌ କୁହାଯାଉଥିବା ବେଙ୍ଗାଲୁରୁ ସହରରେ ଏଭଳି ଘଟଣା ଘଟିଛି । ତେବେ ଏହା କାହିଁକି କରାଯାଇଛି । ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ କାହିଁକି ନିଆଯାଇଛି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।

ଏହାର ଉତ୍ତର ହେଲା ଦେଶ ବଦଳୁଛି । ଦେଶ ଏବେ ଡିଜିଟାଲ ଆଡ଼କୁ ଗତି କରୁଛି । ଡିଜିଟାଲ ମାଧ୍ୟମରେ ଦେଶ ଖୁବ୍ ଅଗ୍ରଗତି କରୁଛି । ଲୋକେ ବି ଡିଜିଟାଲ ଲାଇଫ୍‌କୁ ଆଦରୀ ନେଲେଣି । ତେଣୁ ପ୍ରଶାସନ ବି ଏହି ଡିଜିଟାଲ ସହ ପାଦ ମେଳାଇ ଆଗକୁ ବ‍ଢ଼ିବାକୁ ଚେଷ୍ଟା କରୁଛି । ସରକାରୀ କାର୍ଯ୍ୟ ହେଉ କିମ୍ବା ସଚେତନତା ମୂଳକ ବାର୍ତ୍ତା ଏବେ ଡିଜିଟାଲ ପ୍ଲାଟ୍‌ଫର୍ମରେ ହିଁ ଅଧିକ ହେଉଛି । ରାଜନୈତିକ ଦଳ ମାନେ ମଧ୍ୟ ଏବେ ଅନ୍‌ଲାଇନ୍‌ ପ୍ରଚାର ଖୁବ୍‌ ଖର୍ଚ୍ଚ କରୁଛନ୍ତି ।

ତେବେ ଆମେ ଆଜି ଆପଣଙ୍କୁ ଯେଉଁ ଟ୍ରାଫିକ୍‌ ଲାଇଟ୍‌ ବିଷୟରେ କହୁଛୁ ତାହା ବି ଏହି ଡିଜିଟାଲ ଯୁଗ ସହ ତାଳ ମେଳାଇବା ପାଇଁ ଏକ ପ୍ରୟାସ । ଆପଣ ସାଧାରଣତଃ ଟ୍ରାଫିକ୍‌ ଲାଇଟ୍‌ ଗୋଲ ଗୋଲ ହିଁ ଦେଖିଥିବେ । ନାଲି-କମଳା-ନେଳି ରଙ୍ଗର ଗୋଲ ଗୋଲ ଟ୍ରାଫିକ୍‌ ଲାଇଟ୍ ଦେଖି ଲୋକେ ବୋର ହେଉଥିବା ବେଳେ ବେଙ୍ଗାଲୁରୁ ସହରରେ ହଠାତ୍ ହାର୍ଟସେପ୍‌ ବା ପାନପତ୍ର ଆକାରର ଦେଖାଯାଇଥିଲା ଟ୍ରାଫିକ୍ ଲାଇଟ୍ । ହଠାତ୍ ସବୁ ଆଶ୍ଚର୍ଯ୍ୟ । ସମସ୍ତଙ୍କ ମନରେ ପ୍ରଶ୍ନ । କାହିଁକି ?

 ସୋସିଆଲ ମିଡିଆ ଟ୍ୱିଟରରୁ ଯାହା ଖବର ମିଳିଛି, ବିଶ୍ୱ ହୃଦୟ ଦିବସ ଉପଲକ୍ଷେ ବେଙ୍ଗାଲୁରୁ ମୁନିସପାଲ ହସ୍ପିଟାଲ ପକ୍ଷରୁ ଏଭଳି ପଦକ୍ଷେଆପ ନିଆଯାଇଛି । ଦେଶରେ ଦିନକୁ ଦିନ ହୃଦ୍‌ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହାର୍ଟ ଆଟାକ୍‌ରେ ମଧ୍ୟ ଅନେକଙ୍କ ମୃତ୍ୟୁ ଘଟୁଛି । ସବୁଠାରୁ ବିଡ଼ମ୍ବନାର କଥା ହେଲା ବର୍ତ୍ତମାନ ସମୟରେ ଯୁବଗୋଷ୍ଠି ମଧ୍ୟ ହୃଦ୍‌ରୋଗର ଶିକାର ହେଉଛନ୍ତି ଏବଂ ହାର୍ଟ ଆଟାକ୍‌ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ଯୁବଗୋଷ୍ଠିଙ୍କୁ ସଚେତନ କରିବା ପାଇଁ ମୁନିସପାଲ ହସ୍ପିଟାଲ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଖାଲି ଟ୍ରାଫିକ୍‌ ଲାଇଟ୍‌କୁ ହାର୍ଟସେପ୍‌ ଆକାର ଦେଇ ସଚେତନ ନୁହେଁ ବିଭିନ୍ନ ସ୍ଥାନରେ ମେଡିକାଲ ପକ୍ଷରୁ କ୍ୟୁଆର୍‌ କୋର୍ଡ ମଧ୍ୟ ଲାଗିଛି । ଯାହାଫଳରେ ଲୋକେ ତୁରନ୍ତ କୌଣସି ଜରୁରୀକାଳିନ ପରିସ୍ଥିତିରେ ମେଡିକାଲ ସହ ଯୋଗାଯୋଗ କରିପାରିବେ । ଏହାସହ ଏକ ଭଏସ୍‌ ମେସେଜ୍ ଯୋଗେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି ।