Advertisment

Building collapse in Delhi: ରାଜଧାନୀରେ ଭୁଶୁଡ଼ିଲା ଚାରି ମହଲା କୋଠା, ୪ ମୃତ

ଦିଲ୍ଲୀରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି କୋଠାର ଭଗ୍ନାବଶେଷ ତଳେ ୧୦ରୁ ଅଧିକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

author-image
Namita Biswal
ଅଦ୍ୟତନ ହୋଇଛି
Building collapse

Building collapse

ରାଜଧାନୀ ଦିଲ୍ଲୀର ମୁସ୍ତଫାବାଦ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଗୋଟିଏ ୪ ମହଲା କୋଠା ଭୁଶୁଡ଼ି ପଡିବା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳୁ ଏ ପର୍ଯ୍ୟନ୍ତ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଭଗ୍ନାବଶେଷ ତଳେ ଏବେ ବି ୧୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

Advertisment

ଅଗ୍ନିଶମ ବିଭାଗର ଜଣେ କର୍ମଚାରୀ କହିଛନ୍ତି, ବିଳମ୍ବିତ ରାତି ପ୍ରାୟ ୨ଟା ୫୦ ମିନିଟ୍ ସମୟରେ କୋଠା ଭୁଶୁଡିବାର ସୂଚନା ମିଳିଥିଲା । କୋଠାର ଭଗ୍ନାବଶେଷ ତଳୁ ଅତିକମରେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଏନଡିଆରଏଫ୍ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ଦିଲ୍ଲୀ ପୋଲିସ ମଧ୍ୟ ସେଠାରେ ପହଞ୍ଚିଛି । ତେବେ କୋଠାଟି କିପରି ଭୁଶୁଡିଲା ତାହାର ତଦନ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Advertisment

ଅଧିକ ପଢ଼ନ୍ତୁ: ପୁଣି ଅନୈତିକ ପ୍ରେମ, ସ୍ୱାମୀକୁ ମର୍ଡର...ମଦ ବୋତଲ ଭୁସି ମାରିଲା ସ୍ତ୍ରୀ

ଗତ ସପ୍ତାହରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଦୁଇ ସ୍ଥାନରେ କୋଠା ଭୁଶୁଡିବା ଓ କାନ୍ଥ ଭୁଶୁଡିବା କାରଣରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ମଧୁ ବିହାର ଅଞ୍ଚଳରେ ଏକ ୬ ମହଲା ନିର୍ମାଣଧୀନ କୋଠା ଭୁଶୁଡି ପଡିବାରୁ ୬୭ ବର୍ଷୀୟ ବୃଦ୍ଧଙ୍କ ପ୍ରାଣହାନି ଘଟିଥିଲା । 

Delhi Building Collapse
Advertisment
Advertisment