Advertisment

ମୁଣ୍ଡ ନୁଆଁଇଲେ ମମତା; ଜୁନିୟର୍ ଡାକ୍ତରଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା ଅଭୟାକାଣ୍ଡକୁ ନେଇ ଧାରଣାରେ ଥିବା ଜୁନିୟର୍ ଡାକ୍ତରଙ୍କୁ ଯାଇ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

ଶେଷରେ ୩୫ ଦିନ ପରେ ମୁଣ୍ଡ ନୁଆଁଇଲେ ମମତା। କୋଲକାତା ଅଭୟାକାଣ୍ଡକୁ ନେଇ ଧାରଣାରେ ଥିବା ଜୁନିୟର୍ ଡାକ୍ତରଙ୍କୁ ଯାଇ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
। 
ପ୍ରଥମ ଥର ପାଇଁ ସର୍ବସାଧାରଣରେ ଆଜି ଜୁନିୟର୍ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ସ୍ବାସ୍ଥ୍ୟ ଭବନ ବାହାରେ ଗଲା ୫ ଦିନ ଧରି ଖରା, ବର୍ଷାରେ ଧାରଣାରେ, ବିକ୍ଷୋଭ କରୁଥିବା ଡାକ୍ତରଙ୍କୁ ଆଜି ଭେଟି କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Advertisment

ଅଭୟାଙ୍କୁ ନ୍ୟାୟ ଦେବାକୁ ସେ ପ୍ରତିଶ୍ରୁତିବଦ୍ଧ। ସିବିଆଇ ନିକଟରେ ସେ ଜୋରଦାର ଦାବି କରିଛନ୍ତି, ଅଭିଯୁକ୍ତକୁ ଫାଶୀ ଦେବାକୁ। ତେଣୁ ତାଙ୍କୁ ଆଉ କିଛି ସମୟ ଦିଆଯାଉ, ତଦନ୍ତ ସମ୍ପୂର୍ଣ୍ଣ ହେବ ବୋଲି ସେ ଡାକ୍ତରଙ୍କୁ ଆଶ୍ବାସନା ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ବି ଜୁନିୟର୍ ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। 

ଗତକାଲି ଘଟଣାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଜୁନିୟର୍ ଡାକ୍ତର ସଂଘ। ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ମାମଲାରେ ହସ୍ତକ୍ଷେପ ପାଇଁ ନିବେଦନ କରିଥିଲେ । ପଶ୍ଚିମବଙ୍ଗ ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଜୁନିୟର୍ ଡାକ୍ତର ସଂଘ । ତେଣୁ ସିଧାସଳଖ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁଙ୍କୁ ହସ୍ତକ୍ଷେପ କରିବାକୁ ନିବେଦନ ଜଣାଇଥିଲେ ଡାକ୍ତର ।

Advertisment
Mamata Banerjee CM Mamata Banerjee Doctors Protests
Advertisment
Advertisment