Advertisment

Maoist Encounter in Abujhmad: ଛତିଶଗଡ଼ରେ ଏନ୍‌କାଉଣ୍ଟର; DRG ଯବାନ ସହିଦ

ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ମାଓବାଦୀଙ୍କ ଗୁଳିରେ ଗୁରୁତର ହୋଇଥିବା ଜଣେ ଯବାନ ନାରାୟଣପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି।

ଅଦ୍ୟତନ ହୋଇଛି
DRG

DRG

Advertisment

ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ମାଓବାଦୀଙ୍କ ପାଲଟା ଗୁଳିରେ ଗୁରୁତର ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି। ଗୁରୁତର ଯବାନଙ୍କୁ ନାରାୟଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତ କାଲି ଘଟଣାସ୍ଥଳରେ ଜଣେ ଯବାନ ସହିଦ ହୋଇଥିଲେ।

Advertisment

ସୂଚନାଯୋଗ୍ୟ, ଗତ କାଲି ଅବୁଝମାଡ ନିକଟ ଜଙ୍ଗଲରେ ମାଓ କମାଣ୍ଡର ‘ବାସବ ରାଜ’ ଲୁଚି ରହିଥିବା ଖବର ମିଳିବା ପରେ ବୁଧବାର ସକାଳେ ୪ଟି ଜିଲ୍ଲା ଯଥାକ୍ରମେ, ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଁଓ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି)ଙ୍କ ମିଳିତ ଅପରେସନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ବଡ ଧରଣର ଏନକାଉଣ୍ଟରରେ ୩୦ ମାଓବାଦୀ ସଫା: ଦୁର୍ଦ୍ଦାନ୍ତ ମାଓ ନେତା 'ବାସବ ରାଜ' ନିପାତ

Advertisment

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ ମାଓବାଦୀ ନିପାତ ହୋଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓ ନେତା ‘ବାସବ ରାଜ’ ଙ୍କ ମୃତ୍ୟୁ ହୋଇଥିଲା। ‘ବାସବ ରାଜ’ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା ହୋଇଥିବା ବେଳେ ତାଙ୍କୁ ଧରାଇ ଦେବା ପାଇଁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲେ ‘ବାସବ ରାଜ’ । ଅନ୍ୟପଟେ ହେଲିକପ୍ଟର ଯୋଗେ ୨୬ ଜଣ ମାଓବାଦୀଙ୍କ ମୃତଦେହ ଆସି ଛତିଶଗଡରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ: ସୁରକ୍ଷାବାହିନୀ ଗୁଳିରେ ୩ ହାର୍ଡକୋର୍ ମାଓବାଦୀ ନିହତ

Maoist Killed Army Jawan Martyred
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ