• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୋହୂ ମାଡ଼ରେ ବୁଢ଼ା ଶ୍ୱଶୁର ଲହୁଲୁହାଣ । ବିଚ୍‌ ରାସ୍ତାରେ ମହିଳାଙ୍କ ଚଣ୍ଡୀରୂପ ଦେଖି ପାଖପଡୋଶୀ କେହି ପାଖ ମାଡ଼ିବାକୁ ସାହସ କଲେନି । ଉତ୍ତରପ୍ରଦେଶ କାନପୁରରେ ଏଭଳି ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କୁ ବିଚ୍‌ ରାସ୍ତା ମାଡ଼ ମାରିବା ସହ ଘରୁ ବାହାର କରିଦେଇଛନ୍ତି । ଏହି ମାମଲାରେ ବୃଦ୍ଧ ଜଣକ କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯିଏ ବି ଭିଡିଓ ଦେଖୁଛି ତା ରକ୍ତ ଗରମ ହୋଇଯାଉଛି ।

ଅଧିକ ପଢ଼ନ୍ତୁ: ସିନ୍ଧୁକ ଭିତରେ ପ୍ରେମିକକୁ ଲୁଚାଇଥିଲା ବୋହୂ ! ଶାଶୂଙ୍କ ଚାଲାକି ଯୋଗୁଁ ପୋଲିସ୍ ସାମ୍ନାରେ ପୋଲ୍‌ ଖୋଲିଲା

କାନପୁରରେ କାକାଦେବରେ ରହୁଥିବା ବୃଦ୍ଧ ଅରୁଣ କୁମାର ତିୱାରୀଙ୍କର ଦୁଇଟି ପୁଅ । ତାଙ୍କର ନିଜସ୍ୱ ଘର ଅଛି, ଯେଉଁଥିରେ ଦୁଇ ପୁଅ ଓ ପରିବାରଙ୍କ ସହିତ ସେ ରୁହନ୍ତି । ଅରୁଣଙ୍କ କହିବା ଅନୁସାରେ ଚାକିରିରୁ ଅବସର ନେବା ପରେ ତାଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ମିଳିଛି । ଆଉ ସେହି ଟଙ୍କା ଉପରେ ବୋହୂ ଅର୍ଚ୍ଚନାଙ୍କ ନଜର ଥିଲା । ସେ ଜୋର ଜବରଦସ୍ତି ଦଶ ଲକ୍ଷ ଟଙ୍କା ସହ ଘର ତାଙ୍କ ନାମରେ କରାଇବାକୁ ଚାହୁଁଛନ୍ତି ।

ଟଙ୍କା ପାଇଁ ଶ୍ୱଶୁର ଛାତି ଉପରେ ବସିଗଲା ବୋହୂ

"ବୋହୂ ଟଙ୍କା ଓ ଘର ପ୍ରାୟ ସବୁବେଳେ ଏପରି ଝଗଡ଼ା କରେ । ଚଳିତ ମାସର ୮ ତାରିଖ ଦିନ ଅର୍ଚ୍ଚନା ଶ୍ୱଶୁରଙ୍କୁ ଦଶ ଲକ୍ଷ ଟଙ୍କା ମାଗିଥିଲେ । ହେଲେ ଅରୁଣ ଟଙ୍କା ଦେବା ପାଇଁ ମନା କରିବା ପରେ ସେ ନିଜ ଭଉଣୀକୁ ଡାକି ରାସ୍ତାରେ ତାଙ୍କୁ ମାଡ଼ ମାରିଥିଲେ । ଏତିକିରେ ତା’ର ମନ ବୁଝିଲାନି ଯେ ତାଙ୍କ ଛାତି ଉପରେ ବସି ଯାଇଥିଲେ । କେବଳ ସେତିକି ନୁହେଁ ବୁଢ଼ା ଶ୍ୱଶୁରର ମୋବାଇଲ ମଧ୍ୟ ଭାଙ୍ଗି ଦେଇଛନ୍ତି ଅର୍ଚ୍ଚନା ।

ପୀଡିତ କହିଛନ୍ତି, ଅର୍ଚ୍ଚନା ବହୁତ କଳିହୁଡ଼ି । ପରିବାର ଲୋକ ମଧ୍ୟ ତାକୁ ପସନ୍ଦ କରନ୍ତି ନାହିଁ । ସବୁବେଳେ ଝଗଡ଼ା କରି ଘରର ମାହୋଲ ଖରାପ କରେ । ପ୍ରାୟ ଏକ ବର୍ଷ ପୂର୍ବରୁ ମଧ୍ୟ ସେ ତାଙ୍କୁ ଆକ୍ରମଣ କରିଥିଲେ । ଆଉ ସେହି ସମୟରେ ଘରର ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ମାମଲାରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଥିଲା, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ଏବେ ମାଡ଼ ଖାଇ ପୀଡ଼ିତ ଅରୁଣ କୁମାର ବୋହୂ ବିରୋଧରେ ପୋଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯାହା ଉପରେ କମିଶନର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ୍‌ ଅଧିକାରୀ କହିଛନ୍ତି, ଅନୁସନ୍ଧାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।