Advertisment

ବାପରେ ବାପ ! କି ମାଡ଼...ରାସ୍ତାରେ ଗଡ଼େଇ ଖୋବି ପକେଇଲେ, ଭାଇରାଲ୍‌ ହେଉଛି କଲେଜ ଯୁବତୀଙ୍କ ଏହି ଭିଡିଓ

ଯେଉଁଠି ଜଣେ କଲେଜ ଛାତ୍ରୀଙ୍କ ସହ ଅନ୍ୟ ୩ ଛାତ୍ରୀଙ୍କର ଯୁକ୍ତିତର୍କ ହେଉଛି। ପରେ ଝଗଡ଼ା ଏତେ ଜୋରରେ ହେଉଛି ଯେ, ସମ୍ପୃକ୍ତ ଛାତ୍ରୀ ଏକାକୀ ଅନ୍ୟ ୩ ଛାତ୍ରୀଙ୍କୁ ରାସ୍ତାରେ ଗଡ଼େଇ ପିଟୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Viral Video

College Girls Exchange Blows, Video Goes Viral

କଲେଜ ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସ୍ମରଣୀୟ। କାରଣ ଏହି ସମୟରେ ଅନେକ ସ୍କୃତି ଥାଏ ଯାହା ସବୁବେଳେ ମନ ଭିତରେ ସାଇତି ହୋଇ ରହିଥାଏ। ଆପଣମାନେ ଦେଖିଥିବେ କଲେଜ ସମୟରେ, କୌଣସି କଥାକୁ ନେଇ ଛୋଟ କିମ୍ବା ବଡ଼ ଝଗଡ଼ା ହୋଇଥାଏ। ସାଧାରଣତଃ, ପୁଅ ପିଲାମାନେ କୌଣସି ଘଟଣାକୁ ନେଇ ହଠାତ୍‌ ରାଗିଯାଇ ସେମାନଙ୍କର ସହପାଠୀଙ୍କ ସହ ଝଗଡ଼ା କରିଥାନ୍ତି। ହେଲେ ଝିଅଙ୍କ ମଧ୍ୟରେ ଏହି ଝଗଡ଼ା ବହୁତ କମ୍‌ ଦେଖିବାକୁ ମିଳିଥାଏ। ସୋସିଆଲ୍‌ ମିଡିଆ ରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ଜଣେ କଲେଜ ଛାତ୍ରୀଙ୍କ ସହ ଅନ୍ୟ ୩ ଛାତ୍ରୀଙ୍କର ଯୁକ୍ତିତର୍କ ହେଉଛି। ପରେ ଝଗଡ଼ା ଏତେ ଜୋରରେ ହେଉଛି ଯେ, ସମ୍ପୃକ୍ତ ଛାତ୍ରୀ ଏକାକୀ ଅନ୍ୟ ୩ ଛାତ୍ରୀଙ୍କୁ ରାସ୍ତାରେ ଗଡ଼େଇ ପିଟୁଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ବୁଢ଼ା ଶ୍ୱଶୁରଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିଲା ବୋହୂ

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, କୌଣସି କଥାକୁ ନେଇ କିଛି ଯୁବତୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ରାଗି ଯାଇ ବ୍ୟାଙ୍ଗ୍‌ ଫିଙ୍ଗି ଦେଇଥିଲେ। ଏହି ସମୟରେ ଜଣେ ଯୁବକ ଆସି ତାଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ। ହେଲେ ଯୁବତୀ ଜଣକ ତାଙ୍କୁ ଠେଲି ପଳାଇଥିଲେ। ଏହାପରେ ଧଳା ଟି-ଶାର୍ଟ ପିନ୍ଧିଥିବା ଜଣେ ଯୁବତୀ ଉତ୍ତ୍ୟକ୍ତ ଛାତ୍ରୀଙ୍କ ସହ କଥା ହେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ଛାତ୍ରୀ ଜଣକ ତାଙ୍କୁ ଧକ୍କା ଦେବା ସହ ତଳେ ପକାଇ ମାଡ଼ ମାରିଥିଲେ।

Advertisment

ଏହାଦେଖି ଅନ୍ୟ ଜଣେ ଯୁବତୀ ଉତ୍ତ୍ୟକ୍ତ ଛାତ୍ରୀଙ୍କୁ ମାଡ଼ ମାରିଥିଲେ। ଧଳା ଟି-ଶାର୍ଟ ପିନ୍ଧିଥିବା ଯୁବତୀ ଓ ଅନ୍ୟ ଜଣେ ଯୁବତୀ ଉଭୟ ମିଶି ଉତ୍ତ୍ୟକ୍ତ ଛାତ୍ରୀଙ୍କୁ ପିଟିଥିଲେ। ଆଉ ଜଣେ ଯୁବତୀ ଏହି ଗଣ୍ଡଗୋଳରେ ପଶି ଉତ୍ତ୍ୟକ୍ତ ଛାତ୍ରୀଙ୍କୁ ମାଡ଼ ମାରିଥିଲେ। ହେଲେ ୩ ଯୁବତୀ କେହିବି ଏହି ଛାତ୍ରୀଙ୍କୁ ପାରି ନଥିଲେ। ବରଂ ଛାତ୍ରୀ ଜଣକ ଏକାକୀ ଏମାନଙ୍କୁ ତଳେ ଗଡ଼େଇ ମାଡ଼ ମାରିଥିଲେ। 

କଲେଜ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଥିଲା। ଟ୍ୱିଟରରେ ‘Bahar Ke Kalesh’ ୟୁଜର ନାଁରେ ଏହି ଭିଡିଓଟି ଶେଆର ହୋଇଛି। ବର୍ତ୍ତମାନ ସୁଦ୍ଧା ଭିଡିଓକୁ ୪.୭ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। 

Social Media Viral Video
Advertisment
Advertisment