• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପଦ ଛାଡିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏ ନେଇ ଗତକାଲି କେଜ୍ରିୱାଲଙ୍କ ଘୋଷଣା ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି । ମୁଖ୍ୟମନ୍ତ୍ରୀ ଦୌଡ଼ରେ ବହୁ ଆପ୍‌ ନେତାଙ୍କ ନାଁ ଚର୍ଚ୍ଚାକୁ ଆସୁଛି । ତେବେ ସବୁଠାରୁ ଚର୍ଚ୍ଚାର ଆଗରେ ରହିଛନ୍ତି ଆତିଶି । କେଜ୍ରିୱାଲଙ୍କ ଗିରଫଦାରି ପରେ ଆତିଶି ଆପ ସରକାରର ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ । ତାଙ୍କ ହାତରେ ଏବେ ଗୁରୁତ୍ବପୂର୍ଣ୍ଣ ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ସମେତ ୧୪ଟି ବିଭାଗ ରହିଛି ।

ଅଧିକ ପଢନ୍ତୁ : ମୁଣ୍ଡ ନୁଆଁଇଲେ ମମତା; ଜୁନିୟର୍ ଡାକ୍ତରଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ସେହିଭଳି କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଅରବିନ୍ଦ କେଜ୍ରିୱାଲଙ୍କ ଅନୁପସ୍ଥିତିରେ ସେ ତାଙ୍କ ଚୌକିରେ ବସି ବିଭିନ୍ନ ଭିଡିଓ ବାର୍ତ୍ତା ଦେଉଥିଲେ । ଏପରିକି ଦିଲ୍ଲୀ ଓ ରାଞ୍ଚିରେ ହୋଇଥିବା ଇଣ୍ଡିଆ ମେଣ୍ଟ ବୈଠକରେ ମଧ୍ୟ ସୁନୀତା ସାମିଲ ହୋଇଥିଲେ । ସେପଟେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ୪୯ ବର୍ଷୀୟ ଗୋପାଳ ତୃଣମୂଳସ୍ତରରେ ନେତା ଭାବେ ଜଣାଶୁଣା । ଦିଲ୍ଲୀର ଶ୍ରମିକ ଶ୍ରେଣୀ ସେ ବେଶ ପରିଚିତ ।

ଅନ୍ୟ ମାନଙ୍କ ମଧ୍ୟରେ ପରିବହନ ମନ୍ତ୍ରୀ କୈଳାସ ଗେହଲଟ, ସ୍ବାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ବାଜଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବର୍ତ୍ତମାନର ଦିଲ୍ଲୀର ଆପ୍‌ ସରକାରର କାର୍ଯ୍ୟକାଳ ଆସନ୍ତା ବର୍ଷ ଫେବୃୟାରୀ ମାସରେ ସରୁଛି । ତେବେ ନଭେମ୍ବର ମାସରେ ବିଧାନସଭା ନିର୍ବାଚନ କରାଇବାକୁ ଗତକାଲି ଦାବି କରିଥିଲେ କେଜ୍ରିୱାଲ ।

OTV is now on Whatsapp

Join and get latest news update delivered to you via whatsapp

Join Now