• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ସୀମା ସୁରକ୍ଷାରେ ଅହରହ ସଜାଗ ଭାରତୀୟ ବାୟୁସେନାର ଗରୁଡ଼ ଫୋର୍ସ । ଭଗବାନ ବିଷ୍ଣୁଙ୍କ ବାହନ ପକ୍ଷୀରାଜ ଗରୁଡ଼ ଅନୁସାରେ ନାମିତ ଏହି ଫୋର୍ସ ଖୁବ୍‌ ଶକ୍ତିଶାଳୀ । ସେମାନେ ବର୍ତ୍ତମାନ ଅନବରତ ଅଭ୍ୟାସ ଜାରି ରଖିଛନ୍ତି । କମାଣ୍ଡ୍ ଶୁଣିଲା ମାତ୍ରେ ଛୁଟୁଛି ଗୁଳି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରାଇଫଲ୍ ଆଉ ତା ସହିତ ଯବାନଙ୍କ ନିଖୁଣ ନିଶାନା । ଜଣକ ପରେ ଜଣେ ହାତରେ ପିସ୍ତଲ୍ ଧରି ଆତଙ୍କବାଦୀ ତଥା ଶତ୍ରୁର ସାମ୍ନା କରିବାକୁ ଛପିଛନ୍ତି । ଦେଖିଲା ମାତ୍ରେ କରିବେ ସୁଟ୍ ।

ଭାରତୀୟ ବାୟୁ ସେନାର କିଛି ନିପୁଣ ବାୟୁବୀରଙ୍କୁ ନେଇ ଗଠିତ ଗରୁଡ଼ କମାଣ୍ଡୋ ଫୋର୍ସ । ଫୋର୍ସର ନାଁ ଯେମିତି, କାମ ବି ସେମିତି । ଉତ୍ତରପ୍ରଦେଶର ଗରୁଡ଼ ରେଜିମେଣ୍ଟ୍ ଟ୍ରେନିଂ ସେଣ୍ଟରେ ନୂତନ ଅସ୍ତ୍ରଶସ୍ତ୍ର ସହିତ ଅଭ୍ୟାସ ଚଳାଛନ୍ତି ଯବାନ । ଖାଲି ରାଇଫଲ୍ ସୁଟିଂ ନୁହେଁ ସୁଉଚ୍ଚ କାନ୍ଥକୁ ବି ଅନାୟାସରେ ଚଢ଼ୁଛନ୍ତି ପୁଣି ଓହ୍ଲାଉଛନ୍ତି । ଏମିତି କଠିନ ଅଭ୍ୟାସ କରୁଛନ୍ତି ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ଗରୁଡ ଫୋର୍ସ ।

ପୂର୍ବ ଲଦାଖରୁ ଅରୁଣାଚଳ ପ୍ରଦେଶ ଭାରତ-ଚୀନ୍ ସୀମାରେ ଜାଗ୍ରତ ପ୍ରହରୀ ଭାବେ ଭାରତୀୟ ବାୟୁସେନାର ଏହି ଲଢୁଆ ଗରୁଡ ଫୋର୍ସ ଏବେ ଦେଶର ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିଭିନ୍ନ ଏୟାର୍ ବେସରେ ସୁରକ୍ଷା ସାଙ୍ଗକୁ LACରେ ମଧ୍ୟ ମୁତୟନ ଅଛନ୍ତି । ଗରୁଡ଼ ଫୋର୍ସର ଯବାନ ମାନେ ଦିନକୁ ଦିନ ଚୀନର ଔଦ୍ଧତ୍ୟକୁ ଭାଙ୍ଗିବା ପାଇଁ ଭାରତ ଚୀନ ସୀମାରେ ସଜାଗ ପ୍ରହରୀ ସାଜିଛିନ୍ତି । ୨୦୨୦ ମେରୁ ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ LACରେ ଦିନରାତି ପହରା ଦେଉଛନ୍ତି । ଲଦାଖରୁ ସିକିମ୍ ଏବଂ ଅରୁଣାଚଳପ୍ରଦେଶ ଚାଇନା ବର୍ଡରରେ ଦେଶର ସୁରକ୍ଷା ପାଇଁ ଗରୁଡ ଫୋର୍ସ ସବୁବେଳେ ପ୍ରସ୍ତୁତ ହୋଇ ରହିଛି । ଏଭଳିକି କୌଣସି ବି ମୁହୁର୍ତ୍ତରେ ଦରକାର ପଡ଼ିଲେ ଆରମ୍ଭ କରିଦେବେ ଅପରେସନ ।

ବିଭିନ୍ନ ପର୍ଯ୍ୟାୟରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହିତ ନିଜକୁ ସଜ କରୁଛି । ଗରୁଡ ଫୋର୍ସ AK-47ସାଙ୍ଗକୁ ମେକ୍ ଇନ୍ ଇଣ୍ଡିଆ ସ୍କିମରେ ତିଆରି ହୋଇଥିବା AK-103, AK-203 ଏବଂ ଇସ୍ରାଏଲ୍ ଟାଭୋର ରାଇଫଲ୍ ମଧ୍ୟ ଗରୁଡ ଫୋର୍ସକୁ ପ୍ରଦାନ କରାଯାଇଛି ।

ଭାରତୀୟ ବାୟୁସେନାରେ ଏହି ଲଢୁଆଗରୁଡ ଫୋର୍ସର ପରିକଳ୍ପନାକୁ ଇତି ମଧ୍ୟରେ ଦୁଇ ଦଶନ୍ଧି ପୁରିବାକୁ ବସିଲାଣି । ୨୦୦୦ ମସିହା ବେଳକୁ ଗରୁଡ ଫୋର୍ସ ବୋଲି ସେମିତି କୌଣସି କମାଣ୍ଡୋ ଫୋର୍ସ ସୃଷ୍ଟି ହୋଇ ନ ଥିଲା । ୨୦୦୧ ମସିହାରେ ଜମ୍ମୁ- କାଶ୍ମୀରରେ ଭାରତୀୟ ବାୟୁସେନାର ଦୁଇଟି ପ୍ରମୁଖ ଏୟାର୍ ବେସରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏହାର ସୁରକ୍ଷା ପାଇଁ ଆରମ୍ଭ ହୋଇଥିଲା ଗରୁଡ଼ ଫୋର୍ସ ।

୨୦୦୪ ଫେବୃୟାରୀରେ ବିଧିବଦ୍ଧ ଭାବେ ଗରୁଡ଼ ଫୋର୍ସ ଗଠନ ହୋଇଥିବା ବେଳେ ସେହିବର୍ଷ ଅକ୍ଟୋବର ୮ରେ ବାୟୁସେନା ଦିବସରେ ସର୍ବସମ୍ମୁଖକୁ ଆସିଥିଲା । ସେବେଠାରୁ ଏହାରି ଭିତରେ ପ୍ରାୟ ୧୫୦୦ ଯବାନ ଏହି ଗରୁଡ଼ ଫୋର୍ସରେ ସାମିଲ୍ ହୋଇ ସାରିଲେଣି । ପ୍ରାଥମିକ ପର୍ଯ୍ୟାୟରେ ଏହି ଫୋର୍ସର ନାଁ ଟାଇଗର ଫୋର୍ସ ଥିବା ବେଳେ ପରବର୍ତ୍ତୀ ସମୟରେ ଗରୁଡ଼ ଫୋର୍ସ ନାଁରେ ଏହାକୁ ନାମିତ କରାଯାଇଛି ।