Advertisment

CJI Protocol Issue: CJI ହୋଇ ପ୍ରଥମ ଥର ନିଜ ରାଜ୍ୟକୁ ଗଲେ ଗବାଇ, ସ୍ୱାଗତ ପାଇଁ ଆସିଲେନି ମୁଖ୍ୟ ଶାସନ ସଚିବ ଓ ଡିଜିପି

CJIଙ୍କ ମୁମ୍ବାଇ ଗସ୍ତବେଳେ ପ୍ରୋଟୋକଲ୍ ମାନିଲେନି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ । ସ୍ୱାଗତ ପାଇଁ ଆସିଲେନି ମୁଖ୍ୟ ଶାସନ ସଚିବ କି ପୋଲିସ ଡିଜି । ଯାହାକୁ ନେଇ ‍କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗବାଇ । CJI ହେବା ପରେ ନିଜ ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା ।

ଅଦ୍ୟତନ ହୋଇଛି
CJI Expresses Displeasure

CJI Expresses Displeasure

Advertisment

ପ୍ରୋଟୋକଲ ଭାଙ୍ଗିବାରୁ କ୍ଷୁବ୍ଧ ହେଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗଭାଇ । ମୁମ୍ବାଇ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ ପାଇଁ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି କିମ୍ବା ମୁମ୍ବାଇ ପୋଲିସ କମିଶନର ଉପସ୍ଥିତ ରହିନଥିଲେ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି CJI । ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର. ଗବାଇ କହିଛନ୍ତି, "ଗଣତନ୍ତ୍ରର ୩ଟି ଯାକ ସ୍ତମ୍ଭ ସମାନ। ପ୍ରତ୍ୟେକ ସାମ୍ବିଧାନିକ ସଂସ୍ଥା ପରସ୍ପରକୁ ସମ୍ମାନ ଦେବା ଉଚିତ। ଯେତେବେଳେ ଜଣେ ମହାରାଷ୍ଟ୍ରର ବ୍ୟକ୍ତି CJI ହୋଇ ପ୍ରଥମ ଥର ପାଇଁ ନିଜ ରାଜ୍ୟକୁ ଆସନ୍ତି, ଏବଂ ଯଦି ମହାରାଷ୍ଟ୍ରର ଚିଫ୍ ସେକ୍ରେଟାରୀ, ଡିଜିପି କିମ୍ବା ମୁମ୍ବାଇ ପୋଲିସ କମିଶନର ଉପସ୍ଥିତ ରହିବାକୁ ଉଚିତ ନମଣନ୍ତି, ତେବେ ସେମାନେ ସେ ବିଷୟରେ ଭଲଭାବେ ଚିନ୍ତା କରିବା ଆବଶ୍ୟକ।" 

Advertisment

"ପ୍ରୋଟୋକଲ କିଛି ନୂଆ କଥା ନୁହେଁ, କିନ୍ତୁ ଏହା ଏକ ସାମ୍ବିଧାନିକ ସଂସ୍ଥା ଅନ୍ୟ ଏକ ସଂସ୍ଥାକୁ ଦେଉଥିବା ସମ୍ମାନର ପ୍ରଶ୍ନ। ଯେତେବେଳେ ରାଜ୍ୟକୁ ଜଣେ ସାମ୍ବିଧାନିକ ସଂସ୍ଥାର ମୁଖ୍ୟ ପ୍ରଥମ ଥର ପାଇଁ ଗସ୍ତରେ ଆସନ୍ତି, ସେମାନେ କିପରି ବ୍ୟବହାର କରିବେ ତାହା ପୁଣିଥରେ ଚିନ୍ତା କରିବା ଦରକାର। କେହି ଜଜ୍ ପ୍ରୋଟୋକଲ ଭାଙ୍ଗିଥିଲେ ଧାରା ୧୪୨ କଥା ଉଠି ସାରନ୍ତାଣି। ଏହା ଛୋଟ ବିଷୟ ଲାଗୁଥାଇପାରେ, କିନ୍ତୁ ଏକଥା ଲୋକେ ଜାଣିବା ଉଚିତ" ମହାରାଷ୍ଟ୍ର ଓ ଗୋଆ ବାର୍ କାଉନସିଲ୍ କାର୍ଯ୍ୟକ୍ରମରେ ଅଭିଭାଷଣ ଅବସରରେ ଏହା କହିଛନ୍ତି CJI ।

ତେବେ ଏହି ମନ୍ତବ୍ୟ ଦେବା ପରେ, ସେଠାରୁ ଚୈତ୍ୟଭୂମି ଗସ୍ତ କରିବାବେଳେ CJIଙ୍କ ସହ ମହାରାଷ୍ଟ୍ର ଚିଫ୍ ସେକ୍ରେଟାରୀ, ଡିଜିପି ଓ ମୁମ୍ବାଇ ପୋଲିସ କମିଶନର ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ, CJI ହେବା ପରେ ନିଜ ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ ଥିଲା ।

Advertisment

ଅଧିକ ପଢନ୍ତୁ : ସଂଘର୍ଷ ଦେଲା ସଫଳତା, CJI ଙ୍କ ମାଆ କହିଲେ 'ମୋ ପୁଅ ମୁକ୍କଦର କା ସିକନ୍ଦର'

Supreme Court CJI Maharastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ