Advertisment

ମୁଖ୍ୟମନ୍ତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବା ଘଟଣାକୁ ନେଇ ବିରୋଧୀ ତାତିଲେ, କହିଲେ ମାନ୍‌ ନିଶାରେ ଥିଲେ

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜର୍ମାନର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହାକୁ ନେଇ ଆପ ସରକାର ଏବଂ ଆପ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ବିମାନରୁ ଓହ୍ଳାଇ ଦିଆଗଲା ବୋଲି ଅଭିଯୋଗ ଆଣିଛି ବିରୋଧୀ।

author-image
Minati Mishra
ଅଦ୍ୟତନ ହୋଇଛି
CM punjab Bhagwant Mann

CM punjab Bhagwant Mann

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଜର୍ମାନର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦିଆଯାଇଥିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି। ଏହାକୁ ନେଇ ଆପ ସରକାର ଏବଂ ଆପ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଅତ୍ୟଧିକ ମଦ୍ୟପାନ କରିଥିବାରୁ ତାଙ୍କୁ ବିମାନରୁ ଓହ୍ଳାଇ ଦିଆଗଲା ବୋଲି ଅଭିଯୋଗ ଆଣିଛି ବିରୋଧୀ। ଏପରି କାମ କରି ମୁଖ୍ୟମନ୍ତ୍ରୀ ବିଶ୍ୱ ଦରବାରରେ ରାଜ୍ୟ ନା ତଳକୁ କରିଦଇଥିବା ବିରୋଧୀ କହିଛି । ଅନ୍ୟପକ୍ଷେ ମାନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଛି । କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଅସୁସ୍ଥତା କାରଣରୁ ମୁଖ୍ୟମନ୍ତ୍ରୀ ମାନଙ୍କର ଦିଲ୍ଲୀ ଫେରିବାରେ ବିଳମ୍ବ ହେଲା। 

Advertisment

ଅଭିଯୋଗ ଆସିଛି, ଜର୍ମାନ ଯାଇଥିବା ପଞ୍ଜାମ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଲୁଫ‍ନ୍ଥାସା ଏୟାର ଲାଇନର ଫ୍ଲାଇଟରୁ ଓହ୍ଲାଇ ଦିଆଯାଇଥିଲା। କାରଣ ସେ ନିଶାରେ ଚୁର ହୋଇଥିଲେ। ତାଙ୍କର ସ୍ଥିତି ଏମିତି ଥିଲା ଯେ, ସେ ସିଧା ହୋଇ ଛିଡ଼ା ହୋଇ ପାରୁ ନ ଥିଲେ। ତାଙ୍କର ଏପରି ଅବସ୍ଥା ଦେଖିବା ପରେ ବିମାନରେ ଯିବାପାଇ ତାଙ୍କୁ ଅନୁମତି ମିଳି ନ ଥିଲା ।

ଏହି ଘଟଣାରେ ଦିଲ୍ଲୀ କଂଗ୍ରେସ ଟୁଇଟ କରି ଆପକୁ ଟାର୍ଗେଟ କରିଛି। ଏମିତି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ନିଶାରେ ଚୁର ହେବା କାରଣରୁ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଗଲା ବୋଲି ଟୁଇଟ କରି କହିଛି କଂଗ୍ରେସ। ଅନ୍ୟପକ୍ଷେ ଶିରୋମଣି ଅକାଳି ଦଳ ସଭାପତି ସୁଖବୀର ସିଂହ ବାଦଲ କହିଛନ୍ତି, ମିଡିଆ ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ନିଶାଗ୍ରସ୍ତ ଥିବାରୁ ତାଙ୍କୁ ଫ୍ଲାଇଟରୁ ଓହ୍ଲାଇ ଦିଆଗଲା। ତାଙ୍କ ପାଇଁ ବିମାନ ଉଡ଼ାନରେ ୪ ଘଣ୍ଟା ବିଳମ୍ବ ହୋଇଗଲା। ଏପରିକି ସେ ଆପର ରାଷ୍ଟୀୟ ଅଧିବେଶନରେ ସାମିଲ ହୋଇ ପାରି ନ ଥିଲେ। ଏହି ଘଟଣା ପାଇଁ ସାରା ବିଶ୍ୱରେ ପଞ୍ଜାବକୁ ଲଜ୍ଜିତ ହେବାକୁ ପଡ଼ିଛି।

Advertisment

ତେବେ ଏହି ଘଟଣାରେ ପଞ୍ଜାବ ସରକାର ଚୁପ ରହିବା ସବୁଠାରୁ ଆଶ୍ଚର୍ଯ୍ୟର କଥା ବୋଲି ସେ କହିଛନ୍ତି । ଏହି ଘଟଣାରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଉତ୍ତର ରଖିବା ଆବଶ୍ୟକ। ଭାରତ ସରକାର ବି ପଦକ୍ଷେପ ନେବା ଉଚିତ। କରଣ ଏଥିରେ ପଞ୍ଜାବ ସହ ରାଷ୍ଟ୍ରୀୟ ଗୌରବ ବି ଜଡିତ ବୋଲି ବାଦଲ କହିଛନ୍ତି ।

Arvind Kejriwal AAP Punjab CM Bhagwant Mann
Advertisment
Advertisment