Advertisment

ଦୁଃଖଦ ଘଟଣା: ‘ଭାରତ ଯୋଡ଼ୋ ଯାତ୍ରା’ରେ ଚାଲୁ ଚାଲୁ ଚାଲିଗଲା କଂଗ୍ରେସ ସାଂସଦଙ୍କ ଜୀବନ

ପରଲୋକର କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀ। ଭାରତ ଯୋଡ଼ୋ ଯାତ୍ରା ବେଳେ ହାର୍ଟ ଆଟାକ୍‌ ଆସିବାରୁ ତାଙ୍କର ଦେହାନ୍ତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Congress MP Santokh Singh Chaudhary Dies In Bharat Jodo Yatra

Congress MP Santokh Singh Chaudhary Dies During Bharat Jodo Yatra

ପରଲୋକର କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀ। ଭାରତ ଯୋଡ଼ୋ ଯାତ୍ରା ବେଳେ ହାର୍ଟ ଆଟାକ୍‌ ଆସିବାରୁ ତାଙ୍କର ଦେହାନ୍ତ ହୋଇଛି। ଆଜି ସକାଳେ ପଞ୍ଜାବରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। 

Advertisment

ସୂଚନା ଅନୁସାରେ, ଜଳନ୍ଧର ସାଂସଦ ସନ୍ତୋଖ ସିଂ ପଞ୍ଜାବର ଫିଲୌରରେ ଭାରତ ଯୋଡ଼ୋ ଯାତ୍ରାରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍‌ ତାଙ୍କର ଆର୍ଟ ଆଟାକ୍‌ ଆସିଥିଲା। ଏହାପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ଫାଗୱାରା ସ୍ଥିତ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା। ଖବର ପାଇ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ହସ୍ପିଟାଲ୍‌ ଯାଇଥିଲେ। ବର୍ତ୍ତମାନ ପାଇଁ ଏହି ଯାତ୍ରାକୁ ବାତିଲ୍‌ କରାଯାଇଥିବା ସୂଚନା ମିଳିଛି। ବୁଧବାର ଦିନ ପଞ୍ଜାବର ଫତେଗଡ଼ ସାହିବରୁ କଂଗ୍ରେସର ଏହି ବଡ଼ ପଦଯାତ୍ରା ଆରମ୍ଭ ହୋଇଥିଲା। 

ଅଧିକ ପଢ଼ନ୍ତୁ: ଚାବୁକରେ ନିଜକୁ ପିଟିଲେ ରାହୁଲ ଗାନ୍ଧି, ହେଲେ କାହିଁକି?

ସନ୍ତୋଖ ସିଂଙ୍କ ପରଲୋକ ନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, କଂଗ୍ରେସ ନେତାଙ୍କ ସମେତ ଅନ୍ୟ ଦଳର ନେତା ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହା ପାର୍ଟି ପାଇଁ ଏକ ବଡ଼ ଝଟ୍‌କା ବୋଲି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି। 

Advertisment


— Jairam Ramesh (@Jairam_Ramesh) January 14, 2023


— Om Birla (@ombirlakota) January 14, 2023

Congress Bharat Jodo Yatra Congress Bharat Jodo Yatra
Advertisment
Advertisment