/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749628953.jpg)
ACs won't go below 20°C
ଏୟାର କଣ୍ଡିସନିଂ (ଏସି)ର ତାପମାତ୍ରା ବ୍ୟବସ୍ଥାରେ ପରିବର୍ତ୍ତନ ହେବାକୁ ଯାଉଛି । ଏସି ତାପମାତ୍ରା ନିୟନ୍ତ୍ରଣରେ ନୂଆ ନିୟମ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର ହେଉଥିବା ଏସିରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୨୮ ଡିଗ୍ରୀ ରଖିବାକୁ ଚିନ୍ତା କରାଯାଉଛି । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହର ଲାଲ ଖଟ୍ଟର । ମନ୍ତ୍ରୀ କହିଛନ୍ତି, ଏସିର ତାପମାତ୍ରା ନିୟନ୍ତ୍ରଣ ପାଇଁ ନୂଆ ନିୟମ ଆଣିବାକୁ ଯାଉଛୁ । ତାପମାତ୍ରା ନିୟନ୍ତ୍ରଣ ହେଲେ ସର୍ବନିମ୍ନ ୨୦ ଡିଗ୍ରୀ ସେଲସିୟସ ଓ ସର୍ବାଧିକ ୨୮ ଡିଗ୍ରୀ ସେଲସିୟସ ରହିବ ।
ଅଧିକ ପଢନ୍ତୁ: ଗ୍ରାହକଙ୍କୁ ସ୍ୱପ୍ନର ଗୃହ ଯୋଗାଇବ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଅନ୍ ଗ୍ରୁପ’
ଏହି ନୂଆ ନିୟନ୍ତ୍ରଣ ବ୍ୟବସ୍ଥା କେବଳ ଘରୋଇ ଓ ବାଣିଜ୍ୟିକ କ୍ଷେତ୍ର ବା ଅଫିସରେ ନୁହେଁ, ବରଂ ଗାଡିରେ ଥିବା ଏସିରେ ମଧ୍ୟ ଆସିବ । ଘର, ଅଫିସ୍ ଏବଂ କାରରେ ବ୍ୟବହାର ହେଉଥିବା ଏସି ଗୁଡିକର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରାରେ ନୂଆ ନିୟମ ଆସିବାକୁ ଯାଉଛି ।
ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିତ ତାପମାତ୍ରା ଏବଂ ଶୀତଳୀକରଣ ଉପକରଣର ବ୍ୟବହାର ବଢୁଥିବା ବେଳେ ଏହି ନିୟମ ଆଣିବାକୁ ଚିନ୍ତା କରିଛନ୍ତି କେନ୍ଦ୍ର ସରକାର । ଏହି ନିୟମ ଦ୍ୱାରା ଶକ୍ତି ଦକ୍ଷତା ବୃଦ୍ଧି ହେବା ସହିତ ଅନାବଶ୍ୟକ ବିଜୁଳି ବିଲକୁ ହ୍ରାସ କରିପାରିବ । ସାଧାରଣତଃ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ତୁଳନାରେ ଏସିରେ ଅଧିକ ବିଜୁଳି ଶକ୍ତି ଖର୍ଚ୍ଚ ହୋଇଥାଏ, କିନ୍ତୁ ଏହି ନୂତନ ନିୟମ ଆସିବା ଦ୍ୱାରା ପିକ୍ ଆୱାର (ଏସି ଲାଗିବା ସମୟ)ରେ ବିଜୁଳି ଶକ୍ତି ହ୍ରାସ କରିବାରେ ସହାୟକ ହେବ ।
ବର୍ତ୍ତମାନ ଏସି ଗୁଡିକ ସର୍ବନିମ୍ନ ୧୬ ଡିଗ୍ରୀରୁ ସର୍ବାଧିକ ୧୮ ଡିଗ୍ରୀ ଯାଏ ତାପମାତ୍ରାରେ ଚାଲୁଛି । ଯାହାଫଳରେ ଏସିରେ ଅତ୍ୟନ୍ତ କମ କୁଲିଂ ସେଟିଂ ଯୋଗୁଁ ବିଜୁଳି ବିଲ୍ ବୃଦ୍ଧି ପାଇବା ସହ ବିଜୁଳି ଶକ୍ତି ଅଧିକ ଖର୍ଚ୍ଚ ହେଉଛି ।
୨୦୨୦ରେ ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍ସିର ନିର୍ଦ୍ଦେଶ ଅନୁଯାୟୀ, ଘରେ ଏବଂ କାରରେ ବ୍ୟବହାର ହେଉଥିବା ଏସିରେ ୨୪ ଡିଗ୍ରୀ ସେଲସିୟସ ଏବଂ ଅଫିସ ମାନଙ୍କରେ ୨୪ରୁ ୨୫ ଡିଗ୍ରୀ ସେଲସିୟସ ତାପମାତ୍ରା ରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯାହା ଫଳରେ ଶକ୍ତି ସଞ୍ଚୟ ହୋଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)