Advertisment

Curfew Imposed In Manipur: ମଣିପୁରରେ ୬ ଅପହୃତଙ୍କୁ ହତ୍ୟା ପରେ କର୍ଫ୍ୟୁ; ୭ ଜିଲ୍ଲାରେ ଇଣ୍ଟରନେଟ୍‌ ବନ୍ଦ

ହିଂସା ପ୍ରଭାବିତ ମଣିପୁରରେ ପୁଣି ଜାରି ହେଲା କର୍ଫ୍ୟୁ। ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।

ଅଦ୍ୟତନ ହୋଇଛି
 Curfew Imposed In Manipur

Curfew Imposed In Manipur

Advertisment

ଭୟଙ୍କର ହେବାରେ ଲାଗିଛି ମଣିପୁର ହିଂସା । ହିଂସା ପ୍ରଭାବିତ ମଣିପୁରରେ ପୁଣି ଜାରି ହେଲା କର୍ଫ୍ୟୁ। ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଗତ ସୋମବାରଠାରୁ  ଅପହୃତ ଗୋଟିଏ ପରିବାରର ୬ ଜଣଙ୍କୁ କୁକି ଉଗ୍ରପନ୍ଥୀମାନେ ନିର୍ମମ ହତ୍ୟା କରିଛନ୍ତି। ସମସ୍ତଙ୍କ ମରଶରୀର ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଏକ ୮ ମାସର ଶିଶୁକୁ ବି ସେମାନେ ଛାଡ଼ିନାହାନ୍ତି । 

Advertisment

ଉତ୍ତର-ପୂର୍ବ ରାଜ୍ୟରେ ଜାରି ରହିଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ବିଷ୍ଣୁପୁର, ଥୋବାଲ, କାକଚିଙ୍ଗ, କାଙ୍ଗପୋକପି ଏବଂ ଚୁରାଚନ୍ଦପୁର ଜିଲ୍ଲାରେ ଦୁଇ ଦିନ ପାଇଁ ଇଣ୍ଟରନେଟ ବନ୍ଦ କରିଦିଆଯାଇଛି। ଇମ୍ଫାଲ ଉପତ୍ୟକାର କେତେକ ଜିଲ୍ଲାରେ ବ୍ୟାପକ ହିଂସା ହୋଇଥିବା ଜଣାପଡ଼ିଛି। ଆନ୍ଦୋଳନକାରୀମାନେ ଅନେକ ବିଧାୟକଙ୍କ ଘରେ ପଶି ଅନେକ ସମ୍ପତ୍ତି ନଷ୍ଟ କରିଦେଇଥିବା ଖବର ମଧ୍ୟ ଆସିଛି।

ଅଧିକ ପଢନ୍ତୁ: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର; ଲାଞ୍ଚ ନ ଦେବାରୁ ପ୍ରସୂତୀଙ୍କୁ ଛାଡ଼ିଲେନି !

Advertisment

ସୂଚନା ଅନୁସାରେ ଏକ ଗୋଷ୍ଠୀ ସପାମ ନିଶିକାନ୍ତ ସିଂହ(ବିଧାୟକ)ଙ୍କ ଘର ଉପରେ ଆକ୍ରମଣ କରି ଗେଟ୍ ଏବଂ ଗେଟ୍ ସମ୍ମୁଖରେ ନିର୍ମିତ ବଙ୍କରଗୁଡ଼ିକୁ ନଷ୍ଟ କରିଦେଇଛନ୍ତି। ସମାନ ଗୋଷ୍ଠୀର ପ୍ରଦର୍ଶନକାରୀମାନେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ସାଗୋଲବନ୍ଦରେ ବିଧାୟକ ଆର.କେ ଇମୋଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରି ଆସବାବପତ୍ର ପୋଡିବା ସହ ଝରକା କବାଟ ଭାଙ୍ଗିଦେଇଛନ୍ତି।

ଗତ ପାଞ୍ଚ ଦିନ ତଳେ କୁକି ବିଦ୍ରୋହୀ ସନ୍ଦିଗ୍ଧମାନେ ମେତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ କରିନେଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ଆଉ ତିନି ଜଣଙ୍କ ମୃତଦେହ ମିଳିଛି। ଏହାପରେ ରାଜ୍ୟରେ ହିଂସା ପୁଣି ଉଗ୍ରରୂପ ନେଇଛି। ଯାହାକୁ ଦୃଷ୍ଟିରେ ରଖି ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ସାତଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।

Advertisment

ଇମ୍ଫାଲରେ ଉତ୍ତ୍ୟକ୍ତ ଜନତା କୁକି ଉଗ୍ରପନ୍ଥୀଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହଙ୍କ ବାସଭବନକୁ ଘେରିଯିବା ସହ ଧସେଇ ପଶିବାକୁ ପ୍ରୟାସ କରିବାରୁ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହା ସହିତ ଉତ୍ତ୍ୟକ୍ତ ଜନତା ୨ ଜଣ ମନ୍ତ୍ରୀ ଓ ୩ ବିଧାୟକଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୧ ତାରିଖରେ ବୋରବେକ୍ରା ଅଞ୍ଚଳର ଏକ ଥାନା ଉପରେ କିଛି ଲୋକ ଆକ୍ରମଣ କରିଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ଏହି ଆକ୍ରମଣର ମୁକାବିଲା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୧ ଉଗ୍ରପନ୍ଥୀ ନିପାତ ହୋଇଥିଲେ।  ଏହାର ଜବାବରେ  ଉଗ୍ରପନ୍ଥୀମାନେ ଥାନା ନିକଟସ୍ଥ ଏକ ରିଲିଫ୍‌ ଶିବିର ଉପରେ ଆକ୍ରମଣ କରି ୩ ଜଣଙ୍କୁ ହତ୍ୟା କରିବା ସହ ୬ ଜଣଙ୍କୁ ଅପହରଣ କରିନେଇଥିଲେ।

ଅଧିକ ପଢନ୍ତୁ: ବାଳକର ପାଦ ତଳେ ଦେଲେ ତୁଳସୀ; କହିଲେ, ‘ଇଏ କଳ୍କି ଅବତାର’

Curfew Manipur Internet
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ