• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମୁନି । କାର୍ ଦୁର୍ଘଟଣାରେ ସାଇରସଙ୍କ ମୃତ୍ୟୁ ହୋଇଥିବା ବେଳେ କିଭଳି ହେଲା ଦୁର୍ଘଟଣା ତାକୁ ନେଇ କଳ୍ପନାଜଳ୍ପନା କୁହାଯାଉଛି । ଅଧିକ ସ୍ପିଡ୍ ଯୋଗୁଁ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଯେଉଁ କାରରେ ସେ ଯାତ୍ରା କରୁଥିଲେ, ସେହି କାରଟି ରାଜରାସ୍ତା ଉପରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କର ପ୍ରାଣହାନୀ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି । କାରରେ ବସିଥିବା ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଥିବା ବେଳେ ସାଇରସ୍ ମିସ୍ତ୍ରୀ ଏବଂ ଆଉ ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ସାଇରସଙ୍କ ମୃତ୍ୟୁ ପରେ ଏବେ କିଏ ସମ୍ଭାଳିବ ତାଙ୍କର କଂପାନି । ୩୦ ବିଲିୟନ ଡଲାରର ସାପୁରଜି ପାଲୋନଜି ଗ୍ରୁପର ପରାଚାଳନା ଦାୟିତ୍ୱ କାହା ହାତରେ ରହିବ ତାକୁ ନେଇ ଉଠିଛି ପ୍ରଶ୍ନ ।

ସାପୁର୍ଜି ପାଲୋନଜି ଗ୍ରୁପ୍ ବା ଏସ୍.ପି. ଗ୍ରୁପ୍ ଦେଶର ସବୁଠୁ ପୁରୁଣା କଂପାନି ଭିତରୁ ଗୋଟିଏ । ୧୫୭ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏହି କଂପାନି, ନିର୍ମାଣ ଠାରୁ ଆରମ୍ଭ କରି ହସ୍ପିଟାଲିଟି ଏବଂ ରିୟଲ ଇଷ୍ଟେଟ୍ ଭଳି ବିଭିନ୍ନ କ୍ଷେତ୍ରରେ ସୃଷ୍ଟି କରିପାରିଛି ନିଜର ସ୍ୱତନ୍ତ୍ର ପରିଚୟ । ନିଜ ପୂର୍ବ ପୁରୁଷଙ୍କ ଦ୍ୱାରା ସ୍ଥାପିତ ଏହି ଏସ୍.ପି. ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଥିଲେ ସାଇରସ୍ ମିସ୍ତ୍ରୀ । ୨୦୧୬ରେ ଟାଟା ଗ୍ରୁପରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ, ସାଇରସ୍ ଏହି କଂପାନି ପରିଚାଳନା କରୁଥିଲେ ।

ଏବେ ତାଙ୍କ ପରିବାରରେ ତାଙ୍କ ପତ୍ନୀ ରୋହିକା ଏବଂ ଦୁଇ ପୁଅ ଫିରୋଜ ଓ ଜାହାନ୍ ଅଛନ୍ତି । ସାଇରସଙ୍କ ଅକାଳ ବିୟୋଗ ତାଙ୍କ ପରିବାରକୁ ଦେଇଛି ଏକ ଶକ୍ତ ଧକ୍କା । ଚଳିତ ବର୍ଷ ଜୁନ୍ ୨୮ରେ ସାଇରସଙ୍କ ବାପା ପାଲୋନଜି ମିସ୍ତ୍ରୀଙ୍କର ନିଧନ ହୋଇଥିଲା । ବ୍ଲୁମବର୍ଗ ବିଲିଅନେୟର ଇଣ୍ଡେକ୍ସର ରିପୋର୍ଟ ଅନୁଯାୟୀ, ଏସ୍ପି ଗ୍ରୁପର ମୋଟ ସଂପତ୍ତିର ମୂଲ୍ୟ ପାଖାପାଖି ୩୦ ବିଲିଅନ୍ ବା ୩ ହଜାର କୋଟି ଡଲାର୍ । ଟାଟା ସନ୍ସ ଗ୍ରୁପରେ ମଧ୍ୟ ଏହାର ୧୮.୬ ପ୍ରତିଶତ ଅଂଶଧନ ରହିଛି ।

ସାଇରସ୍ ମିସ୍ତ୍ରୀ ହେଉଛନ୍ତି ସାପୁରଜି ପାଲୋନଜି ଗ୍ରୁପ୍ ବ୍ୟବସାୟିକ ପରିବାରର ଆରବପତି ଉଦ୍ୟୋଗପତି । ପାଲୋନଜି ମିସ୍ତ୍ରୀଙ୍କ ଘରେ ୪ ଜୁଲାଇ ୧୯୬୮ରେ ହୋଇଥିଲା ସାଇରସ୍ ମିସ୍ତ୍ରୀଙ୍କ ଜନ୍ମ । ପାଲୋନଜି ମିସ୍ତ୍ରୀଙ୍କ ସବୁଠୁ ସାନ ପୁଅ ଥିଲେ ସାଇରସ୍ । ୧୯୯୧ରେ ପରିଚାଳନା ନିର୍ଦ୍ଦେଶକ ଭାବେ ସେ ସାପୁରଜି ପାଲୋନଜି ଗ୍ରୁପରେ ଯୋଗ ଦେଇଥିଲେ । ପରେ ୨୦୧୨ରେ ସେ ଟାଟା ଗ୍ରୁପର ଅଧ୍ୟକ୍ଷ ଭାବେ ପଦ ସମ୍ଭାଳିବା ପରେ ଏସପି ଗ୍ରୁପର କାମକାର୍ଯ୍ୟ ଠାରୁ ନିଜକୁ ଦୂରେଇ ରଖିଥିଲେ ।

ମାତ୍ର ୨୦୧୬ ଅକ୍ଟୋବରରେ ବିବାଦୀୟ ପରିସ୍ଥିତିରେ ତାଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରୁ ହଟାଯାଇଥିଲା ଟାଟା ଗ୍ରୁପର ଷଷ୍ଠ ଚେୟାରମ୍ୟାନ୍ ଥିଲେ ସାଇରସ୍ ଏବଂ ଟାଟାର ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଚେୟାରମ୍ୟାନ୍ ଥିଲେ ଯାହାଙ୍କର ସରନେମ୍ ଟାଟା ନଥିଲା । କନଷ୍ଟ୍ରକ୍ସନ, ରିୟଲ ଇଷ୍ଟେଟ୍, କଞ୍ଜ୍ୟୁମର ଗୁଡ୍ସ ଏବଂ ସୋଲାର ପାଓ୍ୱାର ସହିତ ଅନେକ ପ୍ରକାରର ବ୍ୟାବସାୟରେ ସାମିଲ ଅଟେ । ଏସପି ଗ୍ରୁପ୍ ୫୦ରୁ ଅଧିକ ଦେଶରେ ଏହି ଗ୍ରୁପ୍ କାରବାର ଚଳାଉଥିବା ବେଳେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଏଥିରେ କାମ କରୁଛନ୍ତି । ଏବେ ସାଇରସଙ୍କୁ ମୃତ୍ୟୁ ପରେ କିଏ ସମ୍ଭାଳିର ତାଙ୍କ କଂପାନିର ଦାୟିତ୍ୱ ତାକୁ ନେଇ ଉଠାଛି ପ୍ରଶ୍ନ ।